ବେଲଗୁଣ୍ଠା ସହରରେ ମେଗା ଚାରାରୋପଣର ଶୁଭାରମ୍ଭ

628 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହରରେ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି ।ବେଲଗୁଣ୍ଠା ଏନ୍.ଏ.ସି ପ୍ରଶାସକ ତଥା ଗଞ୍ଜାମ ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ ।ବୃକ୍ଷ ରୋପଣ ଦ୍ୱାରା ସବୁଜ ପରିବେଶ ସୃଷ୍ଟି ହୋଇଥାଏ ।ଏହି ସବୁଜ ପରିବେଶ ଆମକୁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଦେବାରେ ସହାୟକ ହୋଇଥାଏ ବୋଲି ସେ ବକ୍ତବ୍ୟ ପ୍ରଦାନ କରିଥିଲେ ।ବେଲଗୁଣ୍ଠା-ଭଞ୍ଜନଗର ରୋଡ୍ ବ୍ଳକ୍ ଛକ ରାସ୍ତାର ଦୁଇ ପାର୍ଶ୍ଵରେ ଆଜି ବୃକ୍ଷରୋପଣ କରାଯାଇ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

ଏଥି ସହିତ ବେଲଗୁଣ୍ଠା ସହରର ସମସ ସ୍ଥାନରେ ଆସନ୍ତା କିଛି ଦିନ ମଧ୍ୟରେ ୬୦୦୦ ବୃକ୍ଷ ରୋପଣ କରାଯିବ ବୋଲି ପରିଷଦ ତରଫରୁ ସୂଚନା ମିଳିଛି ।କାର୍ଯ୍ୟ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର, ପାଇଲିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାଃ ସରୋଜ ପ୍ରଧାନ, ଭଞ୍ଜନଗର ଏକ୍ସିସ୍ ବ୍ୟାଙ୍କ ପରିଚାଳକ ସ୍ୱୟଂ ପ୍ରକାଶ ପରିଡା ପ୍ରମୁଖ ଯୋଗ ଦେଇଥିଲେ ।ବେଲଗୁଣ୍ଠା ଏନ୍.ଏ.ସି ଏହି ମେଗା ବୃକ୍ଷ ରୋପଣରେ ଯେତେ ସଂଖ୍ୟକ ଗଛ ଲଗାଯିବ ସମସ୍ତ ଗଛର ରକ୍ଷଣାବେକ୍ଷଣ ଦାୟିତ୍ୱ ନୀର୍ବାହ କରିବ ଏବଂଆଗାମୀ ଦିନରେ ଶତ ପ୍ରତିଶତ ଗଛ ଯେପରି ବଞ୍ଚି ରହିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ନୀର୍ବାହୀ ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି ।

Related Post

ଜଣେ ନର୍ସ ସଂକ୍ରମିତ ହେବାପରେ ଡାକ୍ତରଖାନା ପରିସର ହେଲା ସାନିଟାଇଜ

Posted by - July 18, 2020 469
ବିଞ୍ଝାରପୁର::(ଗୁଲସାହାନୱାଜ ଅଲି ଖାଁ)ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୭୭ ହଜାର ୮୯୩ଟି ନମୂନା ପରୀକ୍ଷଣ କରାଯାଇଛି। ସେଥିମଧ୍ୟରୁ ୧୬ ହଜାର ୭୦୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।…

ମାନବିକତା ଦେଖାଇଲେ ଅଧିକାରୀ

Posted by - June 5, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଲିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଦେଖାଇଲେ ମାନବିକତା । ଆଞ୍ଚଳିକ ପରିବହନ ଅଧିକାରୀ ଡୁଙ୍ଗୁରିପାଲି ବ୍ଲକ ସରକାରୀ…

କେସିଙ୍ଗାର ଟ୍ରାଫିକ ସମସ୍ଯାର ସମାଧାନ ପାଇଁ କେସିଙ୍ଗା ଏନ ଏ ସି କନଫରେନ୍ସ ଗୃହ ଠାରେ ବୈଠକ

Posted by - July 16, 2022 0
ସମସ୍ତ ସହରରେ ଟ୍ରାଫିକ ସମସ୍ଯା ଦେଖିବାକୁ ମିଳିଥାଏ। କେସିଙ୍ଗା ସହରରେ ମଧ୍ଯ ଟ୍ରାଫିକ ସମସ୍ଯା ଦିନ କୁ ଦିନ ବଢିବାର ଲାଗିଛି। ଟ୍ରାଫିକ ସମସ୍ଯାର ସମାଧାନ କରିବା…

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର

Posted by - June 23, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୨୩/୬.(ସୁଶାନ୍ତ କୁମାର ବେହେରା) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଳିସିଙ୍ଗି ଗ୍ରାମର ରାଘବ ଡାକୁଆ(୩୫) ବୁଧବାର ମଧ୍ୟାହ୍ନ ସମୟରେ କୌଣସି କାମରେ ଭଞ୍ଜନଗର ବାଇକରେ…

ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ସମ୍ବିଧାନ ଦିବସ ଓ ସାଂଗଠାନିକ ବୈଠକ ଅନୁଷ୍ଠିତ

Posted by - November 26, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଓଡ଼ିଶା ଓବିସି ମଞ୍ଚ ର ଆହ୍ଵାନ କ୍ରମେ ବୌଦ୍ଧ ଜିଲ୍ଲା ଓବିସି ମଞ୍ଚ ତରଫରୁ ବୌଦ୍ଧ ରାଜବାଟି ସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଏକ…