ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

426 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସାମ୍ପ୍ରତିକ ସମୟରେ ସମସ୍ତ ସ୍କୁଲ ବନ୍ଦ ଯୋଗୁଁ ଛାତ୍ର ଛାତ୍ରୀ ବିଭିନ୍ନ ସମସ୍ୟା ହେତୁ ସ୍ୱାଭାବିକ ଦୈନନ୍ଦିନ ଶିକ୍ଷା ପାଇପାରି ନାହାନ୍ତି l ଏଣୁ ଏହି ଶିକ୍ଷା ସେତୁ କାର୍ଯ୍ୟକ୍ରମ ଜରିଆରେ ବିଭାଗ ତରଫରୁ ଶିକ୍ଷକ ଶିକ୍ଷୟତ୍ରୀ ପିଲାଙ୍କ ଘରକୁ ଘର ଯାଇ ଉଦ୍ଧିଷ୍ଟ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀ ତଥା ଅଭିଭାବକ ଙ୍କୁ ଆବଶ୍ୟକ ପରାମର୍ଶ ଦେବେ ଯାହାଦ୍ୱାରା ଶିକ୍ଷାରୁ ବଞ୍ଚିତ ଘରେଥିବା ପିଲାମାନେ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ନ ହୋଇ ସେମାନେ ବୌଦ୍ଧିକ, ମାନସିକ, ନୈତିକ,ଓ ବିଶେଷ କରି ଦୈନନ୍ଦିନ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗୀ ମନୋଭାବାପନ୍ନ ସହ ଆଗକୁ ବଢ଼ିପାରିବେ ବୋଲି କହିବା ସହ ଏଥି ନିମନ୍ତେ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଙ୍କୁ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି l

ଜିଲ୍ଲାପାଳ ଏହି ଅବସରରେ ବିଭାଗ ତରଫରୁ ପିଲାଙ୍କ ଶୈକ୍ଷିକ ବିକାଶ କୁ ପରୀକ୍ଷା କରିବା ନିମନ୍ତେ ପ୍ରସ୍ତୁତ ପ୍ରଶ୍ନlବଳୀ ପୁସ୍ତିକାକୁ ଅନାବରଣ କରିଥିଲେ l ଏହି କାର୍ଯ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ରେ ଶିକ୍ଷା ଜିଲ୍ଲାର କ୍ଲଷ୍ଟର ସ୍ତରରେ ୨ ଟି ଲେଖାଏଁ ସମୁଦାୟ 184 ପ୍ରାଥମିକ ବିଦ୍ୟାଳୟ ଓ ୧୧ଟି ଉଚ୍ଚ ବିଦ୍ୟାଳୟକୁ ନିଆଯାଇଛି l କାର୍ଯ୍ୟକ୍ରମ ର ସ୍ଥିତି ଓ ଅଗ୍ରଗତି କୁ ଜାଣିବା ନିମନ୍ତେ ପ୍ରତି 15 ଦିନରେ ସମୀକ୍ଷା କରାଯିବ l ପୁନଶ୍ଚ ଗ୍ରାମ ସ୍ତରରେ ଶିକ୍ଷାର ଉପାଦେୟତା ଓ ବର୍ତ୍ତମାନ ସ୍ଥିତିରେ ଆମର ସାମୂହିକ ଦାଇତ୍ଵ ଓ କର୍ତ୍ତବ୍ୟ ଉପରେ ଅଭିଭାବକ ଙ୍କୁ ନେଇ ସଚେତନତା ବୈଠକ ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ବକ୍ତବ୍ୟ ଦେଇ କାର୍ଯ୍ୟକ୍ରମ କୁ ଶତପ୍ରତିଶତ ସଫଳ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି l

 

Related Post

ଖପ୍ରାଖୋଲ ରେ ସିଆରପିଏଫ ତରଫରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Posted by - July 23, 2022 0
ଖପ୍ରାଖୋଲ: ୨୩/୭(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଆର୍ଚେରୀ ଖେଳ ପଡିଆ ଠାରେ ସିଆରପିଏଫ୍ ୧୮୯ ବ୍ୟାଟେଲିଏନ ତରଫରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା…

ଟିଟିଲାଗଡ଼ରେ ସୂର୍ଯ୍ୟଙ୍କ ରୌଦ୍ରରୂପ, ଗରମ ସାଙ୍ଗକୁ ବିଦ୍ୟୁତ କାଟ ସାଜିଛି ଜନସାଧାରଣଙ୍କ ମୁଣ୍ଡ ବ୍ୟଥାର କାରଣ

Posted by - April 29, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ସାରା ଓଡ଼ିଶାରେ ଟିଟିଲାଗଡ଼ ସହର ପ୍ରସିଦ୍ଧ ଗରମ ପାଇଁ। । ପ୍ରକୃତରେ ସୂର୍ଯ୍ୟ ଦେବଙ୍କ ଯେମିତି ହୃଦୟ ଭିତରେ ସ୍ଥାନ ନେଇ ପକେଇଛି ଟିଟିଲାଗଡ…

ପ୍ରେସ ଦିବସ ଉପଲକ୍ଷେ ମେଘା ରକ୍ତଦାନ ଶିବିର

Posted by - November 19, 2019 720
ଅନୁଗୋଳ:(ମହେଶ ଭୋମରାଜ)ଜାତୀୟ ପ୍ରେସ ଦିବସ ଓ  ଫୋର୍ଥ ପିଲର ଆୱାର୍ଡ଼ ସେରିମନି ଅବସରରେ ଆଜ ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ  ଆସୋସିଏସନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ…