ବରୀ ବ୍ଳକ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ

939 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବା ବେଳେ ବୁଡି ଯାଇ ଦୁଇ ଯୁବକ ମୃତ । ଗ୍ରାମବାସୀ ଓ ଅଗ୍ନିଶମ ବାହନୀ ଖୋଜାଖୋଜି କରିବା ପରେ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ । ମୃତକ ଦୁଇଜଣ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ । ଆଜି ଉଭୟ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ଗୋଡ ଖସିଯିବାରୁ ବୁଡି ଯାଇଥିଲେ ।

ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜିଖୋଜି କରିବା ସହିତ ସ୍ଥାନୀୟ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହନୀ ଖୋଜାଖୋଜି କରିବା ପରେ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବାହନୀ ଶବ ଦୁଇଟିକୁ ଉଦ୍ଧାର କରି ବରୀ ଗୋଷ୍ଟିସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

Related Post

ମଲିକୁଦ ସାହାଜପିଟା ରାସ୍ତା ପ୍ରତି ପ୍ରଶାସନର ଶୁଭ ଦୃଷ୍ଟି ପଡୁ

Posted by - July 4, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): କଣ୍ଟାମାଳ ବ୍ଲକ୍‌ର ଦୁର୍ଗମ ବରଗାଁ ପଞ୍ଚାୟତର ଅନେକ ଗାଁ ଗଣ୍ଡା ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳରେ ରହିଥିବାବେଳେ ଅଞ୍ଚଳବାସୀ ବିଶେଷ କରି ନିଜ ପଞ୍ଚାୟତ ଭିତରେ…

ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକି ପାଳନ

Posted by - April 18, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ପୁରୁଣା ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ ତମ ଶ୍ରାଦ୍ଧ…

ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ପରିଚାଳନା ପାଇଁ ଜିଲା ପ୍ରଶାସନର ଚୂଡାନ୍ତ ବୈଠକ

Posted by - June 30, 2022 0
ବୌଦ୍ଧ:୨୯ା୬ 🙁 ଚିତ୍ତରଂଜନସିଂ) ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଚୂଡାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

ହରଭଙ୍ଗା ବ୍ଲକରେ ନୂଆଖାଇ ପର୍ବ ପାଳିତ

Posted by - September 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ନୂଆଖାଇ ପାଇଁ ସମଗ୍ର ହରଭଙ୍ଗା ବ୍ଲକର -ଧର୍ମନଗର, ସୁରୁଣ୍ଡି, ଭେଜିଗୋରା, ଅଯୋଧ୍ୟା, କୁଶଙ୍ଗ ଆଦି ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାଗ୍ନ ଲାଗି…