ଚୋରା ମଦ ବିକ୍ରି କୁ ନେଇ ଗ୍ରାମରେ ଉତେଜନା ପରେ ପୋଲିସ ର କାର୍ଯ୍ୟାନୁଷ୍ଠାନ

694 0

ବରୀ: (ସ୍ନେହାଂଶୁ ଶେଖର ମହାନ୍ତି)ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଇଷାଣପୁର ପଞ୍ଚାୟତ ର ଇଷାଣପୁର ଗ୍ରମରେ ଦୀର୍ଘ ଦିନ ହେଵ ଜୈନିକ ଦୁଇଭାଇ ଗତ କିଛିଦିନ ହେବ ଚୋରାମଦ ବିକ୍ରି କରି ଆସୁଛନ୍ତି । ଉକ୍ତ ଗ୍ରାମର ଲୋକମାନେ ଯେତେ ପ୍ରକାର ବୁଝାସୁଝା କରୁଥିଲେ ବି ସେମାନେ ମାନିବାକୁ ନାରାଜ । ଓଲଟି ଗାଳିଗୁଲଜ କରନ୍ତି । ସୂଚନା ଥାଉକି ଦୁଇଦିନ ତଳେ ସନ୍ଧ୍ୟାରେ ଗ୍ରାମର କିଛି ମହିଳା ନୂଆ କରି ହୋଇଥିବା ପାର୍କ ପାଖକୁ ଦେଖିବା କୁ ଆସିଥିବା ବେଳେ କିଛି ଅସାମାଜିକ ଯୁବକ ସେଠାରେ ମଦ୍ୟପାନ କରି ଖରାପ ଭାଷା ରେ ଗାଳିଗୁଲଜ କରିଥିଲେ ।

ମହିଳା ମାନେ ପ୍ରତିଵାଦ କରିବା ସହ ଗ୍ରାମର ଲୋକମାନଙ୍କୁ ଖବର ଦେବାପରେ ଘଟଣା ସ୍ଥଳରେ ବହୁଲୋକ ରୂଣ୍ଡ ହୋଇ ଏଠାରେ ଚୋରା ମଦ ବିକ୍ରି ବନ୍ଦ କରିବାପାଇଁ ପ୍ରତିଵାଦ କରିଥିଲେ । ଘଟଣା ସ୍ଥଳରେ ଚାପା ଉତେଜନା ଲାଗି ରହିଥିଲା । ଏବିଷୟରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ସହ ଦୁଇଟି ସ୍କୁଟି ଜବତ କରିଥିଲେ ଓ ଯେଉଁ ଘରେ ମଦ ବିକ୍ରି ହେଉଛି ଵୋଲି ଅଭିଯୋଗ କଲେ ସେହି ଘରକୁ ଥାନା ଅଧିକାରୀ ଙ୍କ ଉପସ୍ଥିତ ରେ ସେହି ଘରକୁ ସିଲ କରାଯାଇଥିଲା । ଥାନାଅଧିକରୀ କହିଥିଲେ ଯେ ଆସନ୍ତା କାଲି ତହସିଲଦାର ଙ୍କ ଉପସ୍ଥିତିରେ ତାଲା ଖୋଲାଯିବ ।

