Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ପାଇଖାନା ବିଲ୍ କରିବାକୁ ବିଡିଓ ମାଗୁଛନ୍ତି ପିସି,ବ୍ଲକ ସମ୍ମୁଖରେ ସପରିବାରେ ଠିକାଦାରଙ୍କ ଧାରଣା

606 0

ମାଲକାନଗିରି:(ଅବଦୁଲ ଘନୀ )ବ୍ଲକ ସମ୍ମୁଖରେ ଠିକାଦାର ନନ୍ଦ ଦୁଲାଲ ମଜୁମଦାର ଇନ୍ଦିରା ଆବାସ ଏବଂ ପାଇଖାନା ନିର୍ମାଣ କରିଥିଲେ ମଧ୍ଯ ବିଜିଓଙ୍କ ଦାବି ମୁତାବକ ପିସି ନଦେବାରୁ ୫ ମାସ ହେଲା ୧୬ ଲକ୍ଷ ୫୮ ହଜାର ଟଙ୍କାର ବିଲ୍ ହୋଇ ପାରୁ ନାହିଁ | ଫଳରେ ବିଡିଓଙ୍କ କାର୍ଯ୍ଯାଳୟ ସମ୍ମୁଖରେ ସପରିବାରେ ଆଜି ସକାଳ ଠାରୁ ଧାରଣାରେ ବସିଥିବା
ଦେଖିବାକୁ ମିଳିଛି | ସମସ୍ତ ଟଙ୍କା ନମିଳିବା ପର୍ଯ୍ଯନ୍ତ ସେ ଏହି ଧାରଣା ଅବ୍ଯାହତ ରହିବ ବୋଲି ନନ୍ଦ ଦୁଲାଲ ମଜୁମଦାର ପ୍ରକାଶ କରିଛନ୍ତି | ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ମାଲକାନଗିରି ବ୍ଲକ୍ ଅନ୍ତର୍ଗତ ଏମଭି-୭ (ଜଗନ୍ନାଥପଲ୍ଲୀ) ଗ୍ରାମର ଠିକାଦାର ନନ୍ଦ ଦୁଲାଲ ମଜୁମଦାର ମାଲକାନଗିରି ବ୍ଲକ୍ ବିଡିଓ ଅଜୟ କୁମାର ପ୍ରଧାନ ଏବଂ ପିଇଓ ବିଷ୍ଣ ଚରଣ ତ୍ରିପାଠୀଙ୍କ ନିର୍ଦ୍ଦେଶ ଅନୁସାରେ ୫ ମାସ ତଳେ ୭ ଗୋଟି ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସ ନିର୍ମାଣ କରିଥିବା ବେଳେ ଗୌଡଗୁଡା ପଞ୍ଚାୟତରେ ୧୪ଟି ନୂତନ ପାଇଖାନା,ଗୋରଖୁଣ୍ଚା ପଞ୍ଚାୟତରେ ୩୧ଟି ନୂତନ ପାଇଖାନା,ଶିଖା ପଲ୍ଲୀ ପଞ୍ଚାୟତରେ ୨୪ଟି ନୂତନ ପାଇଖାନା,ତଣ୍ଡାପଲ୍ଲୀ ପଞ୍ଚାୟତରେ ୨୮ ନୂତନ ପାଇଖା ନା,ତମସା ପଞ୍ଚାୟତରେ ୧୭ଟି ନୂତନ ପାଇଖାନା ନିର୍ମାଣ କରିଛନ୍ତି |

ଗୋଟାଏ ପାଇଖାନା ନିର୍ମାଣ ବାବଦକୁ ସରକାରୀ ଭାବେ ୧୨ ହଜାର ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖାଯାଇଥିବା ବେଳେ ପାଇଖାନା ନିର୍ମାଣ ବାବଦକୁ ୧୩ ଲକ୍ଷ୬୮ ହଜାର ଏବଂ ଇନ୍ଦିରା ଗୋଟି ଇନ୍ଦିରା ଆବାସ ନିର୍ମାଣ ବାବଦକୁ ୨ ଲକ୍ଷ ୯୦ ହଜାର ଟଙ୍କା ଅର୍ଥାତ ସର୍ବ ମୋଟ ୧୬ ଲକ୍ଷ ୫୮ ହଜାର ଟଙ୍କା ଜନୈକ ଠିକାଦାର ପାଇବାର ଅଛି !କିନ୍ତୁ ମାଲକାନଗିରି ବିଡିଓ ୫ ମାସ ହେଲା ଠିକାଦାର ନନ୍ଦ ଦୁଲାଲକୁ ଦୈଡାଉଥିଲେ ମଧ୍ଯ ୧୬ ଲକ୍ଷ ୫୮ ହଜାର ପ୍ରାପ୍ତ ଅର୍ଥ ବିଲ୍ ପେମେଣ୍ଟ କରୁ ନାହାନ୍ତି | ସେ ବ୍ଲକ୍ କୁ ଧାଇଁ ଧାଇଁ ଶେଷରେ ବିଡିଓଙ୍କୁ ବିଲ୍ କରିବା ପାଇଁ ଗତ ୯ ତାରିଖରେ ମଧ୍ଯ ଲିଖିତ ଦରଖାସ୍ତ କରିଥିଲେ | କିନ୍ତୁ ବିଡିଓ ଶେଷରେ କହିଲେ ଯେ ପ୍ରତି ପାଇଖାନା ବାବଦକୁ ୧୦୦୦(ହଜାର ଟଙ୍କା) ଲେଖାଏଁ ପିସି ଦେଲେ ବିଲ୍ ପ୍ରସ୍ତୁତ ହେବା ହୋଇ ପାରିବ | ଜନୈକ ଠିକାଦାର ମଜୁମଦାର କହିଲେ ଯେ ୨୦୧୪ ରେ ପ୍ରତି ପାଇଖାନା ନିର୍ମାଣ ଲାଗି ସରକାର ୧୨ ହଜାର ଟଙ୍କା ଖର୍ଚ୍ଚ ଅଟ୍ଟକଳ ରଖିଥିବା ବେଳେ ୨୦୨୧ରେ ମଧ୍ଯ କଞ୍ଚାମାଲର ଦର ବଢିବା ସତ୍ବେ ମଧ୍ଯ ସେହି ୧୩ ହଜାର ଟଙ୍କା ମୂଲ୍ଯ ରହିଛି,ଏଣୁ ପାଇଖାନା ନିର୍ମାଣ କଲେ ଏକ କ୍ଷତି ସହିବାକମ ପଡୁଥିବାରୁ ହଜାର ଟଙ୍କା ଲେଖୀଏଁ ପିସି ଦେବା ସମ୍ଭବ ନାହିଁ | ବିନା ପିସିରେ ସମସ୍ତ ପେମେଣ୍ଟ ନେବାକୁ ଯିଦିରେ ଅଟଳ ରହିଥିବା ଜନୈକ ଠିକାଦାର ଆଜି ମାଲକାନଗିରି ବ୍ଲକ୍ କାର୍ଯ୍ଯାଳୟକ ମଖ୍ଯ ଫାଟକ ସମ୍ମୁଖରେ ସପରିବାରେ ଧାରଳାରେ ବସିଛନ୍ତି |

ଠିକାଦାରଙ୍ତ ପତ୍ନୀ ସୁଲତା ମଜୁମଦାର, ବୁଢି ମା’ ଉର୍ମିଳା ଏବଂ ଦୁଇଜଣ ଛୋଟ ପୁଅ ଝିଅ | ଅନ୍ଯପକ୍ଷରେ ଠିକାଦାର ମଜୁମଦାର ସ୍ଥାନିୟ ଏସଏଚଜି ଠାରୁ ୩ ଲକ୍ଷ ଟଙ୍କା ୫ ପ୍ରତିଶତ ମାସିକ ସୁଧ ବାବଦରେ ଆଣିଥିବାରୁ ବିଡିଓ ବିଲ କଲେ ଋଣ ପରିଶୋଧ କରିବା ପାଇଁ ଅନୁରୋଧ କରିଥିବା ବେଳେ ଏହି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ଯ ବ୍ଲକ ସମ୍ମୁଖରେ ଗଣ ଧାରଣାରେ ବସିଥିବା ଦେଖିବାକୁ ମିଳିଛି | ସିମେଣ୍ଟ ଦୋକାନରେ ଲକ୍ଷ ଲକ୍ଷ ବାକି ଆଣିଥିବା ସାମଗ୍ରୀର ବକେୟା ଅର୍ଥ ପରିଶୋଧ କରିବାକୁ ପଡିବ | ଅନ୍ଯପକ୍ଷରେ ନବୀନ ସରକାର ପିସି କାରବାର କୌଣସି କାର୍ଯ୍ଯୀଳୟରେ ଚାଲୁନଥିବା ଡିଣ୍ଡିମ ପିଟୁଥିବା ବେଳେ ପିସି ନଦେଲେ ବିଲ୍ ହେଉ ନଥିବା ଏଥିରୁ ସ୍ପଷ୍ଟ ହୋଇ ଯାଇଛି |

Related Post

ରାଜଧାନୀବାସୀଙ୍କ ପାଇଁ କୋହଳ ହେଲା ଲକଡାଉନ୍ କଟକଣା

Posted by - April 28, 2020 21
ଭୁବନେଶ୍ବର:ଲକଡାଉନ୍ ସମୟରେ କେନ୍ଦ୍ର ସରକାର କିଛି କୋହଳ ଆଣିବା ପରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପୌର ପ୍ରଶାସନଗୁଡ଼ିକୁ ନିଜ ନିଜ ପରିସର ଲାଗି ନିୟମାବଳୀ ପ୍ରସ୍ତୁତ…

ନବରଙ୍ଗପୁର ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ଙ୍କ ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳ ଭଣ୍ଡାର ର ସମୀକ୍ଷା

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)୩୦,୦୪,୪୭,୮୭୮/-ଟଙ୍କାରେ ଅଟକଳ ବିନିମୟରେ ନବରଙ୍ଗପୁର ଇନ୍ଦ୍ରାବତୀ ନଦୀ ମଧ୍ୟରେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଭଣ୍ଡାର ନିର୍ବାହି ଯନ୍ତ୍ରୀ, ଜଳସେଚନ, ନବରଙ୍ଗପୁର ବିଶ୍ୱନାଥ ମହାନ୍ତି, ସହକାରୀ…

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ 

Posted by - October 2, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…

ସାହାଜଖୋଲ ଜଙ୍ଗଲରୁ ପିକଅପ ଗାଡି ସହ ବ୍ୟାପକ ମାତ୍ରାରେ ଗଞ୍ଜେଇ ଜବତ, ଜଣେ ଗିରଫ

Posted by - September 25, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିଛି ।…