Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଶିଷ୍ଠ ସାହିତ୍ୟିକ ଡ଼.ନିଶାକର ପାଢ଼ୀଙ୍କ ପରଲୋକ

502 0

ଛତିଆ:(ପ୍ରମୋଦ ନାୟକ )କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଓଡ଼ିଆ ବିଭଗ ମୁଖ୍ୟ, ତଥା ବିଶିଷ୍ଠ ସାହିତ୍ୟିକ,କବି,ଗବେଷକ, ଛାତ୍ର ବତ୍ସଳ ଡ଼. ନିଶାକର ପାଢ଼ୀଙ୍କର ସୋମବାର ସକାଳ ୭ଟା ସମୟରେ କଟକସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୭ବର୍ଷ ବୟସ ହୋଇଥିଲା।ଦୀର୍ଘଦିନ ହେଲା ସେ ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇ ଆସୁଥିଲେ।ସ୍ବର୍ଗତ ପାଢ଼ୀଙ୍କର ନିଜ ଘର ଯାଜପୁର ଜିଲ୍ଲା ବରୁଣିଆ ଗ୍ରାମରେ ହୋଇଥିଲେ ମଧ୍ୟ ଭଞ୍ଜନଗର ଠାରେ ରହଣି ସମୟରେ ସେ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।

ବିଶେଷ କରି ସେ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ବହୁ ଚେଷ୍ଟା କରିଥିଲେ। ସାହିତ୍ୟ ପତ୍ରିକା “ବହିତ୍ର “ର ସେ ସମ୍ପାଦକ ଥିଲେ।ଯାହାକି ସମଗ୍ର ଓଡ଼ିଶାରେ ଅଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।ଏଥି ସହ ତାଙ୍କ ରଚିତ ବହୁ କାବ୍ୟ, କବିତା,ଗଳ୍ପ ବିଭିନ୍ନ ମହଲରେ ବେଶ ଆଦୃତ ହୋଇପାରିଛି।ସେ ଜଣେ ଶାନ୍ତ ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ହୋଇଥିବାରୁ ତାଙ୍କ ବିୟୋଗରେ ଭଞ୍ଜନଗର ଓ ଆଖପାଖ ଅଞ୍ଚଳର ବହୁ ସାହିତ୍ୟିକ,କବି,ସହକର୍ମୀ,ଛାତ୍ର ଓ ଶୁଭେଛୁ ଓ ସମଗ୍ର ବଡ଼ଚଣା ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Related Post

“ଦାଦା ବଟି କୁ ନା” କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ

Posted by - October 21, 2020 0
କଟକ::କମିଶନରେଟ ପୋଲିସ  ପକ୍ଷରୁ ଆରମ୍ଭ କରାଯାଇଥିବା ଦାଦା ବଟି କୁ ନା କାର୍ଯ୍ୟକ୍ରମରେ ସାମିଲ ହୋଇଛି ବାରଙ୍ଗଥାନା ପୋଲିସ । ଟ୍ରକକୁ ରୋକି ଚାନ୍ଦା ଆଦାୟ କରୁଥିବା…

ଖପ୍ରାଖୋଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ର ନୁଆଁଖାଇ ଭେଟଘାଟ

Posted by - September 26, 2022 0
ଖପ୍ରାଖୋଲ; ୨୬/୯(ତାପସ ରଞ୍ଜନ ବେହେରା) ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ଡାସମାଜ ର ନୁଆଁଖାଇ ଭେଟଘାଟ ଅନୁଷ୍ଟିତ ହୋଇଯାଇଛି । ବ୍ଲକ…

ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଯାଜପୁରରେ ବିରୋଧ

Posted by - December 30, 2019 0
ଯାଜପୁର:( ଆନନ୍ଦ ଚନ୍ଦ୍ର  ସାହୁ) ଭୁବନେଶ୍ୱର ରେ ମହିଳା ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଯାଜପୁରରେ ବିରୋଧବିଭିନ୍ନ ସାମ୍ବାଦିକ ପ୍ରତିନିଧି ମାନଙ୍କ ପାକ୍ଷରୁ ଗାନ୍ଧିଛକ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଆକ୍ରମଣକାରୀଙ୍କୁ ଗିରପଂ କରିବା ସହିତ ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ  କରିବା ପାଇଁ ନାରା ଦିଆଯାଇଥିଲାଏହି ପ୍ରତିବାଦ ଶୋଭାଯାତ୍ରା ଯାଜପୁର ଜିଲାପାଳ ଅପିଂସ ରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲାରାଜ୍ୟରେ ବାରମ୍ବାର ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏ ନେଇ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବୀ କରାଯାଇଥିଲା ।

ସମ୍ବଲପୁର ଠାରେ ୭୬ ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ

Posted by - August 18, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର କଚେରୀ ଛକ ରାଜରାସ୍ତାରେ ପାଳିତ ହୋଇଯାଇଛି । ସମ୍ବଲପୁର ଜେଲଛକ ରୁ କଚେରୀ ଛକ ରାଜରାସ୍ତା ରେ ପ୍ରତିବର୍ଷ ପରି ଚଳିତ ଥର…

ଖପ୍ରାଖୋଲ ସର୍କଲ ଶୌଣ୍ଡିକ ସମାଜ ର ବାର୍ଷିକ ବୈଠକ, ସମାଜ ର ସାମୁହିକ ବିକାଶ ପାଇଁ ଆଲୋଚନା

Posted by - October 9, 2022 0
ଖପ୍ରାଖୋଲ :୦୯/୧୦ ( ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଳି ବେହେରା ଦୋକାନ ନିକଟରେ ଶୌଣ୍ଡିକ ସମାଜ ବାର୍ଷିକ ବୈଠକ ଶନିବାର ଦିନ ଅନୁଷ୍ଟିତ ହୋଇଯାଇଛି…