ଯଦି ସେହି ଘରୁ ମଦ ଜଵତ ହୁଏ , ତହାଲେ ଅଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି କଥାରେ ମଧ୍ୟ ଲୋକମାନେ ରାଜି ନ ହେବାରୁ ଘଟଣା ସ୍ଥଳରେ ଉକ୍ତ ପଞ୍ଚାୟତ ର ସରପଞ୍ଚ ରଂଜୁଲତା ମହାନ୍ତି ଲୋକମାନଙ୍କୁ ବୁଝାଇ ଥିଲେ । ଥାନାଅଧିକରୀ ମଧ୍ୟ ପ୍ରତିସୃତି ଦେଇଥିଲେ ଯେ ଏହି ଗ୍ରାମରେ ଆଉ ଚୋରାମଦ ବିକ୍ରି ହେଵନାହିଁ ,ଏହା ପରେ ଲୋକମାନେ ସେଠାରୁ ଓହରି ଯାଇଥିଲେ । ଥାନା ଅଧିକରୀ ଯେଉଁ ଦୁଇଟି ସ୍କୁଟି ଜବତ କରିଥିଲେ ଉକ୍ତ ଦୁଇଟି ସ୍କୁଟି କୁ କିଛି ଲୋକଙ୍କ ଉପସ୍ଥିତ ରେ ଖୋଲା ଯାଇଥିଲା ଗୋଟି ସ୍କୁଟିରୁ କିଛି ବାହାରି ନଥିବା ଵେଳେ ଅନ୍ୟ ଏକ ସ୍କୁଟିରୁ ଏକ ଦେଶୀମଦ ବୋତଲ , ଏକ ବିଦେଶୀ ମଦ ,କିଛି ପରିମାଣର ଗଞ୍ଜେଇ ଓ କିଛି ନଗଦ ଟଙ୍କା ଜବତ ହୋଇଥିଲେ ।

ଗତକାଲି ଉକ୍ତ ଶିଲ ଘରକୁ ଖୋଲିବାରୁ ସେଠାରୁ କିଛି ପରିମାଣର ମଦ ବୋତଲ ମିଳିବା ସହିତ ବହୁ ପରିମାଣର ଖାଲି ମଦ ବୋତଲ ଘର ବାହାରେ ଓ ଭିତରେ ପଡିଥିବାର ଦେଖିବାକୁ ମିଳିଛି । ବରୀ ଥାନା ଅଧିକାରୀ ଶ୍ରୀ ଯେନlକର ଏହି କାର୍ଯ୍ୟକୁ ଗ୍ରାମବାସୀ ମାନେ ଢେର ପ୍ରସଶା କରିଛନ୍ତି ।

 

Related Post

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ ଡବଲ ମର୍ଡର

Posted by - November 13, 2019 0
ମୟୁରଭଞ୍ଜ:12/11/2019 ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ବାଲିଆଯୋକା ଗାଁରେ  ଘଟିଯାଇଛି ଅଭାବନୀୟ ଘଟଣା।  ସ୍ୱାମୀ ଓ ସ୍ତ୍ରୀ କୁ ହତ୍ୟା କରି ଫିଙ୍ଗି ଦେଲେ ଦୁର୍ବୁତ୍ତ। ସୁଚନା…

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

Posted by - June 25, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଲଣ୍ଡେଇସାହିର ଏକ ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତକ ଜଣକ ହେଲେ ଜେ. ଅନିତା।ମୃତ୍ୟୁର କାରଣ ଅସ୍ପଷ୍ଟ…

ପାଣିକୋଇଲି ଥାନା ତେଜପୁର ଗାଁରେ କଙ୍ଗାରୁ କୋର୍ଟ

Posted by - November 23, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଶାଶୁ, ଶ୍ବଶୁର ଓ…

ଡ଼ୁମେରଖୋଲ ନିକଟରୁ ମିଳିଛି ଏକ ଗଳିତ ମୃତ ଦେହ

Posted by - May 14, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଲଛିପୁର ଫାଣ୍ଡି ଡ଼ୁମେରଖୋଲ ନିକଟରୁ ମିଳିଛି ଏକ ଗଳିତ ମୃତ ଦେହ l ଖବରପାଇ ଲଛିପୁର ଫାଣ୍ଡି…

ବନ୍ଧୁକ ତିଆରି ଅଭିଯୋଗରେ ଜଣେ ଗିରଫ,ଦୁଇଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବହୁ ସାମଗ୍ରୀ ଜବତ

Posted by - July 4, 2021 0
ନବରଙ୍ଗପୁର:(  ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରେ ରାଇଘର ପୋଲିସ କୁ ମିଳିଛି ବଡ଼ ସଫଳତା । ଆଜି କୌଣସି ସୂତ୍ର ରୁ…