ଠାକୁର ମାହାଲ ମ୍ୟାନେଜିଂ ଟ୍ରଷ୍ଟି ରାଣୀ ସାହେବା ଙ୍କ ସାମ୍ବାଦିକ ସମ୍ମିଳନୀ

543 0

ନୀଳଗିରି:(ସୌମ୍ୟାସାଇ ବାରିକ)ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ, ରଥଯାତ୍ରା କୁ ନେଇ, ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ମହାମାରୀ ର ଦ୍ୱିତୀୟ ଲହର ଓ କଟକଣା, ଆଜି ନୀଳଗିରି ଜଗନ୍ନାଥ ପ୍ରେମୀ ଭକ୍ତ ଙ୍କ, ଧର୍ମୀୟ ଭାବନା ଉପରେ କୁଠାରଘାତ କରିଛି, କହିଲେ କିଛି ଅତ୍ୟୁକ୍ତି ହେବନାହିଁ।ସୂଚନାରୁ ଜଣାଯାଇଛି, ୧୦/୦୬/୨୦୨୧ ରିଖ ରେ, ଏସ୍. ଆର୍. ସି. ଙ୍କ କାର୍ଯ୍ୟାଳୟ ପତ୍ରାଙ୍କ ସଂଖ୍ୟା, ୩୨୦୭, ତା୧୦/୬/୨୧ରେ ସମଗ୍ର ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବ ନାହିଁ ବୋଲି, ଉଲ୍ଲେଖ କରି, ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଥିଲେ। କିନ୍ତୁ, ନୀଳଗିରି ଉପଜିଲ୍ଲାପାଳ, କେଉଁ ଆଧାର ରେ, ନୀଳଗିରି ଉପଜିଲ୍ଲାପାଳ ଅଫିସ ପତ୍ରା ଙ୍କ ସଂଖ୍ୟା, ୨୨୪୭ ତା – ୦୭/୦୬. /୨୦୨୧ଅର୍ଥାତ ୩ ଦିନ ପୂର୍ବରୁ, ନୀଳଗିରି ରଥ ନିର୍ମାଣ କାର୍ଯ୍ୟ କୁ ଘୁଞ୍ଚାଇବା /ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି, ରାଣୀ ସାହେବା ତଥା ଠାକୁର ମାହାଲ ର ଆଜୀବନ ଟ୍ରଷ୍ଟୀ ମନୋଜା ମଞ୍ଜରୀ ଦେବୀ, ସାମ୍ବାଦିକ ସମ୍ମିଳନୀରେ, ପ୍ରଶ୍ନ କରିଛନ୍ତି।

ଅପର ପକ୍ଷରେ, ରଥ ନିର୍ମାଣ, ଠାକୁର ଙ୍କର ନୀତି କାନ୍ତି ମଧ୍ୟରେ ଯାଉଛି। ଆଗାମୀ ସ୍ନାନପୂର୍ଣ୍ଣିମା, ମହାପ୍ରଭୂ ଙ୍କ ର, ଏକ ନୀତି କାନ୍ତି ମଧ୍ୟରେ ଯାଉଛି। ରାଜ୍ଯ ସରକାର, ସାରା ରାଜ୍ୟରେ, କେଉଁଠି ବି, ଠାକୁର ଙ୍କର ନୀତି କାନ୍ତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇନାହାଁନ୍ତି। ଏପରି ସ୍ଥଳେ କେଉଁ ଆଧାର ରେ ୧୦ ଜଣ ମହାରଣା ସେବାୟତ ଙ୍କୁ ଗିରଫ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି? ଆଗାମୀ ସ୍ନାନପୂର୍ଣ୍ଣିମା, କିଭଳି ଭାବେ ହେବ, ସେଥି ପାଇଁ, ସେ ଏକ ଚିଠି, ଏସ୍. ଆର୍. ସି., ବାଲେଶ୍ବର ଜିଲ୍ଲାପାଳ ଓ ନୀଳଗିରି ଉପଜିଲ୍ଲାପାଳ ଙ୍କୁ ଲେଖି ଥିବା କଥା, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related Post

ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ 

Posted by - October 30, 2022 0
ଯାଜପୁର ଜିଲା ବିଞ୍ଝାରପୁର ବ୍ଲକର ସିଂହପୁର ରେ ଶ୍ରୀ ଜଗନ୍ନାଥ ସାହିତ୍ୟ ସଂସ୍କୃତି ପରିଷଦର ସପ୍ତମ ବାଷିକ ସାମ୍ବତ୍ସରିକ ଉତ୍ସବ ସିଂହପୁର କାଳି ମଣ୍ଡପ ପରିସରେର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସଭାପତି ବିଶିଷ୍ଟ ସାହିତ୍ୟିକ ଦୂର୍ଯ୍ୟୋଧନ ସାମଲ ସଭାପତିତ୍ୱ କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୂର ଯୋଗ ଦେଇ ଓଡିଆ ମାନଙ୍କର ଅସ୍ମିତା ଓ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚିତି ସମ୍ପକର୍ରେ ବଣ୍ଣର୍ନା କରିଥିିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା ଯୋଗଦେଇ ମହାଭାରତୀୟ ଦର୍ଶନରେ ବ୍ୟକ୍ତିର ଚରିତ୍ର ଗଠନ ସାମାଜିକ , ନୈତିକ ତଥା ଅଧ୍ୟାତ୍ମିକ ଜୀବନକୁ ପ୍ରଭାବିତ କରିବ ବୋଲି କହିଥିଲେ ।  ସମ୍ମାନୀତ ଅତିଥି ଭାବେ କିଟ୍ ଓ କିସ ସାମାଜିକ ଉନ୍ନୟନ ବିଭାଗ ନିର୍ଦ୍ଦେଶିକା କାବ୍ୟାପ୍ରିୟଦର୍ଶିନୀ ଧଳ ଯୋଗ ଦେଇଥିଲେIଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ଶ୍ରୀମୁଖ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ନନ୍ଦନକାନନରରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

Posted by - July 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଆଜି ଜୁଲାଇ ୨୯.ବିଶ୍ବ ବ୍ୟାଘ୍ରଦିବସ, ଏହି ଦିବସ ଅବସର ରେ ବାଘ ମାନଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ସାରା…

ପଶ୍ଚିମାଞ୍ଚଳ ଏକତା ମଂଚର ସମ୍ବଲପୁରୀ ଦିନ ସଂକଲ୍ପ ଏବେ ଆନ୍ଦୋଳନ ରେ ପରିଣତ ହୋଇପାରିଛି

Posted by - July 28, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଭାରତୀ ସମାଜ ପକ୍ଷରୁ ୧୦ ବର୍ଷ ପୁର୍ବରୁ ଗୁରୁ ସତ୍ଯ ନାରାୟଣ ବହିଦାରଂକର ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ହୋଇଥିବା ନିଷ୍ପତ୍ତି ଏବେ ଆନ୍ଦୋଳନ ରେ ପରିଣତ…

ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଯାଜପୁର ଡଙ୍କାରି ଗସ୍ତ

Posted by - February 20, 2019 0
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ ବେଆଇନ ଖନନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ ରାଜନେତା…

ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ଵ ନେଲେ ନବ ନିର୍ବାଚିତ ନିରୁପମା ପଟେଲ

Posted by - March 16, 2022 0
ପାଟଣାଗଡ଼:  ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଅଧ୍ୟକ୍ଷା ଭାବେ ବୁଧବାର ଦାୟୀତ୍ୟ ଗ୍ରହଣ କଲେ ନୂତନ ଭାବେ ନିର୍ବାଚିତ ହୋଇଥିବା ଅଧ୍ୟକ୍ଷା ନିରୁପମା ପଟେଲ…