Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଶୋକସଭା

602 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ର ନୋଡାଲ ଏସୋସିଏସନ ଫର ଏମେଚ୍ୟୋର ଥିଏଟର (ନାଟ୍) ଅନୁଷ୍ଠାନର ଆବାହକତ୍ଵରେ ଓଡିଶାର ଗର୍ବ ଓ ଗୌରବ ଶଲାବୁଢା ଫେମ ଡ. ଅଟଳ ବିହାରୀ ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ଭାର୍ଚୁଆଲ ପ୍ଲାଟଫର୍ମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇ ସ୍ଵର୍ଗତ ଅଟଳ ବିହାରୀ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵର୍ଗତ ଅଟଳ ବିହାରୀ ପଣ୍ଡା ପଶ୍ଚିମ ଓଡିଶାର ସାଂସ୍କୃତିକ ଓ ସାହିତ୍ୟିକ ଅସ୍ମିତାର ପ୍ରତିଭୂ ଏବଂ ଶ୍ରୀ ପଣ୍ଡାଙ୍କୁ ଏକ ବ୍ୟକ୍ତିରୁ ଉର୍ଦ୍ଦ୍ଵକୁ ନେଇ ଅନୁଷ୍ଠାନର ସ୍ଵରୂପ ଦେଇପାରିଲେ ତାହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା ।

ଡ. ଅଟଳ ବିହାରୀ ପଣ୍ଡା ୦୧ ଡିସେମ୍ଵର ୧୯୩୧ ମସିହାରେ ସ୍ଵର୍ଗତ କବିରାଜ ବାସୁଦେବ ପଣ୍ଡା ଏବଂ ମାତା ସ୍ଵର୍ଗତ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ଔରସରୁ ବିନିକା ସ୍ଥିତ ଗଡଭିତର ପଡାରେ ଜନ୍ମଲାଭ କରି ତମାମ ଜୀବନ ସାହିତ୍ୟ, ସଂଗୀତ ଏବଂ ନାଟକ ସାଧନାରେ ବ୍ରତୀ ଥିଲେ । ସେ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ସେ ପ୍ରାୟ ୩୦ ଖଣ୍ଡ ଓଡିଆ ବେତାର ଓ ମଂଚ ନାଟକ, ୬ ଖଣ୍ଡ ଅପେରା ରଚନା କରିଥିବା ସତ୍ଵେ କୋସଲି-ସମ୍ଵଲପୁରୀ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସମ୍ଵଲପୁରୀ-କୋସଲି ଭାଷାରେ ପ୍ରଥମ ପ୍ରକାଶିତ ପୂର୍ଣ୍ଣାଙ୍ଗ ନାଟକ ଫଟା କପାଲ, ପ୍ରଥମ ପ୍ରକାଶିତ ଉପନ୍ୟାସ ଦେବୀ, ପ୍ରଥମ ପ୍ରକାଶିତ ଆତ୍ମଜୀବନୀ ବାନ୍ଦୁ ଉବାଚର ସେ ଲେଖକ। ପ୍ରାୟ ୩୩ ଖଣ୍ଡ କୋସଲି-ସମ୍ଵଲପୁରୀ ନାଟକ, ୨୦୦ ରୁ ଉର୍ଦ୍ଧ୍ଵ ଗୀତ ରଚନା ସହ ଶତାଧିକ ନାଟକର ଅଭିନେତା ଏବଂ ନିର୍ଦ୍ଦେଶକ ହେଉଛନ୍ତି ଶ୍ରୀ ପଣ୍ଡା। ତେବେ ୮୩ ବର୍ଷ ବୟସରେ ସବ୍ୟସାଚୀ ମହାପାତ୍ର ନିର୍ଦ୍ଦେଶିତ ଆନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ସିନେମା ଶଲାବୁଢା ର ମୁଖ୍ୟନାୟକ ଚରିତ୍ର ରେ ଅଭିନୟ ତାଙ୍କୁ ବେଶ ପ୍ରସିଦ୍ଧି ଆଣି ଦେଇଥିଲା। ଏହି ସିରିଜର ପରବର୍ତ୍ତୀ ଦୁଇ ସିନେମା ଆଦିମ ବିଚାର ଏବଂ ଶଲାବୁଢାର ବଦଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛି ଏବଂ ଶଲାବୁଢା ଓ ଆଦିମ ବିଚାର ସିନେମା ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।

ତାଙ୍କ ପାଇଁ ବୟସ କେବଳ ଏକ ସଂଖ୍ୟା। ତେବେ ସମଗ୍ର ପୃଥିବୀରେ ଅସଂଖ୍ୟ ପ୍ରଶଂସକଙ୍କ ହୃଦୟର ମଉଡମଣି ସାଜିଥିବା ଏହି ନବେ ବର୍ଷୀୟ ଯୁବ ଅଭିନେତା ଅଳ୍ପଦିନ ତଳେ ନିଜ ଧର୍ମପତ୍ନୀଙ୍କ ବିୟୋଗ ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ ଏବଂ ବୁର୍ଲାରେ ଚିକିତ୍ସାଧୀନ ଥିଲେ । ଗତକାଲି ପ୍ରାତଃ ୩.୪୫ ମି ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ଯୋଉଥିପାଇଁ ତାଙ୍କ ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସେ ହେଉଛନ୍ତି ନାଟ୍ ର ପ୍ରତିଷ୍ଠାତା ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ।

ନାଟ୍ ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଆଜିର ଶ୍ରଦ୍ଧାଞ୍ଜଳି ସଭାରେ କୋସଲି ସାହିତ୍ୟ ସଂସ୍କୃତି ଏକାଡେମୀର ସଚିବ, ରେଆର ର ସଭାପତି, ମହାନଦୀ ସାହିତ୍ୟ ସଂସଦର ସଭାପତି, ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ପଏଁରୀ ସଂପାଦକ, ଭୀମଭୋଇ କଳା ପରିଷଦର ସଂପାଦକ, ନାଟ୍ୟଚକ୍ର ର ନିର୍ଦ୍ଦେଶକ, ଓଡିଶା ସଂଗୀତ ନାଟକ ଏକାଡେମୀ ସଦସ୍ୟ, ସମ୍ବଲପୁର ଶ୍ରୀକଲଚରାଲ ଏକାଡେମୀର ସଂପାଦକ, ବରଗଡ ସଚେତନ ହେମା ଥିଏଟର ଗୃପର ନିର୍ଦ୍ଦେଶକ, ଦେଶଫାଳ ଲୋକ କଳା ମହୋତ୍ସବ ଆବାହକ, ଅଭିନେତ୍ରୀ ଡ. ତପସ୍ଵିନୀ ଗୁରୁ, ସୁଶୀଳା ନାୟାର, ବଲିଉଡ ଏଡିଟର ଏସୋସିଏସନର ଉପଦେଷ୍ଟା, ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦର ସଂପାଦକ, ଦିଲ୍ଲୀ ଜୁହାର ପରିବାର, ସୁବର୍ଣ୍ଣସ୍ଵର ନିର୍ଦ୍ଦେଶକ, ବୌଦ୍ଧ ଜିଲ୍ଲାରୁ କବି ଭାର୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

 

Related Post

UPSC ପରୀକ୍ଷାରେ ସମ୍ବଲପୁର ଆଙ୍କିତ ବର୍ମା ୧୮୪ ନମ୍ବର

Posted by - September 27, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ଯ ହେଲେ ସମ୍ବଲପୁରର ସୁନା ପୁଅ । ଅଶୋକ ବର୍ମା ଓ ବିନିତା ବର୍ମାଙ୍କ ପୁଅ ଅଙ୍କିତ କୁମାର ବର୍ମା…

ଗୀତା ମେହେଟ୍ଟା କାହିଁକି ପ୍ରତ୍ୟାଖ୍ୟାନ କଲେ ପଦ୍ମଶ୍ରୀ ପୁରସ୍କାର, ପଢନ୍ତୁ ଜାଣନ୍ତୁ

Posted by - January 27, 2019 0
ଭୁବନେଶ୍ବର:କେନ୍ଦ୍ର ସରକାର ପଦ୍ମଶ୍ରୀ ପୁରସ୍କାର ତାଲିକାରେ ତାଙ୍କ ନା ରଖିଥିବା ଜାଣିବା ପରେ ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଗୀତା ।ହେଲେ ପ୍ରମୁଖ…

ସାବଧାନ୍ … ରାସ୍ତାରେ ବୁଲୁଛି ଦନ୍ତାହାତୀ

Posted by - September 24, 2021 0
ଖୋର୍ଦ୍ଧା:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀ ଙ୍କ ଉତ୍ପାତ ବଢୁଛି । ଗୋଟିଏ ହାତୀ ପଲ୍ଲ ବିଛୁଡିତ ହୋଇଯିବା ଦ୍ୱାରା ସେମାନେ ବିଭିନ୍ନ…