ଶାଳକଣିଆ ଗାଁରେ ଅଭାବନୀୟ ଘଟଣା, ପର କଳିରୁ ଗଲା ଜୀବନ

176 0

ହାଟଡିହୀ ; ୨୭/୦୬ (ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅନ୍ତର୍ଗତ ଶାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମସ୍ୟା ର ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ତୃତୀୟ ଲୋକ । ମୃତକ ଜଣକ ହେଲେ ଉକ୍ତ ଗାଁର ଦୈତାରୀ ପାତ୍ର। ହତ୍ୟା ମାମଲାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସେମାନେ ହେଲେ ଭାଗିରଥି ଜେନା, ଆନନ୍ଦ ଜେନା, ସୁଶାନ୍ତ ଜେନା ଓ ଗୋପୀନାଥ ଜେନା। ଗିରଫ ଭୟରେ ଆନନ୍ଦଙ୍କ ପରିବାରର ଅନ୍ୟ ସମସ୍ତ ସଦସ୍ୟ ଫେରାର ହୋଇଥିବା ଜଣାପଡିଛି ।ଘଟଣା ସ୍ଥଳରୁ ଏକ ଖଣ୍ଡାକୁ ପୋଲିସ ଜବତ କରିଛି। ବିଳମ୍ବରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସୂଚନାନୁଯାଇ ଗତ ୧୫ ତାରିଖରେ ଆନନ୍ଦଙ୍କ ଘରେ ପାରିବାରିକ କଳହ ଲାଗିଥିଲା। ତାଙ୍କ ସ୍ତ୍ରୀ ଏହାର ସମାଧାନ ଲାଗି ଦୈତାରୀଙ୍କୁ ଡାକିଥିଲେ। ଏହି ସମୟରେ ଦୈତାରିଙ୍କୁ ଆନନ୍ଦଙ୍କ ସମେତ ତାଙ୍କ ପରିବାରର ସଦସ୍ୟ ଆକ୍ରମଣ କରିଥିଲେ l ଏପରିକି ଦୈତାରିଙ୍କ ଭାଇ ଭାଉଜ ମଧ୍ୟ ଆକ୍ରମଣରୁ ବର୍ତ୍ତି ନ ଥିଲେ। ଆକ୍ରମଣରେ ଗୁରୁତର ଦୈତାରୀଙ୍କୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୈତାରିଙ୍କ ବାପା ଦୁର୍ଯ୍ୟୋଧନଙ୍କ ଅଭିଯୋଗ କ୍ରମେ ୯ଜଣଙ୍କ ନାମରେ ନନ୍ଦିପଦା ଥାନାରେ ମାମଲା (ନଂ ୮୮/୨୦୨୧) ରୁଜୁ ହୋଇଥିଲା। ଶନିବାର ଦୈତାରିଙ୍କ ମୃତ୍ୟୁ ପରେ ଉତ୍ତେଜନା ଲାଗି ରହିଥିବାରୁ ଗ୍ରାମରେ ଶାନ୍ତିପୁର୍ଣ ବାତାବରଣ ଫେରାଇବା ପାଇଁ ଏକ ବୈଠକ ବସିଥିଲା। ପାଞ୍ଚ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦିଆଯିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି।

Related Post

ନକଲି ତେଲ କାରଖାନା ଜବତ

Posted by - November 10, 2019 0
ମୟୁରଭଞ୍ଜ:ଉଦଳା NAC ୧୨ନଂ ୱାର୍ଡ଼ର ଜଣେଵ୍ଯକ୍ତି  ଆଜକୁ ଏକଵର୍ଷ ହେଵ ଵେଆଇନ ଭାଵେ ଅପମିଶ୍ରିତ ଖାଇଵା ତେଲ ଓ ଗୁଟଖା ତିଆରି କରି ,ଵଂଶୀଲାଲ ନାମରେ ଵିକ୍ରିକରି…

ବିଦ୍ୟୁତ ପୋଲ ଚୋରି ଅଭିଯୋଗରେ ୪ ଗୀର

Posted by - February 24, 2021 0
ଭବାନୀପାଟଣା:(ମହମ୍ମଦ ଆଗଜାନ) ଏଲ ଆଣ୍ଡ ଟି କନ୍ସଟ୍ରକସ୍‌ନ୍ ପାୱାର ଟ୍ରାନ୍ସମିସନ ଆଣ୍ଡ ଡିଟ୍ୟୁବ୍ୟୁସନ ଦ୍ୱାରା ରଖାଯାଇଥିବା ୬ଟି ନୂତନ ବିଦ୍ୟୁତ ପୋଲ ଚୋରି ଅଭିଯୋଗରେ କୋକସରା ପୋଲିସ…

କାହାକୁ ଶୁଭିଲାନି ଚିତ୍କାର, ୧୦ ହଜାର ପୁଲିସ କାହା ସେବାରେ,ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Posted by - July 10, 2019 0
ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତ‌ରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ…

ମହିଳାଙ୍କ ଗଳିତ ଶବ ଉଦ୍ଧାର ଗଟଣା,ବିହାର ରୁ ହତ୍ୟାକାରୀ ସ୍ଵାମୀ ଗିରଫ

Posted by - July 9, 2020 0
ବିଞ୍ଝାରପୁର:(ଗୁଲସାହାନୱାଜ ଅଲି ଖାଁ)ବିଞ୍ଝାରପୁର ଥାନା ଅଧିନସ୍ଥ ଗୟାସୁଧୀନ(ପିତେଇ)ଛକ ନିକଟ ନାଳରୁ ଗଳିତ ଶବ ଉଦ୍ଧାର ଘଟଣା, ହେମଦସ୍ତା ପୁଆ ଫୋପାଡ଼ି ହତ୍ୟା କରିଥିଲେ ମୃତ ମହିଳାଙ୍କ ସ୍ୱlମୀ।  ବିଞ୍ଝାରପୁର…