ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

492 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ସମ୍ମିଳନୀ (ଭିଡିଓ କନଫରେନ୍ସିଂ) ମାଧ୍ୟମରେ ନବରଙ୍ଗପୁର ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆରଟି-ପିସିଆର ପରୀକ୍ଷାଗାର ଉଦ୍‍ଘାଟନ ଓ ଅକ୍ସିଜେନ ପ୍ଲାଣ୍ଟ(ଏଲଏମଓ)ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ ସାରା ରାଜ୍ୟରେ କରୋନା ମହାମାରୀ କମୁଥିଲେ ହେଁ ସମସ୍ତେ ସତର୍କ ରହିବାକୁ କହିଥିଲେ। ନବରଙ୍ଗପୁରରେ ଆରଟି-ପିସିଆର ପରୀକ୍ଷାଗାର ଆଜିଠାରୁଆରମ୍ଭ ହେବା ସହ ଏଠାରେ ଦିନକୁ ୩୦୦ କରୋନା ସ୍ୱାବ ପରୀକ୍ଷା କରାଯିବ ବୋଲି କହିଥିଲେ।

ଫଳରେପରୀକ୍ଷାପାଇଁ ବାହାରକୁ ନିର୍ଭର କରିବାକୁ ପଡିବନି। ସେହିପରି ରାଜ୍ୟରେ ଅକ୍ସଜେନର ଅଭାବ ନଥିବା କହିଥିଲେ। ଏଠାରେ ନୂତନ ଅକ୍ସିଜେନ ପ୍ଲାଣ୍ଟର କାର୍ଯ୍ୟକ୍ଷମ କରିବ। ଏହା ଦ୍ୱାରା ଜିଲାର ରୋଗୀ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି କହିଥିଲେ। ପରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲାବାସୀଙ୍କୁ ଦୁଇଟି ଉପହାର ହେଇଛନ୍ତି।କୋଭିଡ ପରୀକ୍ଷାପାଇଁ ସ୍ୱାବ ପରୀକ୍ଷା ପାଇଁ ପ୍ରଥମେ ଭୂବନେଶ୍ୱର ,ପରେ ବ୍ରହ୍ମପୁର ଓ ଏବେ କୋରାପୁଟ କୁ ଯାଉଥିଲା। ଆଜିଠାରୁ ଏଠାରେ ପରୀକ୍ଷା ହେବ। ପୂର୍ବରୁ ପରୀକ୍ଷା ରିପୋର୍ଟ ବିଳମ୍ବରେ ଆସୁଥିଲା। ଏଣିକି ତୁରନ୍ତ ରିପୋର୍ଟ ମିଳିବ , ଯାହାକି ଜିଲାରେ ସଂକ୍ରମଣ କମାଇବାରେ ସହାୟକ ହୋଇ ପାରିବ।

ଅକ୍ସିଜେନ ପ୍ଲାଣ୍ଟ ନଥିବାରୁ ଜୁନାଗଡ ଓ କେସିଙ୍ଗା ଉପରେ ନିର୍ଭର କରିବାକୁ ପଡୁଥିଲା। ଆସନ୍ତା ଦୁଇ ମାସ ମଧ୍ୟରେ ଏହା ଏଠାରେ କାର୍ଯ୍ୟକ୍ଷମ ହେବ ।ଏହା ଜିଲାର ଅକ୍ସିଜେନ ଯୋଗାଣରେ ସହାୟକ ହେବ ବୋଲି କହିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟମନ୍ତ୍ରୀ ପରୀକ୍ଷାଗାର ଓ ପ୍ଲାଣ୍ଟ ପାଇଁ ପଦକ୍ଷେପ ନେଇଥିବାରୁ ସେ ଧନ୍ୟବାଦ ଦେଇଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଆଜିର ଦିନ ଜିଲାପାଇଁ ଖୁସିରଦିନ। ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଆହୁରି ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଥିବାରୁ ଜିଲାବାସୀ ଉପକୃତ ହେବେ। ତେଣୁ ସେ ଜିଲାବାସୀଙ୍କର ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଉଥିବା କହିଥିଲେ।

ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟମନ୍ତ୍ରୀ ଏହି ଜିଲାକୁ ବିଶେଷ ଦୃଷ୍ଟି ଦେଇ ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ ଜିଲାବାସୀ ମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ।ତେଣୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଞତା ଜଣାଉଥିବା କହିଥିଲେ। ଅନ୍ୟମାନଙ୍କର ମଧ୍ୟରେ ସିଡିଏମଓ ଡଃ.ଚୈାଧୂରୀ ଶୋଭାରାଣୀ ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ, ଅତିରିକ୍ତ ଜିଲାପାଳ ରତ୍ନାକର ସାହୁ, ଉପଜିଲାପାଳ ଭାସ୍କର ରଇତ, ଅତିରିକ୍ତ ଏସପି ଓ ଡିପିଏମ ସୁଶାନ୍ତ କୁମାର ପ୍ରହରାଜ ଙ୍କର ସମେତ ବହୁ ଅଧିକାରୀ ଯୋଗଦେଇଥିଲେ।

Related Post

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳାଫଳ , ପୁଣି ବାଜି ମାରିଲେ ଛାତ୍ରୀ , ପାସ୍‌ ହାର ୮୮.୭୭

Posted by - July 6, 2022 0
ଭୁବନେଶ୍ୱର (ବ୍ୟୁରୋ): ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଫଳାଫଳ ।  ଚଳିତ ବର୍ଷ ୯୦.୫୫% ଛାତ୍ର ଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ଏଥର…

୧୪ ଦଫା ଦାବି ନେଇ କୃଷକ ସାଥି ଙ୍କ ଖପ୍ରାଖୋଲ ବ୍ଲକ କୃଷି ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted by - July 16, 2022 0
ଖପ୍ରାଖୋଲ: ୧୫/୦୭(ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷକ ସାଥି ସଂଘ ତରଫରୁ ସର୍ବନିମ୍ନ ମଜୁରୀ ସହ ସାମାଜିକ ସୁରକ୍ଷା…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ

Posted by - March 30, 2019 0
ଭୁବନେଶ୍ବର:୨୯/୩ ମୋଦିଙ୍କ ଆରୋପକୁ ନେଇ ଉଭୟ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, “ଆୟୁଷ୍ମାନ ଯୋଜନାଠାରୁ ଭଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…