Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଉମା ଗାଁ ମାଛମରା ଘଟଣା, ଚୁପ୍ ରହିଛି ପ୍ରଶାସନ

245 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ୍ ଉମା ଗ୍ରାମରେ କୋଭିତ୍ ନିୟମ ଉଲ୍ଲଘନ କରି ମାଛ ଧରିବା ଘଟଣାକୁ ୧୨ଦିନ ବିତିଗଲାଣି । ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଏହି ସ୍ପର୍ଶକତାର ପ୍ରସଙ୍ଗରେ ଜିଲ୍ଲାପାଳ କୋଭିଡ ନିୟମ ର ପରିଚାଳନା ତଦାରଖ ଦାୟିତ୍ବରେ ଥିବା କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ଓ ତସିଲଦାର ଅର୍ଜୁନ ପ୍ରଧାନଙ୍କୁ ଗତ ୮ ତାରିଖ ଦିନ କୈଫିୟତ ତଲବ କରି ୭ଦିନ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେ ପ୍ରଶାସନର ଏଭଳି ତ୍ବରିତ ପଦକ୍ଷେପକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ସ୍ବାଗତ କରା ଯାଇଥିଲା । କିନ୍ତୁ ଇତିମଧ୍ୟରେ ୧୪ ଦିନ ବିତିଯାଇଥିଲେ ମଧ୍ୟ ଅଧିକାରୀଦ୍ବୟ ଜିଲ୍ଲାପାଳଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିନଥିବା ଜଣାପଡ଼ିଛି ।

ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ନିରବ ରହିଛନ୍ତି । ଏହା ପଛରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଚାପ ରହୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ପକ୍ଷରେ ଏହି ଘଟଣା ପ୍ରକାଶ ପାଇବା ପରଠାରୁ କିଛି ଲୋକ ସାମ୍ବାଦିକ ବଂଶୀଧର ମାଝାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି । ତୁରନ୍ତ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସମାଜସେବୀ ସୁବେଦାର ଲଳିତ ସାହୁ କହିଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ପ୍ରତିକ୍ରିୟା ନେବାରୁ କୈଫିୟତ ତଲବ କରିଛି , ଏଯାଏଁ ରିପୋର୍ଟ ଦେଇ ନାହାନ୍ତି । କେବେ ରିପୋର୍ଟ ପ୍ରଦାନ କରୁଛନ୍ତି ଦେଖିବା ବୋଲି କହିଛନ୍ତି ।

Related Post

ଯାଜପୁରରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ,ସଟଡାଉନ ସହ ଲକଡାଉନର କଲେ ସମୀକ୍ଷା

Posted by - April 5, 2020 464
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗସ୍ତରେ ଓଡିଶା ପୋଲିସ ଡିଜି ଶ୍ରୀ ଅଭୟ।କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ୪୮ ଘଂଟିଆ ସଟ ଡାଉନ…

ଅଭାବନୀୟ ଘଟଣା,ଏସାର ପରିବହନ ପାଇଁ ଟ୍ରାଫିକ ଜାମ ରେ ଫସିଲା ଆମ୍ବୁଲାନ୍ସ !

Posted by - May 7, 2020 164
ଯୋଡା:(ସୀତାରାମ ଦୀକ୍ଷିତ)ବଡ଼ ଦୁଃଖ ଦାୟକ କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅଂଚଳ । ଏଠାକାର ବାସିନ୍ଦା କେବଳ ଜୀବନ ସହ ଯୁଦ୍ଧ କରି ବଂଚି ରହିଛନ୍ତି ।…

ଯାଜପୁର ର ବ୍ରାମହନୀ ସେତୁ ନିର୍ମାଣ ଓ ମରାମତି ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

Posted by - December 10, 2018 84
ଯାଜପୁର: ବ୍ରହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ ଓ ପୁରାତନ ସେତୁ ମରାମତି ପାଇଁ ଦାବି କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଦିନ ୫୩…

ଟଙ୍କା ପାଇଁ ଜ୍ୱାଇଁଙ୍କୁ ଗଛରେ ବାନ୍ଧି ମାଡ଼ ଅଭିଯୋଗ

Posted by - March 14, 2021 0
ଯାଜପୁର ଅଫିସ :ଟଙ୍କା ପାଇଁ ଜ୍ୱାଇଁଙ୍କୁ ଗଛରେ ବାନ୍ଧି ମାଡ଼ ଅଭିଯୋଗ। ଯାଜପୁର ଜିଲ୍ଲା ବିଂଝାରପୁର ବାଳମୁକୁଳି ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ…

ସାଂସଦ ନିରଞ୍ଜନ ବିସି ହେଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସସି କର୍ମଚାରୀ ସଂଘ ର ଉପଦେଷ୍ଟା

Posted by - August 21, 2022 0
ସମ୍ବଲପୁର ;(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର କୁ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିସି ଙ୍କ ଗସ୍ତ ଅବସରରେ ତାଙ୍କୁ ସମ୍ବଲପୁର ସାର୍କିଟ ହାଉସ ଠାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ…