Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା

195 0

ପୁରୀ : (ପ୍ରସନ୍ନ କୁମାର ଜେନା )ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ବଡ଼ଦେଉଳରୁ ସ୍ନାନ ମଣ୍ଡପକୁ ଓହ୍ଲାଇଛନ୍ତି ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ । ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ବାହାରି ଆସିଥିଲେ ମହାପ୍ରଭୁ ।

ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ପ୍ରଭୁ ଶ୍ରୀବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷ ଆସିଥିଲେ ଶ୍ରୀଜଗନ୍ନାଥ । ପ୍ରଭୁ ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା, ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଓ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି । ସ୍ନାନ ପରେ ତିନିଠାକରୁ ଜରରେ ପଡନ୍ତି ବୋଲି ବିଶ୍ୱାସ ରହିଛି। ତାଙ୍କର ଉପଚାର ମଧ୍ୟ ଯଥାବିଧି ଅନୁସାରେ କରାଯାଇଥାଏ। ଏହାପରେ ରଥଯାତ୍ରା ଦିନ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ। ।

ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। ସେଥିପାଇଁ ଏହି ସ୍ନାନ ଦିବସର ଆୟୋଜନ କରାଯାଇଥାଏ। ଶ୍ରୀମନ୍ଦିରରେ ଆଜି ଠାରୁ ପୂଜା ପାଇବେ ପଟି ଦିଅଁ ଏଭଳି ମଧ୍ୟ ରୀତି ନୀତି ରହିଛି।

Related Post

ହଇଜା ଗ୍ରସ୍ତ ଅଞ୍ଚଳକୁ ପ୍ରଶାସନିକ ସହାୟତା ପୂର୍ବରୁ ଏନ ଭାସ୍କର ରାଓଙ୍କ ସହାୟତା

Posted by - July 23, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜକୁ ପ୍ରାୟ ୨ ସପ୍ତାହ ବିତିଗଲାଣି କାଶୀପୁର ବ୍ଲକ ର ପାଖାପାଖି ସମସ୍ତ ପଞ୍ଚାୟତରେ ଡାଇରିଆ ଗ୍ରସ୍ତ…

ଯାଜପୁର ରେ କୁକୁଡା ମଡକ,ବାର୍ଡ ପ୍ଲୁଂ ଆଶଙ୍କାରେ ଭୟଭିତ କୁକୁଡା ଚାଷୀ

Posted by - February 17, 2020 705
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅମ୍ବିକାଇ ଅଂଚଳରେ ଗତ କିଛି ଦିନ ଧରି ଏହି କୁକୁଡା ମଡକ ଜାରି ରହିଛି । ଆଜି ପୁଣି ସେହି ଅଂଚଳରେ ଆଉ ୪ଟି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପୁରୀ ଗସ୍ତ, ଗସ୍ତପୂର୍ବରୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅଟକ

Posted by - January 5, 2019 0
ପୁରୀରେ ମିଶନ ଶକ୍ତି ମହିଳା ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ସମାବେଶରେ ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ହଜାର ମହିଳା ଯୋଗ ଦେଇଛନ୍ତି…

ମନମୁଣ୍ଡା ରେ ଜଳ ଯୋଗାଣ ଠପ ,ପାଣି ପାଇଁ ଲୋକେ ତ୍ରାହି ତ୍ରାହି

Posted by - March 14, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ସରକାର କହୁଛନ୍ତି ପ୍ରତ୍ୟେକ ଗ୍ରାମ କୁ ବିଶୁଦ୍ଧ ଜଳ ଯୋଗାଣ କରାଯିବ।ଖରା ଦିନ ରେ ଜଳ କଷ୍ଟ କେହି ଭୋଗିବେ ନାହିଁ।ସେହି ମର୍ମ ରେ…

ଭାଦ୍ରବରେ ବର୍ଷାର ଲୁଚକାଳି ଖେଳ,ଜଳପାଇଁ ଚିନ୍ତାରେ ଚାଷୀ କୁଳ, ବେଲଗୁଣ୍ଠାରେ ମରୁଡିର ପଦ ଧ୍ୱନି

Posted by - August 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ପାଇଁ ଚଳିତ ଖରିଫଋତୁ ବର୍ଷା ବଦଳରେ ଲୁହ ଆଣି ଦେଇଛି I ଚାଷୀଙ୍କ ଜମିରେ ଧାନ…