ଶିଶୁଙ୍କ ସ୍ଵାସ୍ଥ୍ୟ,ଆମ ଦାୟିତ୍ୱ କାର୍ଯ୍ୟକ୍ରମ ଆୟୋଜିତ

800 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କରୋନାର ତୃତୀୟ ଲହରର ସମ୍ଭାବନା ଓ ବିଜ୍ଞାନ ସମ୍ମତ ପ୍ରାକ ଅନୁମାନକୁ ଆଖି ଆଗରେ ରଖି ଗ୍ରାମାଞ୍ଚଳର ଶିଶୁଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଯିବା ପାଇଁ ରେସ୍ପଣ୍ଡ୍ ଟ୍ରଷ୍ଟ୍, ଇଣ୍ଡିଆ ତରଫରୁ “ଶିଶୁଙ୍କ ସ୍ୱାସ୍ଥ୍ୟ…. ଆମ ଦାୟିତ୍ୱ ” ନାମକ ଏକ ନିଆରା ସଚେତନତା ମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି I ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଆଜି ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ଦୋଡଙ୍ଗା ଏବଂ କେ.ନୂଆଗଡ ଗ୍ରାମରେ ଆୟୋଜିତ ହୋଇଛି I

ଏହୀ କାର୍ଯ୍ୟକ୍ରମକୁ ଛୋଟିଆ, ଛୋଟିଆ ଗ୍ରୁପ ରେ ବିଭକ୍ତ କରି ଆଗାମୀ ଦିନର ଆହ୍ୱାନ ପାଇଁ ପ୍ରସ୍ତୁତ ରହିବା ସହ ବ୍ୟବହାରର ପରିବର୍ତ୍ତନ,ସାମାଜିକ ଦୂରତା ରକ୍ଷା , ମାସ୍କ ପିନ୍ଧି ନିଜର ଉପଯୁକ୍ତ ଯତ୍ନ ନେବା ପାଇଁ ଟ୍ରଷ୍ଟ ଅଧ୍ୟକ୍ଷ ସ୍ବସ୍ତି ସୁନ୍ଦର ସିୟ ସରଳ ଓ ସରସ ଭାବରେ ଶିଶୁ ମାନଙ୍କୁ ବୁଝାଇଥିଲେ I କାର୍ଯ୍ୟକ୍ରମକୁ ଶ୍ରୀ ସିୟଙ୍କ ଧର୍ମପତ୍ନୀ ମାମାଲି ପରିଡା ଏବଂ ଟ୍ରଷ୍ଟ୍ ସଦସ୍ୟ ଆଦିତ୍ୟ,କାହ୍ନୁ ସଂଯୋଜନା କରିଥିବାବେଳେ କେ.ନୂଆଗଡର ଇଭର ଗ୍ରୀନ ଫ୍ରେଣ୍ଡସ ଗ୍ରୁପ ସଦସ୍ୟ ମାନେ କୋଭିଡ ନିୟମକୁ ତଦାରଖ କରିବା ସହ ସମ୍ପୂର୍ଣ ସହଯୋଗ କରିଥିଲେ I

ଏହି ଅବସରରେ ଅଭିଭାବକ ମାନଙ୍କଠାରୁ ଅଭ୍ୟାସ କରାଇବାର ପ୍ରତିଶୃତି ସହ ଶିଶୁ ମାନଙ୍କ ମଧ୍ୟରେ କରୋନା ସମ୍ବନ୍ଧୀୟ ସାଧାରଣ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ଶିଶୁ ମାନଙ୍କୁ ଟ୍ରଷ୍ଟ୍ ତରଫରୁ ବିଭିନ୍ନ ଶିକ୍ଷା ଉପଯୋଗୀ ସାମଗ୍ରୀ ବିତରଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ଅଭିଭାବକ ଓ ଅଂଚଳବାସୀ ପ୍ରଶଂସା କରିବା ସହ ଶିଶୁ ମାନଙ୍କ ଭିତରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା ! ପ୍ରକାଶନ ଥାଉକି ଆଜି ଟ୍ରଷ୍ଟ୍ ଅଧ୍ୟକ୍ଷ ଶ୍ରୀ ସିୟଙ୍କ ଜନ୍ମଦିନ ଏବଂ ବିବାହ ବାର୍ଷିକୀ ଥିବାବେଳେ ସେ ଏହାକୁ ଅଯଥା ଆଡମ୍ବରରେ ପାଳନ ନକରି କରୋନା ମହାମାରୀ ମଧ୍ୟରେ ଶିଶୁଙ୍କ ପାଇଁ ଅଭିନବ କାର୍ଯ୍ୟକ୍ରମଟିଏ ଆୟୋଜନ କରିବାକୁ ଉଚିତ୍ ମନେକରିଥିଲେ I

Related Post

୧୬ନଂ ଜାତୀୟ ରାଜପଥରେ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ

Posted by - October 22, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ର ମକୁନ୍ଦବିନ୍ଧା ନିକଟରେ ଟ୍ରକ ଓ କାର ମଧ୍ୟରେ…

ବୌଦ୍ଧ ଜିଲ୍ଲା ସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ ପାଳିତ

Posted by - August 18, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ କଚେରୀ ପଡିଆଠାରେ ଜିଲ୍ଲାସ୍ତରୀୟ ୭୬ ତମ ସ୍ଵାଧୀନତା ଦିବସ କରୋନା କଟକଣାକୁ ଦୃଷ୍ଟିରେ ରଖି…

ଯାଜପୁର ରାଜନୀତି ଦିନକୁ ଦିନ ଗୋଳିଆ,କଂଗ୍ରେସ ହେଲା ତିନି ଫାଳ

Posted by - April 3, 2019 3
ଭୁବନେଶ୍ବର:୦୩/୦୪ ଯାଜପୁର କଂଗ୍ରେସ ରାଜନୀତି ଗୋଳିଆ ହେବାରେ ଲାଗିଛି।ଯାଜପୁର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ କାହାକୁ ମିଳିବ? ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା…

ମା ବିରଜା ପୀଠ ରୁ ଆଜ୍ଞାମାଳ

Posted by - May 28, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲା ଜାରକା ଜେମାଶୁଣି ପୀଠ ରେ ୩ ଦିନ ଧରି ଅଭିରାମ ଆଶ୍ରିତ ପରିବାର ପକ୍ଷରୁ ଏକ ସନାତନ ଧର୍ମ ସମ୍ମିଳନୀ…

ନିଜ ଗ୍ରାମ ପାଇଁ ନିଜେ ଗଢିଲେ ଗଣେଶ ମୂର୍ତି

Posted by - August 27, 2022 0
ରାୟଗଡ଼ା:(ରମାକାନ୍ତ ପଡାଲ )ଆଜିକାଲି ଆମ୍ଭେ ମାନେ ବିଭିନ୍ନ ପ୍ରକାର ପ୍ରତିଭା ମାନ ଦେଖିବାକୁ ପାଉଛେ,ସେମିତି ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ର ବଡ଼ ଦୁଆର ସାହିର…