Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ସାବିତ୍ରୀ ଭାର ନେଇ ଯାଉଥିବା ବେଳେ ଦୁର୍ଘଟଣା; ୨ଗୁରୁତର

366 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ପାଖେଇ ଆସୁଛି ସାବିତ୍ରୀ ଅମାବାସ୍ୟା।ତେଣୁ ଏହାର ପ୍ରସ୍ତୁତି କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଗାଁ ଠାରୁ ସହର।ଏଭଳି ସମୟରେ ସୋମବାର ତାରସିଙ୍ଗି ଥାନା ଅନ୍ତର୍ଗତ କଳିଙ୍ଗ ପଦର ଗ୍ରାମର ଲାଲୁ ପ୍ରସାଦ ଓଦଣ୍ଡରାୟ ଦଶପଲ୍ଲା ଠାରେ ଥିବା ନିଜ ଭଉଣୀ ଘରକୁ ସାବିତ୍ରୀ ଭାର ଧରି ସାଙ୍ଗ ନନ୍ଦନ ନାୟକ ସହ ମିଶି ଏକ ହିରୋ ବାଇକରେ ଯାଉଥିଲେ।ହେଲେ ଦଶପଲ୍ଲା ଠାରୁ ୧୨କିଲୋମିଟର ପୂର୍ବରୁ ସିନ୍ଧି ଠାକୁରାଣୀ ନିକଟରେ ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ଏକ ଅଟୋ ସହ ସେମାନଙ୍କ ବାଇକ ଜୋରରେ ଧକ୍କା ହୋଇଥିଲା।ଫଳରେ ଉଭୟେ ବାଇକରୁ ଛିଟକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲ ପଠାଇଥିଲେ।ଲାଲୁର ମୁଣ୍ଡରେ ଓ ନନ୍ଦନର ମୁହଁରେ ଗଭୀର ଆଘାତ ଲାଗିଛି।ଏଠାରେ ପ୍ରାଥମିକ ଚିକିତ୍ସା ପରେ ଦୁହିଁଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି।ତାରସିଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related Post

ସୁଚରିତା ପାଇଲେ ବେଷ୍ଟ ଷ୍ଟୁଡେଣ୍ଟ୍ ଅଫ ଏକାଡେମିକ ଏୱାଡ

Posted by - May 20, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ )ସମ୍ବଲପୁର ଜିଲ୍ଲା ପଡିଆବାହାଲ ର ଝିଅ ସୁଚରିତା ହେଲେ ନିମର ଶ୍ରେଷ୍ଟ ଶିକ୍ଷାର୍ଥୀ । ଭୁବନେଶ୍ବର ଠାରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ…

ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ

Posted by - February 4, 2019 143
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ…

ବିଂଝାରପୁରେ ନାଗରିକତା ସଂଶୋଧନ ଆଇନ ଏବଂ ଏନ ଆର ସି କୁ ବିରୋଧ

Posted by - December 28, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ନାଗରିକତା ସଂଶୋଧନ ଆଇନ ଏବଂ ଏନ ଆର ସି କୁ ବିରୋଧ କରି ଯାଜପୁର ଜିଲା ବିଂଝାରପୁରେ ଜୋରଦାର ବିରୋଧ । ସ୍ଥାନୀୟ ସଂଖ୍ୟାଲଘୁ…

ଅଗଷ୍ଟ ୮ ରେ ପ୍ରତିବାଦ ଦିବସ ପାଳନ କରିବ ସମ୍ବଲପୁର ଜିଲ୍ଲା ଓକିଲ ସଂଘ

Posted by - July 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚପ୍ରତିଷ୍ଠା ଦାବି ନେଇ ପୁଣି ଥରେ ଆନ୍ଦୋଳନ ପାଇଁ ସଜବାଜ ହେଲା ସମ୍ବଲପୁର ଜିଲ୍ଲା ଓକିଲ ସଂଘ । ପଶ୍ଚିମ ଓଡିଶା…