ଜୁଆ ଆଡ୍ଡା ଉପରେ ଚଢ଼ାଉ,୨୭୦୦୦ ଟଙ୍କା,୩ ମୋବାଇଲ,ମୋଟର ସାଇକେଲ ଜବତ,୭ ଗିରଫ

683 0

ବେଲଗୁଣ୍ଠା(ସୁଶାନ୍ତ କୁମାର ବେହେରା )ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡା ଓ ବାଘୁଆପଲ୍ଲୀର ଦୁଇଟି ଜୁଆ ଆଡ୍ଡା ଉପରେ ଗାଙ୍ଗପୁର ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିବା ସହ ନଗଦ ୨୭୦୦୦ଟଙ୍କା,୩ ମୋବାଇଲ ଓ ଗୋଟିଏ ମୋଟରସାଇକଲ୍ ଜବତ କରିଥିବା ଜଣାପଡିଛି ।ପୋଲିସ ସୁତ୍ରରୁ ଜଣା ପଡିଛି ଯେ,ପାଇଲିପଡା ଗ୍ରାମ ନିକଟ ଏକ ତୋଟାରେ ଜୁଆ ଖେଳ ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଥାନାଧିକାରୀ ଧିରେଶ କୁମାର ଦାସଙ୍କ ନେତୃତ୍ୱରେ ଜୁଆ ଖେଲ ଉପରେ ଚଢ଼ାଉ କରାଯାଇଥିଲା ।ଚଢ଼ାଉ ବେଳେ ୪ ଜଣଙ୍କୁ ଗିରଫ କରିବା ସହ ୧୬୫୦୦ଟଙ୍କା,ଗୋଟିଏ ମୋବାଇଲ ଓ ଗୋଟିଏ ହିରୋହେଣ୍ଡା ମୋଟର ସାଇକଲ୍ ଜବତ କରି ୨୪୯/୨୧ରେ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।

ସେହିପରି ବାଘୁଆପଲ୍ଲୀ ଗ୍ରାମର ଏକ ମନ୍ଦିର ପଛପଟେ ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ସେଠାରେ ଚଢ଼ାଉ କରିଥିଲା ।ଚଢ଼ାଉ ବେଳେ ପୋଲିସ ସେଠାରୁ ୩ ଜଣଙ୍କୁ ଗିରଫ କରିବା ସହ ୧୦୫୭୦ଟଙ୍କା,ଦୁଇଟି ମୋବାଇଲ ଓ ତାସ୍ ଜବତ କରି ୨୫୧/୨୧ରେ ଆଉ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।ବର୍ତ୍ତମାନ କରୋନା ପାଇଁ ଚାଲିଥିବା ଲକ୍ ଡାଉନ୍ ପାଇଁ ବିଭିନ୍ନ ଗ୍ରାମରେ ଯୁବକ ମାନେ ଜୁଆ ଖେଳୁଥିବା ନଜିର ରହିଛି ।ଜୁଆଡି ମାନଙ ଉପରେ ନଜର ରଖାଯାଇଥିବା ଥାନାଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Related Post

ଦୁଇ କୋଟି ରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ସହିତ ଲକ୍ଷାଧିକ ଟଙ୍କା ଜବତ

Posted by - October 22, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଓ ବସ୍ତା ଥାନା ପୋଲିସ ସହିତ ଅବକାରୀ ସ୍କ୍ୱାର୍ଡ ଏବଂ ସ୍ଵତନ୍ତ୍ର ଫୋର୍ସ ର ବସ୍ତା ଥାନା ବିଦ୍ୟାଧର ପୁର ବସ୍ତି…

ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

Posted by - January 1, 2019 0
ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ…

ଲକ୍ଷ୍ମଣପୁର ଗ୍ରାମରେ ପତ୍ନୀ ଙ୍କ ସନ୍ଦେହ ଜନକ ମୃତ୍ୟୁ,ସ୍ୱାମୀ ଙ୍କୁ ଥାନା ରେ ଅଟକ ରଖି ପୋଲିସ ର ଜେରା

Posted by - March 6, 2022 0
ବୌଦ୍ଧ :(ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲା ପୁରୁଣା କଟକ ଥାନା ଲକ୍ଷ୍ମନପୁର ଗ୍ରାମ ରେ ଜଣେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି ।…

ଯାଜପୁର ତହସିଲ ପକ୍ଷରୁ ଚଢାଉ

Posted by - July 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ତହସିଲ ଅଂଚଳରେ ସ୍ଥାନିୟ ପୋଲିସ ସହାୟତାରେ ବିଭିନ୍ନ ଅଂଚଳରେ ଚଢ଼ାଉ କରାଯାଇ ମୋଟ ୧୩ଟି ଗାଡିକୁ ଜବତ କରାଯାଇଛି । ବିଭି୍‌ନ୍ନ…