ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ ହେଲେ ଜୀବିତ

1046 0

ଭଦ୍ରକ:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ରୋଗୀଙ୍କ ପାଇଁ ଯମ ପାଲଟି ଯାଇଛନ୍ତି। ବଞ୍ଚିଥିବା ରୋଗୀଙ୍କୁ ଡାକ୍ତରଙ୍କ ମୃତ ଘୋଷଣା ପରେ ବ୍ୟବଚ୍ଛେଦ ପୂର୍ବରୁ ରୋଗୀ ଜୀବିତ ହେବା ଚର୍ଚ୍ଚାର ବିଷୟ ହୋଇଛି।ଘଟଣାରୁ ପ୍ରକାଶ ଯେ, ଗତକାଲି ରାତିରେ ଧୂଷୁରୀ ଥାନା ଅନ୍ତର୍ଗତ ଖଟୁଆପାଟଣା ଗ୍ରାମର ଯୁବକ ସୁଜିତ ଖଟୁଆ(୨୫)ଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଡାକ୍ତରଖାନାର କର୍ତ୍ତବ୍ୟରତ ଡାକ୍ତର କରୁଣାକର ରାଉତ ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ କରିବା ପାଇଁ ରିପୋର୍ଟ ବି ଲେଖି ଦେଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ପୂର୍ବରୁ ଆଜି ସକାଳୁ ମୃତ ଘୋଷିତ ସୁଜିତ ହଠାତ ଗୋଡ ହାତ ହଲାଇଥିଲେ। ତାଙ୍କର ଚେତା ଫେରିଆସିଥିଲା। ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ।

ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳଙ୍କ ତଦନ୍ତ ପରେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Facebook Notice for EU! You need to login to view and post FB Comments!

Related Post

ସାମ୍ନାକୁ ଆସିଲା ‘କାଳିଆ’ ଯୋଜନା ଘୋଟାଲାର ତଥ୍ୟ,୪୫ ହଜାର ୯୬୫ଜଣ ଅଯୋଗ୍ୟଙ୍କୁ ମିଳିଛି ‘କାଳିଆ’ ଟଙ୍କା

Posted by - November 13, 2019 0
ପ୍ରାୟ ୪୫ ହଜାର ଅଯୋଗ୍ୟଙ୍କୁ ସରକାରୀ ରାଜକୋଷରୁ କାଳିଆ ଟଙ୍କା ଯାଇଛି।  ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହି ତଥ୍ୟ ଦେଇଛନ୍ତି ନିଜେ…

ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

Posted by - June 19, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ) ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ…

ମାଆଙ୍କ ଚିତାରେ ଜୁଇ ଦେଲା ଝିଅ

Posted by - October 18, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅଭାବ ନିୟ ଦୃଶ୍ୟ ଦେଖିବାକୁ ମିଳିଛି l ଗ୍ରାମର ଅସହାୟ ମହିଳା ମୁକ୍ତା ସାହୁଙ୍କ…

ସ୍ମାର୍ଟସିଟିରେ ସ୍ମାର୍ଟ ଚୋର ,ମୋ ସାଇକେଲ ହେଇଯାଇଛି ତାଙ୍କର

Posted by - January 4, 2019 0
ଭୁବନେଶ୍ବର: କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସେବା ଆରମ୍ଭ ହୋଇଥିବା ମୋ ସାଇକେଲ୍‌ ବ୍ୟବସ୍ଥା ଆରମ୍ଭ ହେବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ…

There are 1 comments

Leave a comment

Your email address will not be published.