ଘରେ ବସି ଦିନ କାଟୁଛନ୍ତି ଦୃଷ୍ଟିହୀନ ଓ ଶ୍ରବଣ ବାଧିତ ମେଧାବୀ ଛାତ୍ରୀ

542 0

ବୌଦ୍ଧ :(ଚିତ୍ତ ରଞ୍ଜନ ସିଁ) ପାଠ ପଢି ବଡ ମଣିଷ ହେବ ବୋଲି ପିଲାଟି ଦିନରୁ ସ୍ବପ୍ନ ଦେଖିଥିଲା ତୃଷ୍ଣାରାଣୀ l ଅଷ୍ଟମ ଶ୍ରେଣୀ ପଢିବା ପର୍ଯ୍ୟନ୍ତ ସବୁ ଠିକ୍ ଠାକ ଚାଲିଥିଲା l ଜଣେ ମେଧାବୀ ଛାତ୍ରୀ ଭାବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପ୍ରିୟଭାଜନ ହୋଇ ପାରିଥିଲେ l ହଠାତ୍ ତୃଷ୍ଣାରାଣୀଙ୍କ ଜୀବନରେ ମାଡି ଆସିଲା କଲାବାଦଲ l ଆସ୍ତେ ଆସ୍ତେ ତାଙ୍କ ଆଖିର ଉଜ୍ବଳତା କମି କମି ଆସିଲା l ଆଖିକୁ ଆଉ ଦିଶିଲl ନାହିଁ | କାନକୁ ମଧ୍ୟ କିଛି ଶୁଭିଲା ନାହିଁ | ଅଷ୍ଟମ ଶ୍ରେଣୀରୁ ପାଠ ପଢାରେ ଡୋରି ବାନ୍ଧିଲେ l ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଆରମ୍ଭ କରି ବୁର୍ଲା ଓ କଟକ ପର୍ଯ୍ୟନ୍ତ ଗରୀବ ବାପା ମା ଏ ଡାକ୍ତର ଠାରୁ ସେ ଡାକ୍ତରଙ୍କ ପର୍ଯ୍ୟନ୍ତ ଦଉଡ଼ା ଦଉଡି କରି ଅର୍ଥାଭାବରୁ ନିରାଶ ହୋଇ ପଡିଛନ୍ତି l ଆଉ ଘରେ ବସି ଦୃଷ୍ଟି ହୀନ ଓ ଶ୍ରବଣ ବାଧିତ ତୃଷ୍ଣାରାଣୀ ତାଙ୍କ ଦୈନନ୍ଦିନ ନିତ୍ୟକର୍ମ ମଧ୍ୟ ପିତା ମାତାଙ୍କ ସାହାରାରେ ସମ୍ପାଦନ କରୁଥିବା ଦେଖିବାକୁ ମିଳୁଛି |

ଏ ଦୁଃଖ ଭରା କlହାଣୀ ହେଉଛି ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦିକଟା ଗ୍ରାମର ସୁବାଷ ଚନ୍ଦ୍ର ମହାକୁଳଙ୍କ ଝିଅ ତୃଷ୍ଣାରାଣୀ ମହାକୁଳଙ୍କ l ବର୍ତ୍ତମାନ ୨୦ବର୍ଷ ବୟସରେ ପଦାର୍ପଣ କରିଥିବା ଅଭାଗିନୀ ତୃଷ୍ଣାରାଣୀ ଗତ ଫେବ୍ରୁୟାରୀ ମାସରୁ ପାଉଛନ୍ତି ସରକାରଙ୍କ ୫୦୦ ଟଙ୍କା ଭିନ୍ନକ୍ଷମ ଭତ୍ତା l ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ମିଳିନାହିଁ l ତୃଷ୍ଣା ରାଣୀ ଦିନେ ନିଶ୍ଚେ ଭଲ ହେବ ଏ ଆଶା କରୁଛନ୍ତି ପରିବାର l ଉପଯୁକ୍ତ ଓ ଅଧିକ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ତାଙ୍କ ପରିବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି |

Related Post

ଯନ୍ତ୍ରୀଙ୍କୁ ବିଧାୟକଙ୍କ ଅନୁକମ୍ପା? ମୋବାଇଲ ରୁ ମୋବାଇଲ୍ କୁ ଘୁରି ବୁଲୁଛି ବିଧାୟକଙ୍କ ସୁପାରିଶ ପତ୍ର

Posted by - July 23, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଜୈନିକ ବିଧାୟକ ଙ୍କ ସ୍ଵାକ୍ଷର ଥିବା ଏକ ସୁପାରିଶ ପତ୍ର ମୋବାଇଲ ରୁ ମୋବାଇଲ୍ କୁ…

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଝରିଗାଁ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

Posted by - June 11, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ୧୦୦ ଟଙ୍କା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଠାରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ଝାରସୁଗୁଡ଼ା ଠାରେ ପ୍ରତିଷ୍ଠା ହେବ ଇଏସଆଇସିର ଉପ ଆଂଚଳିକ କାର୍ଯ୍ୟାଳୟ

Posted by - December 7, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ଅଗଷ୍ଟ ମାସ ୨୯ ତାରିଖ ଦିନ ବିଜେପି ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଝାରସୁଗୁଡ଼ା ଠାରେ ଇଏସଆଇସିର ଉପ…

ଯାଜପୁର ଓ ଗଞ୍ଜାମ ଫେରନ୍ତା ଙ୍କୁ ଅନୁଗୋଳ ମନା । ଅାସିଲେ କ୍ୱାରେଣ୍ଟାଇନରେ ରହିବେ

Posted by - July 11, 2020 0
ଅନୁଗୁଳ:(ମହେଶ ଭୋମରାଜ)ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ପଜିଟିଭ ଚିହ୍ନଟ ସଂଖ୍ୟା l ଏ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାବ୍ୟକ୍ତ କରିଛନ୍ତି l ସୂଚନା…

କେନ୍ଦୁଝର ଓ ଚମ୍ପୁଆ ବସ ମାଲିକ ସଂଘ ର ବିବାଦ ଚରମ ସୀମାରେ ,ଚଣ୍ଡିଖୋଲ ରେ ଯାତ୍ରୀ ହନ୍ତସନ୍ତ

Posted by - June 12, 2019 0
ଯାଜପୁର:ଆଜି ଚଣ୍ଡିଖୋଲ ଠାରେ କେନ୍ଦୁଝର ସଂଘର ୫ଟି ବସକୁ ଚଣ୍ଡିଖୋଲ ବସ ମାଳିକ ସଂଘର କେତେକ କର୍ମକର୍ତ୍ତା ଅଟକାଇ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଛନ୍ତି। ଆଜି ପ୍ରଚଣ୍ଡ…