ଭୁବନେଶ୍ବର:ଦେଶରେ କିଛି ଦିନ ତଳେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଏବେ ପୁଣି ୪୦ ହଜାର ଅତିକ୍ରମ କରୁଛି। ଦେଶରେ ଦିନକରେ ଆଉ ୪୧,୧୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୧୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୧୩,୬୦୯ରେ ପହଞ୍ଚିଛି। ୨୪ ଘଣ୍ଟାରେ ଆଉ ୪୨,୦୦୪ ସୁସ୍ଥ ହୋଇଥିବା ବେଳେ ମୋଟ ୩,୦୨,୬୯,୭୯୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଏଯାଏଁ ୪୦,୪୯,୩୧,୭୧୫ ଟିକା ନେଇ ସାରିଛନ୍ତି। ୪,୨୨,୬୬୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ସବୁକୁ ଆକଳନ କରି ଏହା ସ୍ପଷ୍ଟ ଯେ ତୃତୀୟ ଲହରୀ ଆସିବା ସୁନିଶ୍ଚିତ ।
ଟିକାକରଣରେ ପ୍ରକ୍ରିୟାରେ ମନ୍ଥର ଗତି ଏବଂ ଅନଲକ ଯୋଗୁଁ ତୃତୀୟ ଲହର ଆସିବ। ଯଦି ବର୍ତ୍ତମାନର ଷ୍ଟ୍ରେନ ଜାରି ରହିଲା, ତେବେ ଏଭଳି ସ୍ଥିତି ରହିବ କିନ୍ତୁ ଯଦି ଅଧିକ ସଂକ୍ରାମକ ଷ୍ଟ୍ରେନ ଆସେ ତେବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବହୁତ ଅଧିକ ରହିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହିଛି, ସେମାନେ ଘରେ ରହି ମନଟେକଏଲସି ଓ ଆଜିଥ୍ରୋମାଇସିନ୍ ଖାଉଛନ୍ତି, ଯାହାକି ଖାଇବା କଥା ନୁହେଁ। କିନ୍ତୁ ଲୋକମାନେ ମେଡିସିନ ଦୋକାନରୁ ଏକ ସାଧାରଣ ପ୍ରେସକ୍ରିପସନ ନେଇ ଔଷଧ ଖାଇଦେଉଛନ୍ତି । ଏହି ସବୁ କେସ ଗୁଡ଼ିକ ଯେତେବେଳେ ରହିଯାଉଛି । ସେମାନେ ଟେଷ୍ଟ କରୁନାହାନ୍ତି । ନିଜ ପରିବାର ଭିତରେ ପ୍ରଥମେ ସଂକ୍ରମିତ କରିଦେଉଛନ୍ତି । ଏବେ କିଛି କ୍ଲଷ୍ଟରରେ ହେଉଛି । ଯେଉଁଥିପାଇଁ ଭୁବନେଶ୍ୱରରେ ଵିଏମସି କିଛି ଆପାର୍ଟମେଣ୍ଟ ସିଲ୍ କରିଦେଉଛନ୍ତି ।
ତେଣୁ ଯିଏ ଟେଷ୍ଟ କରୁନାହାନ୍ତି ଓ ହିଡେନ ଭାବେ ରହିଲେ, ନିଜ ଘର ଲୋକଙ୍କ ସହ ମିଶିଲେ ଓ ବାହାରେ ବୁଲିଲେ, ସେମାନଙ୍କ ଯୋଗୁଁ ସଂକ୍ରମଣ ବଢୁଛି । ଆର୍ ଭ୍ୟାଲୁ ୧ ଉପରକୁ ରହିଲେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବ, ଯାହାକି କେରଳରେ ଦେଖିବାକୁ ମିଳୁଛି । କେରଳରେ ସବୁଠାରୁ ଅଧିକ ୧.୧ ଥିଲା ଆର୍ ଭ୍ୟାଲୁ। ସେଥିପାଇଁ ଏହା ଅଧିକ ଥିବା ସ୍ଥାନଗୁଡ଼ିକ ପାଇଁ କଡ଼ା ପଦକ୍ଷେପ ନେବାକୁ ପଡ଼ିବ। କିଛି ଦିନ ତଳେ ମେ ଶେଷ ବେଳକୁ ଏହା ୦.୭୮କୁ ଖସି ଆସିଥିଲା ଏବଂ ଜୁନ ବେଳକୁ ବଢ଼ିକି ୦.୮୮ ହେଲା । ଏବଂ କିଛି ଦିନ ତଳେ ଆର୍ ଭ୍ୟାଲୁ ସମଗ୍ର ଦେଶରେ ୦.୯୫ ହୋଇଯାଇଥିଲା ।
ଏହା ଭ୍ୟାଲୁ ଅଧିକ ହେବା ଗୋଟିଏ ବଡ଼ ଚିନ୍ତାର କାରଣ । ୧ ଉପରକୁ ଗଲା ମାନେ, ମହାମାରୀ ପୁଣି ମୁଣ୍ଡ ଟେକିଲା ବୋଲି କୁହାଯାଇପାରିବ।ତେବେ ଆସନ୍ତା ଜୁଲାଇ ୨୧ ତାରିଖରୁ ରାଜଧାନୀ ଭୁବନେଶ୍ୱରରେ ଗର୍ଭବତୀ ମାନଙ୍କୁ ଟୀକା ଦେବା ଆରମ୍ଭ ହେବ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ସମେତ ସବୁ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କରାଯିବ ।ସେପଟେ ଟିକା ନେବାପରେ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି କିନ୍ତୁ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିବା ପରେ ଏବେ ବ୍ରେକ୍ ଥ୍ରୁ ଇନଫେକସନକୁ ନେଇ ଚିନ୍ତା ବଢ଼ିଛି