ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀଙ୍କ ପରଲୋକ

708 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ସୁରେନ୍ଦ୍ର ଭୂୟାଁ (୬୨) ଙ୍କ ମଙ୍ଗଳବାର ସକାଳ ୧୦ ଘଣ୍ଟା ସମୟରେ ପରଲୋକ ଘଟିଛି I ସେ କିଛି ଦିନ ହେବ ମଧୂମେହ ଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗତକାଲି ସିଂହମର୍ଦ୍ଦନ ସ୍ଥିତ ନିଜ ବାସଭବନରେ ସେ ଇହଲୀଳା ସମ୍ବରଣ କରିଥିଲେ I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ମୀନକେତନ,ଶିଶିର,ଦୁଇ ବୋହୂ ସୁସ୍ମିତା, ସନ୍ତୋଷୀଙ୍କ ସମେତ ଅନ୍ୟ ବନ୍ଧୁବାନ୍ଧବ ମାନେ ଉପସ୍ଥିତ ଥିଲେ I ସ୍ୱର୍ଗତ ଭୂୟାଁ ଜଣେ ଅମାୟିକ ଏବଂ ସରଳ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ଅଞ୍ଚଳରେ ବେଶ ଜଣା ଶୁଣା ଥିଲେ I

ସେ ମଧ୍ୟ ଗ୍ରାମ ଦଣ୍ଡନାଚର ଜଣେ ବରିଷ୍ଠ କଳାକାର ଥିଲେ I ତାଙ୍କରି ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ତାଙ୍କ ମୃତ୍ୟୁ ଖବର ଶୁଣି ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀ ନିର୍ଦ୍ଦେଶକ ଓ ସଦସ୍ୟ ,ଗ୍ରାମ୍ୟ ପରିଚାଳନା କମିଟି ସଭାପତି, ସିଂହମର୍ଦ୍ଦନ ଦଣ୍ଡନାଚ କଳାକାର ସଂଘ, ଶିକ୍ଷକ ଶିଶିର କୁମାର ସ୍ଵାଇଁ, ଗଣମାଧ୍ୟମ ପ୍ରତିନିଧି ବିଭୁପାଦ ଜେନା, ପ୍ରଦ୍ୟୁମ୍ନ ପାତ୍ର, ସନ୍ତୋଷ ବିଷୋୟୀଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵର୍ଗତ ଭୂୟାଁଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି I

Related Post

ରାଜଧାନୀ ଭୁବନେଶ୍ବରରେ ଯୁଆଡ଼େ ଦେଖିବ ସିଆଡେ ଖାଲଖମା ।

Posted by - September 5, 2019 345
ଭୁବନେଶ୍ୱର ୪।୯-ଆମେ ଯେପରି ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ , ସରକାର ସେପରି ଭିତ୍ତିଭୂମି ସଜାଡିବା ସହ ଦୁର୍ଘଟଣା ରୋକିବାକୁ ରାସ୍ତା ମରାମତି କରିବା ଜରୁରୀ ।ସ୍ମାର୍ଟ…

କରୋନା ସଚେତନତା ନେଇ ବଣିକ ସଂଘ ସହ ପୋଲିସ ର ବୈଠକ

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ରେ ସ୍ଥାନୀୟ ବଣିକ ଏବଂ ପୋଲିସ ମଧ୍ୟରେ କରୋନା,ଓମିକ୍ରମ ସଂକ୍ରମଣ କୁ ରୋକିବା ନିମନ୍ତେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ…

ସେକ୍ରେଟାରୀଙ୍କୁ ସ୍ୱାଗତ ସହ ଆଲୋଚନା

Posted by - January 20, 2023 0
ମୁନିଗୁଡା;୨୦/୦୧(ରମାକାନ୍ତ ପଡାଲ)ସଚିବାଳୟରେ OBC,SC,ST ଓ ପଛୁଆବର୍ଗ ବିଭାଗର ସେକ୍ରେଟାରୀ ତଥା କମିଶନର ଶ୍ରୀମତୀ ରୁପା ରସନ ସାହୁ ମହୋଦୟାଙ୍କ ଉପସ୍ଥିତି ରେ ଉକ୍ତ ବିଭାଗର ଉନ୍ନତି ମୂଳକ…

ଜୟପାଟଣା ଚିତ୍ରଗୁପ୍ତ କଲ୍ଯାଣ ସମିତି ପକ୍ଷରୁ ମହା ସମାରୋହର ସହ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜନୋତ୍ସବ ଉଦଯାପିତ

Posted by - October 29, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସଚରାଚର ଜୀବ ଜଗତ ପାପ ପୁଣ୍ୟର ହିସାବ ରକ୍ଷକ ତଥା ଧର୍ମରାଜ ଙ୍କ ପରାମର୍ଶ ଦାତା…