Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଜିଲ୍ଲାପାଳ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

456 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ଭର୍ଚୁଅଲ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲାସ୍ତରୀୟ ମାସିକ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଅଧ୍ୟକ୍ଷତା ରେ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ରେ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ, ଉପ ଜିଲ୍ଲାପାଳ, ଭାସ୍କର ରୋଇତ , ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ,ମୌସୁମୀ ନାୟକ, ଅନାମିକା ପାଣ୍ଡେ ସମେତ ନବରଙ୍ଗପୁର ଜିଲ୍ଲାର 10 ଗୋଟି ତହସିଲର ତହସିଲଦାର, ଅତିରିକ୍ତ ତହସିଲଦାର, ଉପ ନିବନ୍ଧକ, କୃଷ୍ଣ ନାୟକ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।

ଜିଲ୍ଲାର ବିଭିନ୍ନ ରାଜସ୍ୱ ମାମଲା ଗୁଡିକ ନିର୍ଦ୍ଧାରିତ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଫଇସଲା କରିବା ପାଇଁ ଜିଲ୍ଲାପାଳ ତହସିଲଦାର ମାନଙ୍କୁ ନିର୍ଦେଶ ଦେବାସହ ସମସ୍ତ ସୌରାତ ମାମଲା ଗୁଡିକର ଶୀଘ୍ର ଫଇସଲା କରି ରାଜସ୍ବ ଆଦାୟ କରିବାକୁ କହିଥିଲେ । ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷା କୁ ଦୃଷ୍ଟିରେ ରଖି ସମସ୍ତ ବ୍ଲକ ସ୍ତରରେ ଚବିଶ ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲା ରଖିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ନଭେମ୍ବର ମାସ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ବର୍ଷା ଜନିତ କ୍ଷୟକ୍ଷତି ପରିସ୍ଥିତି ର ଏକ ବିବରଣୀ ସକାଳ ୧୦ ଘଣ୍ଟା ମଧ୍ୟରେ ଜିଲ୍ଲା ଜରୁରୀ କାଳୀନ ଉପ ବିଭାଗ କୁ ପ୍ରେରଣ କରିବା ସହିତ ଆବଶ୍ୟକ ସ୍ଥଳେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କୁ ଯୋଗାଯୋଗ କରିବା ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ ଥିବା ଦଶ ଗୋଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସଫା ସୁତୁରା କରି ସଜାଗ ହୋଇ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ ।

ବନ୍ୟା ପାଣିରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରିବା ସହ ଓଡ଼ିଆ ରିଲିଫ କୋଡ ନିୟମ ଅନୁଯାୟୀ ମାଗଣା ରନ୍ଧା ଖାଦ୍ୟ, ଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଲୋକ ର ବ୍ୟବସ୍ଥା ସହିତ ସ୍ୱାସ୍ଥ ଓ ପରିମଳ ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ। ବନ୍ୟା ଅଞ୍ଚଳ ମାନଙ୍କ ରେ ଆବଶ୍ୟକୀୟ ଚୁଡା, ଚାଉଳ, ଗୁଡ, ଗୋଖାଦ୍ୟ ଇତ୍ୟାଦି ମହଜୁଦ ରଖିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି। ତାହା ଛଡ଼ା ଜିଲ୍ଲାରେ ବର୍ଦ୍ଧିତ କରୋନା କୁ ଦୃଷ୍ଟିରେ ରଖି ବ୍ୟାପକ ଭାବେ ଜନ ସଚେତନତା ସୃଷ୍ଟି କରିବା ସହିତ ସରକାରଙ୍କ ପ୍ରଦର୍ଶିତ କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ପାଳନ କରିବା ସହିତ ନିୟମିତ ଯାଞ୍ଚ କରି ତାହାର ଏକ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ।

Related Post

ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - May 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଏସ୍ ପି ଡଃ ଶ୍ରବଣା ବିବେକ ଏମ୍ ଙ୍କୁ କଳାହାଣ୍ଡି ସାମ୍ବାଦିକ ଫୋରମ୍ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା…

ରାଜଗୋପାଳ ନଗର ବସ୍ତି ବାସିନ୍ଦା ଙ୍କୁ ଛତା ଓ ପିଲାମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ

Posted by - July 3, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ରାଜଗୋପାଳ ନଗର ବସ୍ତି ବାସିନ୍ଦା ମାନଙ୍କୁ ଷ୍ଟ୍ରଙ୍ଗର ଟୁ ଗେଦେର ଗ୍ରୁପ ପକ୍ଷରୁ…

ସାମ୍ବାଦିକ ଆକ୍ରମଣ ର ପ୍ରତିବାଦ ଏବଂ ଦାବିପତ୍ର ପ୍ରଦାନ

Posted by - July 27, 2021 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି) ବରୀ ସାମ୍ବାଦିକ ସଂଘ ତରଫରୁ କେନ୍ଦ୍ରାପଡା ରେ ଜୈନିକ ସାମ୍ବାଦିକ ଙ୍କୁ ରିଜର୍ଭ ପୋଲିସ ମହିଳା କର୍ମଚାରୀ ଚାପୁଡ଼ା ମାରିବା ସହ ତାଙ୍କ…

ଯୁବ ବ୍ୟବସାୟିଙ୍କ ର ଅକାଳ ମୃତ୍ୟୁ

Posted by - April 22, 2020 399
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ସର୍ବପୁରାତନ ବଜାର ବରୀ ମାଉଣ୍ଡ ରେ ବ୍ୟବସାୟ କରୁଥିବା ଜଣେ ଯୁବ ବ୍ୟବସାୟୀ କଂ ହୃଦଘାତରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ…

ବରୀରେ ବନ ମହୋତ୍ସବ ପାଳିତ

Posted by - July 8, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ବରୀ ମଣ୍ଡଳ ଶାରିରିକଶିକ୍ଷା ଶିକ୍ଷକ ସଂଘ ଓ ବରୀ ମଣ୍ଡଳ କନିଷ୍ଠ ରେଡକ୍ରସ ସୋସାଇଟ ତରଫହରୁ ଆଜି ବରୀ ପଂଚାୟତ ଉଚ୍ଚ ବିଦ୍ୟାଳୟ…