ଟୀକା ନାହିଁ ତ ଭତ୍ତା ନାହିଁ,ଟୀକା ଦେଇ ଚିରିକୁଟି ଦେଖାଇଲେ ଭତ୍ତା ପ୍ରଦାନ

932 0

ବେଲ ଗୁଣ୍ଠା:( ସୁଶାନ୍ତ କୁମାର ବେହେରା)କରୋନା ମହାମରିକୁ କୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ସମସ୍ତଙ୍କୁ ମାଗଣାରେ କୋଭିଡ ଭେକ୍ସିନ ନେବାପାଇଁ ବ୍ୟବସ୍ଥା କରାଯାଇଛି । କିଛି ଲୋକ ଆଗ୍ରହ ପ୍ରକାଶ କରି ଟୀକା ନେଉଥିବା ବେଳେ ଗ୍ରାମଞ୍ଚଳରେ କୋଭିଡ ଟିକାକୁ ନେଇ କିଛି ଗୁଜବ ସୃଷ୍ଟି ହେବା ଫଳରେ ଟୀକା ନେବାକୁ ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଛି । ଟୀକା ନେଲେ କିଛି ଅଘଟଣ ହେଲେ କିଏ ଦାୟୀ ହେବ ବୋଲି ପ୍ରଶ୍ନ କରିବା ସହ ଟୀକା ଦାନ କେନ୍ଦ୍ରକୁ କେହି ଯାଉନଥିବା ଦେଖିବାକୁ ମିଲିଛି । ଏଭଳି ସ୍ଥିତିରେ ଜଗନ୍ନାଥପ୍ରସଦ ବ୍ଲକ ର ପ୍ରତାପୁର ପଂଚାୟତରେ ଟୀକା ନ ନେଲେ ଭତ୍ତା ଟଙ୍କା ଦିଆଯିବ ନାହିଁ ବୋଲି ସୂଚନା ଦେବା ସହ ପଂଚାୟତରେ ଗତ ଦୁଇ ଦିନ ହେଲା ଭତ୍ତା ବଣ୍ଟନ ସହ ଅନ୍ୟ ପାର୍ଶ୍ବରେ ଟୀକା ଦାନ ଆରମ୍ଭ ହୋଇଛି ।

ଟୀକା ଦେଇ ଚିରିକୁଟି ଦେଖାଇଲେ ଭତ୍ତା ପ୍ରଦାନ କରାଯାଉଛି ନଚେତ ନାହିଁ କହି ଫେରାଇ ଦିଆଯାଉଛି ଗତକାଲି ଶହେ ଜଣ ଓ ଆଜି ଶହେ କୋଡିଏ ଜଣ ଟୀକା ଗ୍ରହଣ କରିଛନ୍ତି । ଅନେକ ବୃଦ୍ଧ ବୃଦ୍ଧା ଟୀକା କଥା ଶୁଣି ଭତ୍ତା ନ ନନେଇ ମଧ୍ୟ ଫେରିଥିବା ଜଣା ପଡ଼ିଛି । ଆଗାମୀ ଦିନରେ ରାସନ ସାମଗ୍ରୀ ବଣ୍ଟନ ବେଳେ ମଧ୍ୟ ଏହି ନିୟମ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହାକୁ ଅନେକେ ବିରୋଧ ମଧ୍ୟ କରିଛନ୍ତି । ବରଂ ଭତ୍ତା ଓ ରାସନ ଛାଡ଼ିଦେବୁ ହେଲେ ଟୀକା ନେବୁନି ବୋଲି ଜିଦ ଧରିଛନ୍ତି । ଏପଟେ କିଭଳି ବହୁ ସଂଖ୍ୟାରେ ଲୋକ ଟୀକା ନେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ଏଭଳି ଵ୍ୟଵସ୍ଥା କରାଯାଉଥିବା କୁହାଯାଇଛି ।

Related Post

ସୁବର୍ନ ପୁର: ମହଙ୍ଗା ପଡ଼ିଲା ବସ୍‌ ଭିତରେ ପାକିସ୍ତାନ ଜିନ୍ଦାବାଦ ନାରା,ନିରଧୂମ ଛେଚିଲେ ଲୋକ

Posted by - March 1, 2019 477
ପୁଲ୍‌ୱାମା ହମ୍‌ଲା ପରଠୁ ସାରା ଭାରତରେ ପାକିସ୍ତାନ ବିରୁଦ୍ଧରେ ପ୍ରତିଶୋଧର ନିଆଁ ଜଳୁଛି। ଏଭଳି ସ୍ଥିତିରେ ଏକ ଯାତ୍ରୀବାହୀ ବସ୍‌ରେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ୍‌ ସହ ଯାତ୍ରୀଙ୍କୁ…

କଳାହାଣ୍ଡି ରେ ଅଘଟଣ, ବିଭାଗୀୟ ଦାୟିତ୍ଵ ହୀନତା, ଭୁଶୁଡିଲା ପୋଲ, ୨ କାର ଦୁର୍ଘଟଣା ଗ୍ରସ୍ତ

Posted by - October 31, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ଭାଗୀରଥୀ ପାର୍କ ଅଟାଙ୍ଗଗୁଡା ନିକଟସ୍ଥ ୪୪ ନମ୍ଵର ଜାତୀୟ…

ଜିଲ୍ଳାସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

Posted by - July 28, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ…

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…