ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପୋଲ ଦବିବା ପଂଳରେ ଲୋକେ ଭୟଭିତ । ଯାତାୟତ ବାଧାପ୍ରାପ୍ତ । ଯାଜପୁର ଜିଲା ସୀମାନ୍ତ ମଣିନାଥପୁର ନିକଟସ୍ଥ ବଲ୍ଲଭି ପୋଲର ମଝି ଭାଗରେ ଆଜି ହଠାତ୍ ଦବି ଯିବା ପଂଳରେ ଲୋକେ ଭୟଭିତ ହୋଇପଡିଥିଲେ । ପୋଲ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି ଅଭିଯୋଗ କରିଛନ୍ତି । ଗତ କିଛି ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଉପରେ ଭାରି ଯାନ ଚଳାଚଳ କରିବା ପଂଳରେ ପୋଲ ଦୁର୍ବଳ ହୋଇଥିବା ଅଭିଯୋଗ ହୋଇଛି । ଏହା ପରେ ଭାରି ଯାନ ଚଳାଚଳ ଉପରେ ରୋକ ଲାଗିଛି । ଖବର ପାଇ ପୂର୍ତ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଂଚି ମରାମତି କାମ ଆରମ୍ଭ କରାଯାଇଛି । ତେବେ ଏହାର ବିଧିବଧ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।
