Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ପୂର୍ବତନ ସରପଞ୍ଚଙ୍କ ଭାତୃ ବିୟୋଗ

902 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା) ଆଜି ବେଲଗୁଣ୍ଠା ବ୍ଳକ୍ ବଡ଼ ବୋର୍ସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିନ୍ତାମଣୀ ସ୍ୱାଇଁଙ୍କର କନିଷ୍ଠ ଭ୍ରାତା ନିଶାମଣୀ ସ୍ଵାଇଁ(40)ଙ୍କର କରୋନାରେ ମୃତ୍ୟୁ ଘଟିଛି I ସୂଚନା ପ୍ରକାରେ ଗତ ମଇ 25 ତାରିଖରେ ସ୍ଵର୍ଗତ ନିଶାମଣୀଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ କୋଭିଡ ଟେଷ୍ଟ କରାଇଥିଲେ ,ରିପୋର୍ଟ ପଜିଟିଭ ଆସିଥିଲା, ସେ ଚିକିତ୍ସା ପାଇଁ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ I

ସେଠାରେ ତାଙ୍କର ଅମ୍ଳଜାନ ସ୍ତର କମିବା ସହିତ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଏବଂ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼କ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥିତ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଥିଲା I କିନ୍ତୁ ସେଠାରେ ତାଙ୍କର ସ୍ୱାସ୍ଥ୍ୟରେ କ୍ରମାଗତ ଅବନତି ପରିଲକ୍ଷିତ ହେବାରୁ ତାଙ୍କୁ ଗତକାଲି ଆଇସିୟୁ ଏବଂ ଆଜି ସକାଳେ ଭେଣ୍ଟିଲେଟରରେ ଭର୍ତିକରା ଯାଇଥିଲା I କିନ୍ତୁ ଡ଼ାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ନିଶାମଣୀ ଆଜି ସକାଳ ଦଶ ଘଣ୍ଟା ସମୟରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ I

ନିଶାମଣୀଙ୍କ ଶବ ବ୍ୟବଚ୍ଛେଦ ପରେ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ଡକାଇ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ଗୋଷାଣୀ ନୂଆଁ ଗାଆଁ ସ୍ଥିତ ନୀଳକଣ୍ଠେଶ୍ୱର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା Iନିଶାମଣୀ ଜଣେ ମେଳାପି, ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ନିଶାମଣୀଙ୍କ ମୃତ୍ୟୁ ଖବର ଶୁଣି ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Related Post

ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନଙ୍କ ବିୟୋଗ

Posted by - January 19, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି!ମୃତ୍ୟୁ…

ବାଇକ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

Posted by - September 20, 2021 0
ବୌଦ୍ଧ:( ଚିତରଂଜନ ସିଂ) ଧଳପୁର- ପୁରୁଣାକଟକ ପୂର୍ତ୍ତରାସ୍ତାର ବ୍ରାହ୍ମଣ ଗାଁ ଛକ ନିକଟରେ ସୋମୋବାର ଅପରାହ୍ନ ସମୟ ରେ ଏକ ବୁଲେଟ ଓ ବାଇକ ମଧ୍ୟରେ ମୁହାଁମୁହିଁ…

ରାଜ୍ୟ ଗୃହ ନିର୍ମାଣ ଅଧକ୍ଷ୍ୟଙ୍କ ଖପ୍ରାଖୋଲ ଅଂଚଳ ଗ୍ରସ୍ତ, ଧଣ୍ଡାମୁଣ୍ଡା ଗାଁ ରେ ବାଣ୍ଟିଲେ ଭତ୍ତା

Posted by - November 3, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ରାଜ୍ୟ ଗୃହ ନିର୍ମାଣ ନିଗମ ଅଧକ୍ଷ୍ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ବୁଧବାର ଖପ୍ରାଖୋଲ ଅଂଚଳ…

ରେଙ୍ଗାଲି କାନାଡ଼ା ବ୍ୟାଙ୍କ ତରଫ ରୁ କାନାଡ଼ା ବିଦ୍ୟା ଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ

Posted by - August 19, 2022 0
ସମ୍ବଲପୁର/ରେଙ୍ଗାଲି ୧୯/୦୮(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ଥିତ କାନାଡ଼ା ବ୍ୟାଙ୍କ ଠାରେ କାନାଡ଼ା ବିଦ୍ୟାଜ୍ୟୋତି ଛାତ୍ରବୃତ୍ତି ପ୍ରଦାନ କରାଯାଇଛି ।ଏହି ଛାତ୍ର ବୃତ୍ତି ଯୋଜନା ସାଧାରଣତଃ…

ଖପ୍ରାଖୋଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ କଳା ବ୍ୟାଚ ପିନ୍ଧି ସ୍ବାସ୍ଥ୍ୟ କର୍ମୀଙ୍କ ପ୍ରତିବାଦ

Posted by - December 9, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ୱାସ୍ଥ୍ୟ କର୍ମୀ ମାନେ କଳା ବ୍ୟାଚ୍ ପିନ୍ଧି ଗୁରୁବାର ପ୍ରତିବାଦ କରିଥିବା ଦେଖାଦେଇଛି।…