Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଭଦ୍ରକରୁ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ

460 0

ଭଦ୍ରକ :(ଶ୍ଯାମା ସୁନ୍ଦର) : ବ୍ରାଉନ ସୁଗାର କଳା ବଜାରୀଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସ ତରଫରୁ ଲଗାତର ଚଢାଉ ସତ୍ତ୍ଵେ ଭଦ୍ରକ ସହରରେ ବ୍ରାଉନ ସୁଗାର ବା ଧଳା ଜହର କଳାବଜାରୀଙ୍କ ପାଇଁ ଭୂ-ସ୍ଵର୍ଗ ପାଲଟିଛି । ଏମାନେ ପିଛା ଛାଡିବାର ନାଁ ନେଉ ନାହାନ୍ତି ଭଦ୍ରକ ସହରରେ ।  ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପୋଲିସ୍‌ର ତତ୍‌ପରତା ମଧ୍ଯ କମ୍‌ ନାହିଁ ! ବିଗତ ମାସ ମାନଙ୍କରେ ଏମାନେ ଅନେକ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ବ୍ରାଉନ ସୁଗାର ଏବଂ ଏହି କାରବାର କରୁଥିବା ଅପରାଧି ମାନଙ୍କୁ ଧରିବାରେ ସକ୍ଷମ ହେବା ସହିତ ଏମାନଙ୍କୁ ଭଦ୍ରକ ସହରରେ ସମୂଳେ ବିନାଶ ପାଇଁ ଚେଷ୍ଟା ଜାରୀ ରଖିଛନ୍ତି ।  ତଥାପି, ବର୍ଷାଦିନିଆ ଛତୁ ଫୁଟିବା ପରି ଏମାନେ ବାରମ୍ଵାର ବିଭିନ୍ନ ସ୍ଥାନରେ ଧଳା ଜହରର କଳା-ବଜାରୀ ଜାରୀ ରଖିଛନ୍ତି । ଗତକାଲି ମଧ୍ଯ ପୁରୁଣା ବଜାର ପୋଲିସ ତରଫରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତର ଖବର ମିଳିଛି ।

ସୂଚନା ଅନୁସାରେ,ସନ୍ଥିଆ ବ୍ରିଜ ପାଖ ନଙ୍ଗାମାଳ ନିକଟରେ ଏମ୍.ଭି.ଆଇ ଓ କୋଭିଡ୍‌ ଭାଓଲେସନ୍ ଚେକିଙ୍ଗ ଚାଲିଥିବା ବେଳେ, ୨ଜଣ ସନ୍ଧିଗ୍ଧ ବ୍ୟକ୍ତିକୁ ସନ୍ଦେହରେ ପଚରାଉଚରା ଓ ପରେ ତନଖି ନେବା ପରେ ୧୧୦ ଗ୍ରାମ ବ୍ରାଉନ ସୁଗାର ସହିତ ୨ଟି ମୋବାଇଲ, ଗୋଟିଏ ବାଜାଜ ପଲସର ଗାଡି ଓ କିଛି ନଗଦ ଟଙ୍କା ଜବତ ହୋଇଥିବା ବେଳେ ବ୍ରାଉନ ସୁଗାର ର ଅନୁମାନୀକ ମୂଲ୍ୟ ପ୍ରାଯୁଃ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ । ଏମାନେ ଏହାକୁ କେଉଁଠାରୁ ଆଣି ଭଦ୍ରକରେ କେଉଁ କେଉଁ ଯାଗାକୁ ପଠାଉଛନ୍ତି ଏବଂ ଏହାର ଅର୍ଥନୈତିକ ଦିଗ ପ୍ରତି ପୋଲିସ ଅନୁସନ୍ଧାନ ଜାରୀ ରଖିଥିବା ବେଳେ ଗିରଫ ହୋଇଥିବା ଅପରାଧି ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଉଥିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏ.ଏସ୍‌.ପି. ସୂଚନା ଦେଇଛନ୍ତି ।

Related Post

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି

Posted by - October 21, 2021 0
ସୋନପୁର:(ଅଜିତ୍ କୁମାର୍ ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବିଶାଲପାଲି ଛକ ନିକଟରେ ବନ୍ଧୁକ ଦେଖାଇ ଡକାୟତି । ଆଜି ସଂନ୍ଧ୍ଯାରେ ମାଲିକ ସାହୁ ଓ ତାଙ୍କ ସ୍ତ୍ରୀ…

ବ୍ରଜରାଜନଗର ନିର୍ବାଚନରେ ମହାନଦୀ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଘେରିବ ବିଜେଡି

Posted by - May 15, 2022 0
ଭୁବନେଶ୍ଵର :ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେପି ତାର ୪୦ ଜଣ ପ୍ରଚାରକଙ୍କ ନାଁ ଘୋଷଣା କରିଛି। ବିଜେପି ପ୍ରାର୍ଥୀଙ୍କ ପାଇଁ ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡ଼ର ପ୍ରମୁଖ…

ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ବଣ୍ଟା ଯାଉଥିବା ଖାଦ୍ୟ ମହା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବୀ

Posted by - July 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ଅପରାହ୍ନ ରେ, ନୀଳଗିରି ବିଜେପି କାର୍ଯ୍ୟାଳୟ ପରିସର ରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର…

ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଯାଜପୁର ନିର୍ବାଚନ ମଣ୍ଡଳୀ ଗସ୍ତ

Posted by - April 23, 2019 0
ଯାଜପୁର:ଚଳିତ ନିର୍ବାଚନ ପାଇଁ ଯାଜପୁରରେ ରାଜନୈତିକ ସରଗରମ । ବିଜେପି ପକ୍ଷରୁ ପ୍ରଚାର ଜୋରଦାର । ଆଜି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର…

୫ଦଫା ଦାବି ନେଇ ସମ୍ବଲପୁର ବନ୍ଦ ସଫଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ବନ୍ଦରୁ ଦିଆଯାଇଛି ବାଦ

Posted by - November 24, 2022 0
ସମ୍ବଲପୁର :୨୩/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ବତନ୍ତ୍ର ରାଜ୍ୟ, ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା, ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ…