Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ଉଦ୍ଧାର କଲେ ଗାଙ୍ଗପୁର ସରପଞ୍ଚ

452 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ଦିଗପହଣ୍ଡି ଅଞ୍ଚଳରୁ ଚାଲି ଚାଲି ଆସୁଥିବା ଏକ ସାତ ଜଣିଆ ଶ୍ରମିକ ଗୋଷ୍ଠୀଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ନିକଟରେ ପହଞ୍ଚାଇଛନ୍ତି ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ I ସୂଚନା ପ୍ରକାରେ କଟକ ,ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ସାତ ଜଣ ଶ୍ରମିକ କଟକ ନରସିଂହପୁର ଅଞ୍ଚଳର ଜଣେ ଠିକାଦାର ମାଧ୍ୟମରେ ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି ଅଞ୍ଚଳରେ ଏକ ବ୍ରିଜ୍ କାମରେ ନିୟୋଜିତ ଥିଲେ I ସେମାନେ ଅଢେଇମାସ ଧରି ଏହି କାମରେ ନିୟୋଜିତ ଥିଲେ ମଧ୍ଯ ସମ୍ପୃକ୍ତ ଠିକାଦାର ସେମାନଙ୍କୁ ତାଙ୍କର ପ୍ରାପ୍ୟ ଦେଇନଥିଲା I

କିଛି ଦିନ ତଳେ ଠିକାଦାର ଜଣଙ୍କ ଶ୍ରମିକ ମାନଙ୍କ ନାମରେ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଉଠାଇ ରାତି ଅଧିଆ ଫେରାର୍ ହୋଇଯାଇଥିଲା I ସମ୍ପୃକ୍ତ ଶ୍ରମିକ ମାନେ ଏହି ଘଟଣା ଜାଣିବା ପରେ ସବୁଠାରୁ ନିରାଶ ହୋଇ ନିଜ ଗ୍ରାମକୁ ଯିବାକୁ ଭୋକ ଉପାସରେ ଦିଗପହଣ୍ଡିରୁ ଚାଲି ଚାଲି ଆସୁଥିଲେ I ସମ୍ପୃକ୍ତ ଶ୍ରମିକ ମାନେ ହେଲେ କଟକ ଜିଲ୍ଳା ଏକଡାଳ ଗ୍ରାମର ବିଜୟ କୁମାର ଦଳେଇ, ସନ୍ତୋଷ କୁମାର ଦଳେଇ, ସୁଦାମ ସାହୁ, ସୁରେଶ ମହାରଣା, ଧୋବା ଚରଣ ଦଳେଇ, ନୟାଗଡ ସିଦ୍ଧମୂଳ ଗ୍ରାମର ଅଙ୍କିତ ପ୍ରହରାଜ ଏବଂ କନ୍ଧମାଳର ରାମ ମଲ୍ଲିକ I ସେମାନେ ଆଜି ଚାଲି ଚାଲି ଆସି ଗାଙ୍ଗପୁର ଠାରେ ପହଞ୍ଚିବା ପରେ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ସେମାନଙ୍କୁ ଉଦ୍ଧାର କରିବା ଘଟଣା ସମ୍ପର୍କରେ ବୁଝିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେଇଥିଲେ I

ଏହି ସମୟରେ ଏକଡାଳ ଅଞ୍ଚଳର ଶ୍ରମିକ ମାନେ ପ୍ରକାଶ କରିଥିଲେ ଯେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇ ହେଉଛନ୍ତି ତାଙ୍କ ଗ୍ରାମ ଲୋକ I ତେଣୁ ସେମାନେ ଅନୁରୋଧ କରିଥିଲେ ଯେ ସେମାନଙ୍କୁ ଡିଏଫ୍ଓ ଶ୍ରୀ ଦଳେଇଙ୍କ ନିକଟରେ ପହଞ୍ଚାଇ ଦେବାକୁ I ଏହାପରେ ସରପଞ୍ଚ ଶ୍ରୀ ଡାକୁଆ ଭଞ୍ଜନଗର ଡିଏଫ୍ଓଙ୍କ ସହ ଯୋଗାଯୋଗ କରିଥିଲେ I ଡିଏଫ୍ଓ ଶ୍ରୀ ଦଳେଇ ଘଟଣା ସମ୍ପର୍କରେ ଜାଣିବା ପରେ ଗାଙ୍ଗପୁର ସରପଞ୍ଚଙ୍କୁ ଧନ୍ୟବାଦ ଦେବା ସହିତ ଏକ ଗାଡ଼ି ପଠାଇ ସେହି ଶ୍ରମିକମାନଙ୍କୁ ନିଜ ପାଖକୁ ନେବା ସହିତ ସୁରକ୍ଷିତ ଭାବେ ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବାର ପ୍ରତିଶୃ୍ତି ପ୍ରଦାନ କରିଛନ୍ତି I

Related Post

ମନମୁଣ୍ଡା ଓ କଣ୍ଟାମାଲ ରେ ଅବକାରୀ ଥାନା ଉଦଘାଟିତ

Posted by - August 7, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ମନମୁଣ୍ଡା ଓ କଣ୍ଟାମାଲ ରେ ଆଜି ଦୁଇଟି ଅବକାରୀ ଥାନା ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଲ ବିଧାୟକ ମହିଧର ରଣା ଯୋଗ ଦେଇ…

ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବରୀ ପରିଦର୍ଶନ

Posted by - April 9, 2020 421
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀର ବଜାର ବୁଲି ଦେଖିବା ସହିତ ଲୋକଙ୍କୁ ସଚେତନ କରାଇଥିଲେ ।…

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

Posted by - November 19, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବିଭିନ୍ନ ଦାବି ନେଇ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS ),,ହରଭଙ୍ଗା ବ୍ଲକ,,03ଦଫା ସମ୍ବଳିତ ଦାବିପତ୍ର ଏକ ବିଶାଳ ଶୋଭାଯାତ୍ରା ରେ ଚାରିଛକ…

ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ

Posted by - March 29, 2021 0
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁର ପଂଚୟତର ନୂତନ ପଂଚାୟତ କାର୍ଯ୍ୟାଳୟ ଏବଂ ପଂଚାୟତ ଭବନର ଶିଳାନ୍ୟାସ କଲେ ବିଂଝାରପୁର ବିଧାୟିକା ତଥା ଶାସକ…

ରଘୁନାଥପୁରରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 2, 2019 59
ଭୁବନେଶ୍ୱର ବ୍ଲକ ଅଧିନସ୍ଥ ରଘୁନାଥପୁର ଗ୍ରାମ ପଂଚାୟତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ।ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ପବିତ୍ର…