ବାଂଲାଦେଶରୁ ଆସି ଭାରତରେ ଦେହ ବ୍ୟବସାୟ କରୁଥିବା ଯୁବତୀ ଯାଜପୁରରେ

563 0

ଯାଜପୁର ଅଫିସ :୩ ବର୍ଷ ତଳେ ଦଲାଲଙ୍କ ଜରିଆରେ ୨ ଲକ୍ଷ ଟଙ୍କା ପ୍ରତିବଦଳରେ ଭାରତକୁ ଆଣିଥିଲେ ଜଣେ ଦଲାଲ । ତାପରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଅଜୟ ଦାସ ତାଙ୍କୁ କଲିକତାରେ ଦେହ ବ୍ୟବସାୟରେ ଲଗାଇଥିଲେ । ଅଜୟ ଦାସ  ଯୁବତୀ ଜଣଙ୍କୁ କୋଲକାତାରେ ଏକ ହୋଟେଲରେ ଦେହ ବ୍ୟବସାୟ କରିବା ପାଇଁ ବିକ୍ରି କରିଦେଇଥିଲେ । ପରେ ଅଜୟଙ୍କ ପୁଅ ସୁରଜ ଏବଂ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।  ଉଭୟ ସୁରଜ ଓ ଯୁବତୀ ବେଙ୍ଗାଲୁରୁରେ ଦୀର୍ଘ ବର୍ଷେ କାଳ ରହିଥିଲେ । ଏକଥା ବାପା ଅଜୟ ଜାଣିବା ପରେ ପୁଅ ଏବଂ ଯୁବତୀଙ୍କୁ ଆଣି ଧର୍ମଶାଳା ଅଞ୍ଚଳରେ ଜଣଙ୍କ ଘରେ ରଖିଥିଲେ ।

ଭୟରେ ଯୁବତୀ ଜଣଙ୍କ ସବୁକଥା ଘର ମାଲିକଙ୍କୁ କହିବା ପରେ ପୋଲିସକୁ ଖବର ଦିଆଯାଇଥିଲା । ଧର୍ମଶାଳା ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ଯାଜପୁର ୱାନଷ୍ଟପ ସଖୀ କେନ୍ଦ୍ରରେ ଛାଡିଛି । ତେବେ ବାଙ୍ଗଲାଦେଶରେ କାମ ଅଭାବ ଥିବାରୁ ଭାରତରେ କିଛି କାମ କରି ଟଙ୍କା ରୋଜଗାର କରି ମାଆ ପାଖକୁ ପଠାଇବାକୁ ସ୍ୱପ୍ନ ଦେଖିଥିବା ଝିଅ  ଭାଙ୍ଗି ପଡିଛି । ପୋଲିସ ଯୁବତୀଙ୍କୁ ଧରି ତଦନ୍ତ ଜାରି ରଖିଥିବା ବେଳେ ଯୁବତୀ ଜଣଙ୍କ ନିଜ ଘରକୁ ଚାଲିଯିବାକୁ ନିବେଦନ କରିଛନ୍ତି ।

Related Post

ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଗୁପ୍ତ ପୂଜା ଆରମ୍ଭ

Posted by - September 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ୧୬ଦିନ ଧରି ଭକ୍ତ ଙ୍କୁ ଦର୍ଶନ ଦେବେନି ମା । ଅଞ୍ଚଳରେ ଭକ୍ତି ଭାବର ଲହରୀ ଖେଳି ଯାଇଛି। ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ…

ସୋସିଆଲ ମିଡିଆରେ କରୋନା ଗୁଜବ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ଯୁବକ

Posted by - March 19, 2020 0
ତାଳଚେର:(ମହେଶ ଭୋମରାଜ)ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହେଲେ ତାଲଚେରର ଜଣେ ଯୁବକ । ସୂଚନା…

ରେଙ୍ଗାଲି ରେ ବିଜେଡିର କର୍ମୀ ସମ୍ବିଳନୀ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖିଣ୍ଡା ଗ୍ରାମପଞ୍ଚାୟତ ଠାରେ ଆଜି ବିଜୁ ଜନତାଦଳ ର ଏକ ବିରାଟ କର୍ମୀ ସମ୍ବିଳନୀ ଅନୁଷ୍ଠିତ…

ବାରହା ଫାଶରେ ପଡି ମୃତ ମହେନ୍ଦ୍ର ନାଏକଙ୍କ ବାବଦରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ରିପୋର୍ଟ ତଲବ

Posted by - November 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଦ୍ୟୁତ ସଂଯୋଗ ଥିବା ବାରହା ଫାଶରେ ପଡି ମୃତ ମହେନ୍ଦ୍ର ନାଏକଙ୍କ ବାବଦରେ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି…

ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ : ରବିବାର ଦିନ ଶପଥ ନେବେ ନୁଆ ମନ୍ତ୍ରୀମଣ୍ଡଳ

Posted by - June 4, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନବିନ ସରକାରଙ୍କ ପଞ୍ଛମ ପାଳିର ତିନି ବର୍ଷ ପୂର୍ତ୍ତି ପରେ ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ନିଜ ମନ୍ତ୍ରୀମଣ୍ଡଳର ସମସ୍ତ…