ଯୁବକଙ୍କୁ ମରଣାତ୍ମକ ଆକ୍ରମଣ, ଥାନାରେ ଅଭିଯୋଗ

296 0

ହରଭଙ୍ଗା:(ଚିତ୍ତରଞ୍ଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ପଂଚାୟତ ମହୁଲଧର ଗ୍ରାମରେ ଜଣେ ଯୁବକଙ୍କୁ ମରଣାତମ୍କ ଆକ୍ରମଣ ହୋଇଥିବା ନେଇ ହରଭଙ୍ଗା ଥାନାରେ ଲିଖିତଭାବେଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ ମହୁଲଧର ଗ୍ରାମର ଅଭିମନ୍ୟୁ ଲେଙ୍କା ରାତିରେ ଶୋଇଥିବା ସମୟରେ ପୋଡଶି ବାସିନ୍ଧା ଲକ୍ଷ୍ମଣ ଜାଲ୍ ତାର ନିଜର ସ୍ତ୍ରୀ କୁ ଟାଣିଆଣି ଅଭିମନ୍ୟୁ ଲେଙ୍କାର ସ୍ତ୍ରୀ ଆଗରେ ରଖି ମୋର ସ୍ତ୍ରୀ କୁ କଣ କହିଛୁ କହି ପଚାରିଥିଲା । ଏଥିରେ ଅଭିମନ୍ୟୁର ସ୍ତ୍ରୀ କିଛିବି କହିନି ବୋଲି କହିବାପରେ ଲକ୍ଷ୍ମଣ ଉତ୍ୟକ୍ତ ହୋଇ ତଣ୍ଟିକୁ ଚିପି ଦେଇଥିଲା । ଘଟଣା ଦେଖି ସ୍ତ୍ରୀ କୁ ବଂଚାଇବାକୁ ଯାଇ ଅଭିମନ୍ୟୁ ଛଡାଇଥିଲେ।

କିନ୍ତୁ ପୁର୍ବରୁ ଯୋଜନାବଧ ଭାବେ ରହିଥିବା ଗ୍ରାମର ଲକ୍ଷ୍ମିଧର ବାରିକ୍ ଏକ କାଠ ଫାଳିଆରେ ଅଭିମନ୍ୟୁଙ୍କ ମୁଣ୍ଡ ଉପରକୁ ପିଟିଥିଲା । ଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ଟଳିପଡିଥିଲେ ।ପରେ ଲକ୍ଷ୍ମଣ ଜାଲ୍ , ପୁର୍ଣଚନ୍ଦ୍ର ଜାଲ୍ ଏକତ୍ର ମିଶି ଅଭିମନ୍ୟୁଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ଅଭିମନ୍ୟୁ ଥାନାରେ ଲିଖିତଭାବେଅଭିଯୋଗ କରିଥିବାବେଳେ ପୋଲିସ୍ ତିନିଜଣଙ୍କ ନାମରେ୩୬/୨୧ ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ଥାନା ପକ୍ଷରୁ ସୁଚନା ମିଳିଛି ।

Related Post

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଣ ଅଭିଯୋଗରେ ୩ ମିଲିସିଆ ଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

Posted by - March 9, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷ ଧରି ସକ୍ରିୟ ରହି ଆତଙ୍କରାଜ ଚଳାଇଥିବା ଥିବା ମାଓବାଦୀଙ୍କ ବଂଶଧାରା ଘୁମୁସର ନାଗାବଳୀ…

ଏଟିଏମ୍ ହ୍ୟାକ୍, ଗ୍ରାହକଙ୍କ ଆକାଉଂଟରୁ ୪୦ହଜାର ଟଙ୍କା ଗାୟବ

Posted by - December 11, 2019 126
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଏଟିଏମ୍ ହ୍ୟାକ୍ ଅଭିଯୋଗ । ଗ୍ରାହକଙ୍କ ପାଖରେ ଏଟିଏମ୍ କାର୍ଡ ଥାଇ ମଧ୍ୟ ଆକାଉଂଟରୁ ଟଙ୍କା ଗାୟବ । ଏପରିକି ମୋଇବାଲ ନମ୍ବରକୁ…

କରୋନା ଗୁଜବ ସୃଷ୍ଟି କରି ଯୁବକ ଗିରଫ୍

Posted by - April 3, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) କରୋନାକୁ ନେଇ ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ବରୀ ପୋଲିସ ଜଣେ ଯୁବକଙ୍କୁ ଗିରଫ୍ କରିଥିବା ଜଣାପଡ଼ିଛି। ସମ୍ପୃକ୍ତ…

କାର୍ଯ୍ୟରେ ଅବହେଳା ଯୋଗୁ ରାଜସ୍ୱ ନିରୀକ୍ଷକ ନିଲମ୍ବିତ

Posted by - September 4, 2020 0
ଯାଜପୁର ଅଫିସ:ଦଶରଥପୁର ତହସିଲର ରାଜସ୍ୱ ନିରୀକ୍ଷକ ଅଶୋକ କୁମାର ପ୍ରଧାନଙ୍କୁ ଯାଜପୁର ଜିଲ୍ଲାପାଳ ଆଜି ନିଲମ୍ବନ କରିଛନ୍ତି । ଏହି ରାଜସ୍ୱ ନିରୀକ୍ଷକ ବନ୍ୟାପ୍ରଭାବିତ ଲୋକମାନଙ୍କର ଅସୁବିଧା…

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…