ବୌଦ୍ଧ ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ ସବୁଜିମାମୟ ହେବ ମହାନଦୀ ତଟବର୍ତୀ ଅଂଚଳ

240 0

ବୌଦ୍ଧ:(ଚିତରଞ୍ଜନ ସିଂ)ବିଭିନ୍ନ କାରଣରୁ ଏକଦା ଘଂଚ ଅରଣ୍ୟ ସଂପଦ ଥିବା ଓଡ଼ିଶାରେ ଜଙ୍ଗଲ ନଷ୍ଟ ହେବାରେ ଲାଗିଛିୁ । ରାଜ୍ୟରେ ଜଙଯଗଲର ଆୟତନ ହ୍ରାସ ପାଇଲାଣି । ପରିବେଶ ସନ୍ତୁଳନରେ ଜଙ୍ଗଲର ପ୍ରମୁଖ ଭୂମିକା ଥିବାରୁ ବ୍ୟାପକ ବୃକ୍ଷରୋପଣ ମାଧୟମରେ ଜଙଯଗଲ ସୃଷ୍ଟି ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଛି ବହୁବିଧ ଯୋଜନା, ସୂଚନାଯୋଗ୍ୟ ଯେ, ରାଜ୍ୟରେ ବନାଗ୍ନି ଜଙ୍ଗଲ ପାଇଁ ବଡ଼ ବିପଦ ରୂପେ ଉଭା ହେଲାଣି । ଚଳିତ ବର୍ଷ ରାଜ୍ୟରେ ଗୋଟିଏ ସପ୍ତାହ ମଧ୍ୟରେ ୨୩,୩୨୫ ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିଲା । ମାର୍ଚ୍ଚ ୮ ତାରିଖ ଦିନ ଓ ଡ଼ିଶାରୁ ମିଳିଥିଲା ୨୨୮ ଟି ବୃହତ ଅଗ୍ନି ବିତ୍ପାତର ରିପୋର୍ଟ । ଏହା ଥିଲା ସାରା ଦେଶର ବୃହତ ବନାଗ୍ନିର ୬୦ ପ୍ରତିଶତରୁ ଅଧିକ । ଏହାର ଅନ୍ୟଅନ୍ୟ ମନୁଷ୍ୟକୃତ କାରଣରୁ ରାଜ୍ୟର ଜଙ୍ଗଲ ବିପଦ୍ଦଜନକ, ଜଙ୍ଗଲ କ୍ଷୟ ଯୋଗୁଁ ବନ୍ୟପ୍ରାଣୀଙ୍କ ସଂଖ୍ୟା ହ୍ରାସ ପାଉଛି । ଏ ସବୁକୁ ଦୃଷ୍ଟିରେ ରଖି ସରକାର ଜଙ୍ଗଲ ସୃଷ୍ଟି ପାଇଁ ବୃକ୍ଷରୋପଣ ପ୍ରତି ଆଗ୍ରାଧିକାର ପ୍ରଦାନ କରୁଛନ୍ତି । ବୌଦ୍ଧ ଜିଲ୍ଲାରେ ହେଊଛି କାର୍ଯ୍ୟକାରୀ ହେଉଛି ସବୁଜ ମହାନଦୀ ମିଶନ ରାଜ୍ୟର ସର୍ବବୃହତ ନଦୀ ମହାନଦୀ ଅବବାହିକାରେ ଥିବା ଜିଲ୍ଲାର ନଦୀ ତଟବର୍ତୀ ଅଂଚଳ ଓ ନାଳ ପାଶ୍ୱବର୍ତୀ ଅବବାହିକାରେ ଥିବା ଜିଲ୍ଲାର ନଦୀ ତଟବର୍ତୀ ଅଂଚଳ ଓ ନଇନାଳ ପାଶ୍ୱବର୍ତୀ ଅଂଚଳ ବିସ୍ତୃତ ଜମିରେ ବୃକ୍ଷ ରୋପଣ କରାଯାଉଛି ।

୨୦୧୮ ମସିହା ଜୁଲାଇ ମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ମନମୁଣ୍ଡାର ଦେଉଳିଠାରେ ଶୁଭଦାନ କରିଥିବା ଏହି ବନୀକରଣ କାର୍ଯ୍ୟକ୍ରମରେ ଗତ ୩ ବର୍ଷ ଭିତରେ ରେକର୍ଡ ପରିମାଣର ବୃକ୍ଷରୋପଣ କରାଯାଇଛି ବନ ବିଭଅଗ ଜରିଆରେ ଚାଲିଛି ଉଜୁଡା ଜଙ୍ଗଲର ପୁନରୁଦ୍ଧାର, ପୁନଃ ବନୀକରଣ ଓ ପଥପ୍ରାନ୍ତ ବୃକ୍ଷରୋପଣ କାଯ୍ୟ୭ ବୌଦ୍ଧ କଂଟାମାଳ ଓ ହରଭଙ୍ଗାବ୍ଲକର ବିଭିନ୍ନ ଅଂଚଳରେ ବ୍ୟାପକ ବୃକ୍ଷ ଚାରା ରୋପଣ କରାଯାଇଛି । ବ୍ୟପକ ବୃକ୍ଷରୋପଣ ମାଧୟମରେ ମୃତିକା ସଂର୍‌କ୍ଷଣ ଭୂତଳ ଜଣସ୍ତରର ସୁରକ୍ଷା କରାଯାଇପାରିବ । ଚାରା ରୋପଣ ସହ ଗଛ ଗୁଡ଼ିକର ରକ୍ଷଣା ବେକ୍ଷଣ ପ୍ରତି ଧ୍ୟାନ ଦିଆଯାଉଛି ବୌଦ୍ଧର ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ତତ୍ୱାବଧାନରେ ବିଭାଗୀୟ ଅନ୍ୟ ଅଧିକାରୀମାନଙ୍କ ସହଯୋଗିତାରେ ମହାନଦୀ ତଟବର୍ତୀ ଅଂଚଳକୁ ସବୁଜିମାମୟ କରିବା ପାଇଁ ଜାରୀ ରହିଛି ଉଦ୍ୟମ ।

ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ବୌଦ୍ଧର ରେଂଜର ତାଳସରଡ଼ା ଅଂଚଳରେ ୩୦ ହେକ୍ଟର ଜମିରେ ୪୮୦୦୦ ଚାରା ରୋପଣ କରାଯାଇଥିବା ବେଳେ ଧର୍ମୁଗଡ଼ ସି/୧ ରେ ୨୦ ହେକ୍ଟର ଜମିରେ ୪ ହଜାର , ନୂଆ ଖରସଙ୍କୁଲୋଇରେ ୫୦ ହେକ୍ଟର ଜମିରେ ୧୦ ହଜାର , ପୁରୁଣାକଟକ ରେଂଜ୍ ଅଯୋଧ୍ୟା ଅଂଚଳରେ ୧୫ ହେକ୍ଟର ଜମିରେ ୩ ହଜାର , ପୁଟପୁଟିଗଡ଼ରେ ୧୦୦ ହେକ୍ଟର ଜମିରେ ୨୦ ହଜାର ବୃକ୍ଷ ଚାରା ରୋପଣ କରାଯାଇଛି । ସେହିଭଳି ବୌଦ୍ଧ ରେଂଜର ହରେକୃଷ୍ଣପୁର ଠାରୁ ଫକୀରପୁର ୧୦ କିଲୋମିଟର ରାସ୍ତାର ଦୁଇ ପାଶ୍ୱର୍ରେ ୨୫୦୦, ରାମ୍ଭିକଟାରୁ ବରଝୁଲୀ ୧୦ କି.ମି. ରାସ୍ତର କଟରେ ୨୫୦୦ , ବୁରାକଟାରୁ ମଝିଆଁଘର ମଧ୍ୟରେ୪ କି.ମି. ରାସ୍ତା ପାଶ୍ୱର୍ରେ ୧୦୦୦ ଏବଂ ପୁରୁଣାକଟକ ରେଂଜର ଅଯୋଧ୍ୟାରୁ ପଇଦାଭୂଇଁ ମଧ୍ୟରେ ୧୫୦୦ ବୃକ୍ଷରୋପଣ କରାଯାଇଛି । ଏହି ଦୁଇଟି ରେଂଜର ୩୦ କି.ମି. ରାସ୍ତାରେ ୭୫୦୦ ପଥପାଶ୍ୱର୍ ବୃକ୍ଷରୋପଣ କରାଯାଇଛି , ମନମୁଣ୍ଡା ରେଂଜର ଦେଉଳି ଅଂଚଳରେ୫୦୦୦ ରାଚା ରୋପଣ କରାଯାଇଛି ।

୨୦୧୯-୨୦ ବର୍ଷରେ ବୌଦ୍ଧ ପୁରୁଣାକଟକ ଓ ମନମୁଣ୍ଡା ରେଂଜ ଅନ୍ତର୍ଗତ ବଳରାମପୁର ତେନ୍ତୁଳିପଦର ଏବଂ ଗୋପିଗାଁର ମୋଟ ୨୫ ହେକ୍ଟର ଜମିରେ ୪୦ ହଜାର ଚାରା ରୋପଣ କରାଯାଇଥିବା ବେଳେ କଂଟାମାଳ ରେଂଜର ବାଲେମତୁମା ସନଝରମୁଣ୍ଡା ଉଡେଜ ଓ ମୁଚେଲପଦର ଅଂଚଳର ୩୦୦ ହେକ୍ଟର ଜମିରେ ୬୦ ହଜାର ଚାରା ରୋପଣ କରାଯାଇଛି । ପୁରୁଣାକଟକ ଓ ବାଲିଝରିରେ ମୋଟ ୭.୨୫ ଏକାର ଜମିରେ ୧୨ ହଜାର ବିଭିନ୍ ବୃକ୍ଷ ଚାରା ଲଗା ଯାଇଥିବା ବେଳେ ବୌଦ୍ଧ ରେଂଜର ଶ୍ୟାମସୁନ୍ଦରପୁର ଗ୍ରାମ୍ୟ ଜଙ୍ଗଲରେ ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ କରାଯାଇଛି । ଗତ ବର୍ଷ ମନମୁଣ୍ଡା ରେଂଜର ବିଳଅସପୁରରେ ୧ ହଜାର , ବୌଦ୍ଧ ସହରାଂଚଳରେ ୧୫୦୦ ଓ କଂଟାମାଳ ସହରାଂଚଳରେ ୫୦୦ ଏଭଳି ୧.୮୮ ହେକ୍ଟର ଜମିରେ ମୋଟ ୩ ହଜାର ବୃକ୍ଷରୋପଣ କରାଯାଇଛି , ଲଗାଯାଇଥିବା ଗଛ ଗୁଡ଼ିକ ବଂଚିଗଲେ ସବୁଜିମାରେ ହସିଉଠିବ ମହାନଦୀ ତଟବର୍ତୀ ଅଂଚଳ ଓ ସଫଳ ହୋଇପାରିବ ସବୁଜ ମହାନଦୀ ମିଶନ , ଏଥିପାଇଁ ରୋପିତ ବୃକ୍ଷ ଚାରା ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ସହିତ ବନ ସମ୍ପଦର ସୁରକ୍ଷା ପାଇଁ ଜଳସଚେତନତା ସୃଷ୍ଟି ଏକାନ୍ତ ଜରୁରୀ ବୋଲି ପ୍ରକୃତିପ୍ରେମୀ ତଥା ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

Related Post

ରାଜ୍ୟର ୩ ନିଜାମୁଦ୍ଦିନ ଫେରନ୍ତା କ୍ୱାରେଣ୍ଟାଇନ୍‌ରେ ରହିଲେ

Posted by - March 31, 2020 591
ନୂଆଦିଲ୍ଲୀ: ଦିଲ୍ଲୀର ମରକାଜ୍ ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ସମାବେଶରେ ଯୋଗ ଦେଇଥିବା ୨୪ ଜଣ କରୋନା ଆକ୍ରାନ୍ତ ହେବା ସହ  ତେଲେଙ୍ଗାନାର ୬ ଜଣ ବ୍ୟକ୍ତିଙ୍କର କରୋନା…

ଭୁଷୁଡିଲା ଇନ୍ଦ୍ରାବତୀ ବାମ କେନାଲ,ଜଳମଗ୍ନ ହେଲା ଶହଶହ ଏକର ଜମି

Posted by - September 4, 2022 0
ଧର୍ମଗଡ:(ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ ବାମ କେନାଲ ଭୁଷୁଡିବା ଫଳରେ ବଗାଡ ଗାଁର ଶହ ଶହ ଏକର ଜମି ଜଳମଗ୍ନ ହୋଇଛି। ନୂଆଁଖାଇକୁ ନେଇ କଳାହାଣ୍ଡି ସମେତ…

ଶବଦାହ ପାଇଁ କାଠ ଅଭାବକୁ ନେଇ ମୃତଦେହ ରଖି ଧାରଣାରେ ବସିଲେ ସ୍ୱେଛ୍ଛାସେବୀ ଗଣ

Posted by - November 21, 2021 0
ବରଗଡ/ଅତାବିରା:ଓଡିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲା ହୋଉଛି ରାଜ୍ୟର ଅଗ୍ରଣି ଚାଷିଭିତ୍ତିକ ରାଜ୍ୟ ।ସବୁ ଦିଗରୁ ଏଠାକାର ପରିବେଶ ଜଲବାୟୁ ଅଟେ ଅତ୍ୟନ୍ତ ମନୋହର ।କିନ୍ତୁ…

ଅହମ୍ମଦାବାଦ ରଥଯାତ୍ରାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

Posted by - July 12, 2021 0
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍‍ କଟକଣା ମଧ୍ୟରେ ପାଳନ କରାଯାଇଛି ।…

ବରୀ ବିଜେଡି ପ୍ରାର୍ଥୀ ଚୟନ ପରେ ଦଳରୁ ମୁହଁ ଫେରାଉଛନ୍ତି ପୁୁରୁଖା କର୍ମୀ

Posted by - April 10, 2019 0
ବରୀ ୯/୪ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଚର୍ଚ୍ଚା ଘେରରେ ରହିଥିବା ବରୀ ନିର୍ବାଚନ ମଣ୍ଡଳୀ ଆଜିବି ଚର୍ଚ୍ଚା ଘେରରେ ଗତ ୨୦୦୦ ମସିହାରୁ…