ବ୍ୟାସନଗରରେ ବିରଜା ମନ୍ଦୀର ନିର୍ମାଣକୁ ସେବାୟତଙ୍କ ବିରୋଧ

215 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବ୍ୟାସନଗରରେ ମା ବିରଜା ମନ୍ଦୀର ନିର୍ମାଣକୁ ନେଇ ବିରୋଧ ଦେଖାଦେଇଛି । ମା ବିରଜା ମନ୍ଦୀରର ସେବାୟତ ମାନଙ୍କ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି । ଆଜି ଏ ନେଇ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ସେବାୟତ ମାନଙ୍କ ଯୁକ୍ତି ହେଉଛି ମା ବିରଜା ହେଉଛନ୍ତି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ମାଙ୍କ କ୍ଷେତ୍ର ପଂଚ ବ କାର କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି । ଅନ୍ୟ ସ୍ଥାନରେ ମା ପୂଜା ପାଇବା ଏହା ଶାସ୍ତ୍ର ବିରୋଧୀ । ଭକ୍ତ ମାନଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେବ । ଏଭଳି ମନ୍ଦୀର ପ୍ରତିଷ୍ଠା ହେଲେ ହିନ୍ଦୁ ମାନଙ୍କ ମଧ୍ୟରେ ଧର୍ମୀୟ ଭାବନା ରେ ଆଘାତ ଲାଗିବ ।

ସେଥିଲାଗି ଏହି ମନ୍ଦୀର ନିର୍ମାଣ କୁ ତୁରନ୍ତ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବୀ କରାଯାଇଛି । ଏ ନେଇ ଆଗାମୀ ଦିନରେ ଯାଜପୁର ଏସପି ଙ୍କୁ ଦାବୀ ପତ୍ର ପ୍ରଦାନ କରାଯିବା ସହିତ ଆବଶ୍ୟକ ପଡିଲେ ମାନ୍ୟବର ହାଇକୋଟଙ୍କ ହସ୍ତକ୍ଷେପ ଲୋଡାଯିବ ବୋଲି ସେବାୟତ ପରିଷଦ ପକ୍ଷରୁ କୁହାଯାଇଛି । ସେବାୟତ ପରିଷଦ ସଭାପତି ଦେବୀ ପ୍ରସାଦ ପାଣିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟିଥିଲେ ।ସେପଟେ ଘଟଣାର ତଦନ୍ତ ପାଇଁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।

Related Post

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…

ବନ୍ଧ ଖନନ ରେ ରତ୍ନ ପଥର ପାଇଁ ଲୋକଙ୍କ ଭିଡ଼ ଘଟଣା: ପହଁଚିଲା ପୁଲିସ ଓ ପ୍ରଶାସନ, ଉକ୍ତ ଜାଗାରେ ଜାରି ହେଲା ୧୪୪ ଧାରା

Posted by - May 15, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଚର୍ଚ୍ଚିତ ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ବନ୍ଧ ଖନନବେଳେ ରତ୍ନ ପଥର ସନ୍ଧାନ ପାଇ ଲୋକମାନଙ୍କ ଭିଡ଼ ଘଟଣା ପରିପ୍ରେକ୍ଷୀରେ…

ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

Posted by - April 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି…