ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

457 0

ମାନାମା/ଆୱାଲି/ଭୁବନେଶ୍ୱର / ଯାଜପୁର(ସ୍ନେହାଂଶୁ ଶେଖର ମହାନ୍ତି) – ତା ୨୨.୬ ବାହାରିନ ଓଡ଼ିଆ ସମାଜ ତରଫରୁ ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ସମାଜ ପକ୍ଷରୁ ଆୟୋଜିତ ଏକ ଅନଲାଇନ ଯୋଗ ସଚେତନତା ଶିବିରରେ, ଏହି ଦ୍ଵୀପ ଦେଶରେ ବସବାସ କରୁଥିବା ଓଡ଼ିଆ ଅଧିବାସୀ ମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଯୋଗ ଦେଇଥିବା ଦେଖାଯାଇଥିଲା। ଭୁବନେଶ୍ୱରରୁ ଯୋଗ ବିଶେଷଜ୍ଞ ସରିତାଞ୍ଜଳି ନାୟକ ଏହି ଶିବିର କୁ ଭିଡ଼ିଓ କନଫରେନସିଂ ଜରିଆରେ ସଞ୍ଚାଳନ କରିଥିଲେ।
ଏହି ଲାଇଭ ଷ୍ଟ୍ରିମିଙ୍ଗ ଅଧିବେଶନ କାଳରେ ଚଳିତ ଯୋଗ ଦିବସର ବିଷୟବସ୍ତୁ; ସୁସ୍ଥ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ଓ ସ୍ଵଗୃହରୁ ଯୋଗାଭ୍ୟାସ କରାଯିବାର ବାର୍ତ୍ତା ଉପରେ ସଂଗଠକ ମାନେ ଆଲୋକପାତ କରିଥିଲେ।

ବିଶେଷ କରି ବର୍ତ୍ତମାନର କରୋନା ମହାମାରୀଜନିତ ସଙ୍କଟ କାଳରେ ଯୋଗ ଦ୍ବାରା କିଭଳି ବିମର୍ଷ ଭାବକୁ ଦୂର କରାଯାଇ ମାନବ ମନରେ ସାକାରାତ୍ମକ ଚିନ୍ତା ଧାରା ଅନୁପ୍ରବେଶ କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ଯୋଗ ବିଜ୍ଞାନ ଅନୁଶୀଳନ ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳନ ଓ ସଂହତି ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଫଳସ୍ୱରୁପ ମାନବ ସମାଜର ସର୍ବମଙ୍ଗଳ ସକାଶେ ବ୍ୟକ୍ତିଗତ ସଚେତନତା ତଥା ସାମୂହିକ ସଚେତନତା ଭଦ୍ରେକ କରାଯିବା ସମ୍ଭବପର ହୋଇପାରୁଥିବା ମତ ପ୍ରକାଶ ପାଇଥିଲା।ବାହାରିନ ଓଡ଼ିଆ ସମାଜର ସଭାପତି ଦୀନେଶ ମହାନ୍ତି ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଭର୍ଚୁଆଲ କାର୍ଯ୍ୟକ୍ରମକୁ ସଂଗଠନର ମହିଳା ସଦସ୍ୟ ମାନେ ପରିଚାଳନା କରିଥିଲେ। ଉତ୍ସବ ଆୟୋଜନ କରିବାରେ ଓଡ଼ିଆ ସମାଜର ସଦସ୍ୟ ବିଦୁଶ ନନ୍ଦ, ସସ୍ମିତା ରାଉତ, ଜୟଦୀପ ଜେନା, ଅନିତା ସଂଗ୍ରାମ ରଣସିଂହ ଏବଂ ସୁଶାନ୍ତ ପଣ୍ଡା ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

 

Related Post

ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ତରଫରୁ ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨ ଆୟୋଜନ

Posted by - October 18, 2022 0
କାନବେରା : ଅଷ୍ଟ୍ରେଲିଆର ଓଡ଼ିଆ ଅଧିବାସୀମାନେ ନିକଟରେ ମହା ଆନନ୍ଦ, ପ୍ରବଳ ଉତ୍ସାହ ଓ ଅସୀମ ଉଦ୍ଦୀପନା ମଧ୍ୟରେ ରାଜଧାନୀ କାନବେରାଠାରେ “ଓରିଓଜ ସ୍ପୋର୍ଟସ୍ ଫେଷ୍ଟ-୨୦୨୨” ପାଳନ…

ପାକିସ୍ତାନୀ ଡ୍ରୋନ୍‌କୁ ଖସାଇ ଦେଲା ଭାରତୀୟ ସେନା,ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି : ମୋଦି

Posted by - February 27, 2019 0
ଗୁଜରାଟର କଚ୍ଛ ଅଞ୍ଚଳରେ ଉଡ଼ୁଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ଭାରତୀୟ ସେନା ଖସାଇ ଦେଇଛନ୍ତି।ଗତକାଲି ରାତିରେ ଏହି ଡ୍ରୋନ୍‌କୁ ଅମ୍ବାସା ଗାଁରେ ଖସାଇ ଦିଆଯାଇଥିବା ସୂଚନା ମିଳିଛି।ଭାରତୀୟ…

ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ରଥଯାତ୍ରା ଆୟୋଜନ

Posted by - July 7, 2022 0
ମାଞ୍ଚେଷ୍ଟର (ବ୍ୟୁରୋ): ଇଂଲଣ୍ଡର ତୃତୀୟ ବୃହତ୍ତମ ମହାନଗର ମାଞ୍ଚେଷ୍ଟରଠାରେ ଦ୍ଵିତୀୟ ରଥଯାତ୍ରା ଉତ୍ସବ ଖୁବ ଯାକଜକମ ଓ ଜୋରଦାର ଢଙ୍ଗରେ ପାଳନ କରାଯାଇଛି। ଏହି ଉପଲକ୍ଷେ ସକାଳୁ…

ଅଷ୍ଟ୍ରେଲିଆର କାନ୍‍ବେରା ଠାରେ ରଥଯାତ୍ରା ଆୟୋଜନ

Posted by - July 8, 2022 0
କାନ୍‍ବେରା :  ଅଷ୍ଟ୍ରେଲିଆର ରାଜଧାନୀ କାନ୍‍ବେରା ଠାରେ ଶ୍ରୀଜଗନ୍ନାଥଙ୍କର ଏକାଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା…

ପ୍ରେମିକକୁ ବିବାହ କରିବା ପାଇଁ ସମଲିଙ୍ଗୀ ସ୍ୱାମୀ କଲା ସ୍ତ୍ରୀର ହତ୍ୟା

Posted by - December 6, 2018 0
ନୂଆଦିଲ୍ଲୀ : ଇଂଲଣ୍ଡରେ ରହୁଥିବା ସମଲିଙ୍ଗୀ ଫାର୍ମସିଷ୍ଟ ଅଷ୍ଟ୍ରେଲିଆରେ ରହୁଥିବା ପ୍ରେମିକଙ୍କୁ ବିବାହ କରିବା ପାଇଁ ନିଜ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ…