ବୌଦ୍ଧ୧୫/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଂଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୃତନଭାବେ ନିର୍ମାଣ ହୋଇଥିବା ଅଙ୍ଗନଓ୍ବାଡି କେନ୍ଦ୍ର ରେ ଛାତରୁ ପାଣି ଗଳି ଚାଉଳ ସହ ଛୋଟଛୋଟ ଶିଶୁମାନଙ୍କ ଖେଳନା ଭିଜି ନଷ୍ଟ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ର ଅଙ୍ଗନଓ୍ବାଡି କର୍ମି ସରସ୍ବତୀ କର୍ଣ ହରଭଙ୍ଗା ସିଡିପିଓଙ୍କୁ ନଷ୍ଟ ହୋଇଥିବା ସାମଗ୍ରି ଉପରେ ରିର୍ପୋଟ୍ ପ୍ରଦାନ କରାଯାଇଥିବା ଜଣାପଡିଛି ।
ସୁଚନା ଥାଉକୀ ସରକାର ଗ୍ରାମାଞ୍ଚଳରେ ଛୋଟଛୋଟ ଶିଶୁମାନଙ୍କର ବିକାଶ ଦକ୍ଷ୍ୟତା ବୃଦ୍ଧି ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କରିଛନ୍ତି। କିନ୍ତୁ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ବହୁଦିନ ହୋଇ ଅଂସପୁର୍ଣଭାବେ ପଡିରହିଥିଲେ ମଧ୍ୟ୍ୟ ଗତବର୍ଷ ଉକ୍ତ କେନ୍ଦ୍ର ର ନିର୍ମାଣକାଯ୍ୟ ସରିଥିଲା , ସେ ସମୟରେ ଦାୟିତ୍ବରେ ଥିବା ଜେ ,ଇ ଦେଶବନ୍ଧୁ ନାଏକ ଉକ୍ତ କେନ୍ଦ୍ର ର କାଯ୍ୟ ସ୍ଥାନିୟ କୁଜି ଠିକାଦାର ସର୍ବେଶ୍ବର କର୍ଣ ଙ୍କୁ ଦେଇଥିଲେ ।
କେନ୍ଦ୍ର ନିର୍ମାଣ କାଯ୍ୟ ଅତିନିମ୍ନମାନର ହୋଇଥିବା ହେତୁ ବର୍ଷେ ନନପୁରୁଣୁ ଛାତରୁ ପାଣି ଗଳିବା ଆରମ୍ବକରିଥିବେଳେ ଏଥିରେ ୨ ବସ୍ତା ଚଉଳ, ବିଭିନ୍ନ ଖେଳନା ପାଣିରେ ଭିଜି ନଷ୍ଟ ହୋଇଥିବା ଜଣାପଡିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାମ ହୋଇଥିବା ନେଇ ଗ୍ରାମବାସିଙ୍କ ଭିତରେ ଅସୋନ୍ତଷ ପ୍ରକାଶ ପାଉଛି ।କେନ୍ଦ୍ର ରେ ନଷ୍ଟହୋଇଥିବା ସାମଗ୍ରୀକୁ ନେଇ ଅଙ୍ଗନଓ୍ବାଡି କର୍ମି ହରଭଙ୍ଗା ସିଡୀପିଓଙ୍କୁ ଘଟଣା ସଂର୍ପକରେ ଲେଖି ଜଣାଛନ୍ତି ।