କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

592 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମପଞ୍ଚାୟତ କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବରାମ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ କୋଭିଡ ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ସନିତ କୁମାର ଜେନା ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଜିଲ୍ଲା ପରିଷଦସଭ୍ୟା ଲକ୍ଷ୍ମୀ ବେହେରା, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ, ବିଶ୍ଵଭାରତୀ ସଭାପତି କୁଞ୍ଜବିହାରୀ ନାୟକ, ସମାଜସେବୀ ସନ୍ତୋଷ କୁମାର ରାଉତ, ଗ୍ରାମ ସଭାପତି ଶ୍ରୀଧର କୁମାର ପ୍ରଧାନ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ବଳରାମ ସେଠୀ, ଭାସ୍କର ଗୌଡ଼, ସୀମାଞ୍ଚଳ ପ୍ରଧାନ, କରୁଣାକର ବିଷୋୟୀ, ସୀମାଞ୍ଚଳ ପ୍ରଧାନ ଏବଂ ସନ୍ତୋଷ କୁମାର ଆଚାରୀ ସହଯୋଗ କରିଥିଲେ I ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ବିଷ୍ଣୁ ପରିଡ଼ା, ଲକ୍ଷ୍ମୀ ସାହୁ, ମଞ୍ଜୁଳା ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ପୂଜା ଆଚାରୀ, ବିଳାସିନୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ I ଏହି ଅବସରରେ ବିଦ୍ୟାଳୟର 202 ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ବିତରଣ କରାଯାଇଥିଲା I ବିଦ୍ୟାଳୟର ଶିକ୍ଷକ ତଥା ଶାସନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଦେଶୀ ବାଡତ୍ଯା ଧନ୍ୟବାଦ ଜ୍ଞାପନ କରିଥିଲେ I

Related Post

ହରଭଙ୍ଗା ଅଞ୍ଚଳରେ ଲଷ୍ମୀପୂଜା ଅନୁଷ୍ଠିତ

Posted by - December 16, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଅଂଚଳରେ ‘ମା ଲଷ୍ମୀ’ଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।ମାର୍ଗଶିର ମାସର ଶେଷ ଗୁରୁବାର ଦିନ ଏହି ପୂଜା ପ୍ରତେକ ଘରେ ଘରେ ପୂଜା…

କୋସଲି ସାଂସ୍କୃତିକ ମହାଜୋଟ ତତଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

Posted by - September 26, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ କୋସଲି ସାଂସ୍କୃତିକ ମହାଜୋଟ ତରଫରୁ ସ୍ଥାନୀୟ ପ୍ରବାବତି ପବ୍ଲିକ ସ୍କୁଲରେ ଏ ବର୍ଷର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ଶିଶୁଙ୍କ ଲାଗି ଦିନଟିଏ କାର୍ଯ୍ୟକ୍ରମ

Posted by - September 23, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି…

କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ

Posted by - March 21, 2021 0
କୋରାପୁଟ : କୋରାପୁଟ ଦାମନଯୋଡ଼ିରେ ମୁହାଁମୁହିଁ ହୋଇଛନ୍ତି ପୁଲିସ୍‌-ବିସ୍ଥାପିତ । ବିସ୍ଥାପିତଙ୍କ ଢେଲା ମାଡ଼ରେ ପୁଲିସ୍‌ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ବେଳେ ସ୍ଥିତି ନିୟନ୍ତ୍ରଣ କରିବାକୁ…

ଆଇଆଇଏମ ସମ୍ବଲପୁର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ) ସମ୍ବଲପୁର ର ସପ୍ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଚ୍ଚୁଆଲ ମାଧ୍ୟମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ…