ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

239 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗାଙ୍ଗପୁର ଥାନା ଅଧିନ ନେଟେଙ୍ଗା ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣ ହେଲେ ଅରୁଣ କୁମାର ନାୟକ ଙ୍କ ସ୍ତ୍ରୀ ଲଷ୍ମୀ ନାୟକ (୨୭)। ସେ ଆଜି ସକାଳ ସମୟରେ ଘରବାରି ପଟେ ଥିବା ପାଣି ମୋଟର ସୁଇଚ୍ ଲଗେଇବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଚାଲି ଆସିଥିଲେ। ବିଦ୍ୟୁତ ଆଘାତ ପାଇଁ ଲଷ୍ମୀ ଚିତ୍କାର କରି ଉଠିଥିଲେ। ତାଙ୍କ ପାଟି ଶୁଣି ପରିବାର ଲୋକ ଘଟଣା ସ୍ଥଳକୁ ଦୌଡ଼ି ଆସିଥିଲେ।

ବିଦ୍ୟୁତ ସଂଯୋଗ କାଟି ଗୁରୁତର ଅବସ୍ଥାରେ ଲଷ୍ମୀ ଙ୍କୁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇଁ ଗାଙ୍ଗପୁର ପୁଲିସ ମେଡ଼ିକାଲରେ ପହଂଚି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ଗାଙ୍ଗପୁର ଥାନାରେ ୧୨/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଲଷ୍ମୀଙ୍କର ତିନି ବର୍ଷ ଓ ୭ବର୍ଷର ଦୁଇଟି କନ୍ୟା ସନ୍ତାନ ରହିଥିବା ଜଣାପଡିଛି ।

Related Post

ବିଧାୟକଙ୍କ ଦ୍ୱାରା ବେଲଗୁଣ୍ଠାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

Posted by - May 26, 2022 0
ବେଲଗୁଣ୍ଠା: (ସୁଶାନ୍ତ କୁମାର ବେହେରା) ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ କରିଛନ୍ତି I ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…

ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ

Posted by - August 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ପଂଚାୟତ ସମିତି ର ଅଷ୍ଟମ  ସାଧାରଣ  ସମିତି ବୈଠକ , ପୂର୍ବାହ୍ନରେ ଅମ୍ବିକା ମଣ୍ଡପ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ…

ବିଶ୍ବ ସଂସ୍କୃତ ଦିବସ ପାଳିତ

Posted by - August 29, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ଅଖିଳ ଭାରତ ଅମୃତବାଣୀ ସେବା ସଂଗଠନ ଓ ଜାମଶୂଳୀ ଡାଇମଣ୍ଡ କୋଚିଂ ସେଣ୍ଟର ପକ୍ଷରୁ ବିଶ୍ବ ସଂସ୍କୃତ ଦିବସ ପାଳିତ ହୋଇଯାଇଛି।ଉକ୍ତ ସଂସ୍କୃତ ଦିବସ ଜାମଶୂଳୀ…

ସରପଞ୍ଚ ସଂଘ ତରଫରୁ ନୂତନ ବିଡିଓ ଙ୍କୁ ସ୍ୱାଗତ

Posted by - August 25, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲାର ଜୁଯୋମୁରା ବ୍ଳକ ସରପଞ୍ଚ ସଂଘ ତରଫରୁ ବ୍ଳକର ନୂତନ ବିଡିଓ ନିଲାମ୍ବର ମହାନନ୍ଦ ଙ୍କୁ କାର୍ଯ୍ୟରେ ଯୋଗଦାନ କରିଥିବାରୁ ସମ୍ବଦ୍ଧିତ କରାଯାଇଥିଲା…