Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ବିଭିନ୍ନ ସ୍ଥାନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ : କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପାଞ୍ଚ ଦିନ ବାତିଲ ରହିବ I

962 0

[19:04, 3/20/2019] ଉତ୍ତର ରେଳପଥ, ଉତ୍ତର କେନ୍ଦ୍ରୀୟ ରେଳପଥ ଓ ପଶ୍ଚିମ କେନ୍ଦ୍ରୀୟ ରେଳପଥର ବିଭିନ୍ନ ସ୍ଥାନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହିତ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ସହିତ କେତେକ ଟ୍ରେନକୁ ପାଞ୍ଚ ଦିନ ପାଇଁ ବାତିଲ କରାଯାଇଅଛି I

ପୁରୀଠାରୁ ଛାଡିବାକୁ ଥିବା ୧୮୪୭୭ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ ମାର୍ଚ୍ଚ ୨୨ତାରିଖ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏବଂ ହରିଦ୍ୱାର ଠାରୁ ଛାଡିବାକୁ ଥିବା ୧୮୪୭୮ ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ମାର୍ଚ୍ଚ ୨୪ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ I

ଏହି ଟ୍ରେନ ପାଇଁ ସଂରକ୍ଷଣ ଟିକେଟ କରିଥିବା ଯାତ୍ରୀମାନଙ୍କୁ ପୃଥକ ପୃଥକ ଭାବେ ମୋବାଇଲ ଫୋନ ଏସ.ଏମ.ଏସ. ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଅଛି I ଏଥିପାଇଁ ବାତିଲ ହୋଇଥିବା ଟ୍ରେନ ର ସଂରକ୍ଷିତ ଟିକେଟ ବାବଦରେ ସମସ୍ତ ପାଉଣା ଫେରସ୍ତ କରାଯିବ ବୋଲି କୁହାଯାଇଅଛି I

Facebook Notice for EU! You need to login to view and post FB Comments!

Related Post

Leave a comment

Your email address will not be published.