Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଝିଅ ଦେଖି ଫେରିବା ବେଳେ ହାଇୱା ଧକ୍କା ରେ ୩ ମୃତ ୧ ଗୁରୁତର

552 0

ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଳା ବିନିକା ଥାନା ଅରିଗାଁ ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ହାଇୱା ଧକ୍କା ରେ ୩ ମୃତ ୧ ଗୁରୁତର ହୋଇଛନ୍ତି l
ବରଗଡ଼ ଜିଲ୍ଲା ଭେଡେନ ଥାନା ବଏପୁର ଗାଁ ରୁ ଝିଅ ଦେଖିବା ପାଇଁ ବିନିକା ଥାନା ବଲାରଙ୍ଗା ଗ୍ରାମକୁ ଆସିଥିଲେ। ଝିଅ ଦେଖି ଫେରିବା ବେଳକୁ ଅରିଗାଁ ଠାରେ ପାଣି ପିଇବା ପାଇଁ ଅଟକିଥିଲେ। ତେବେ ଗୋଡ଼ଭଗା ପଟରୁ ଏକ ହାଇୱା ଦ୍ରୁତ ଗତିରେ ଏମାନଙ୍କ ଉପରକୁ ମାଡିଆସିଥିଲା।

ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବିନିକା ମୂଖ୍ୟ ଡାକ୍ତରଖାନା ରେ ଭର୍ତି କରିଥିଲେ। ଡାକ୍ତର ତିନି ଜଣ ଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣେ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସୋନପୁର କୁ ସ୍ଥାନାନ୍ତର କରାଯାଇଛି।ମୃତକ ମାନେ ହେଲେ ଭେଡେନ ଥାନା ବାଏପୁର ଗାଁ ର ଗୌର ମାଝୀ, ଗୋବିନ୍ଦ ବଗର୍ତ୍ତି, ଜନାର୍ଦ୍ଦନ ବାରିକ ଓ ଆହତ ବ୍ୟକ୍ତି ହେଲେ ରୂପାପାଲି ଗାଁର ବରୁଣ ଭୋଇ ବୋଲି ଜଣା ପଡିଛି । ବିନିକା ପୋଲିସ ଘଟଣା ସ୍ଥଳରେ ହାଇୱା ଓ ଚାଳକ କୁ ଜବତ କରି ତନାଘନା କରୁଛି।

 

 

Related Post

ନଭେମ୍ବର ୨୦ ରେ ଭାରତୀୟ ଦଳିତ ଏକାଡେମୀର ରାଜ୍ୟ ସ୍ତରୀୟ ସମାବେଶ

Posted by - November 13, 2022 0
ସମ୍ବଲପୁର ୧୩/୧୧ (ରମାକାନ୍ତ ବିଶ୍ବାଳ) ଆଜି ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଦିନ ୧୦ ଟା ସମୟରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଓଡିଶା ଶାଖା ରାଜ୍ୟ…

ମହାନଦୀ ଫୁଲୁଚି,ପାଣି ଘେରରେ ମାରଡା ଗାଁ ବନ୍ୟା ଆଶଙ୍କାରେ ନଦୀକୂଳିଆ ବାସୀ ,ଚାଷ ଜମି ଜଳମଗ୍ନ

Posted by - September 14, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ)ଲଘୁଚାପ ଜନିତ ଲଗାଣ ବର୍ଷର ପ୍ରକୋପ ଦେଖିବାକୁ ମିଳିଛି।ଲଗାଣ ବର୍ଷା ଫଳରେ ହରଭଙ୍ଗା ଦେଇ ପ୍ରବାହିତ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।,ନଦୀ ଏବେ କୁଲଖାଇ…

ଖୁବ୍‌ଶୀଘ୍ର ନିର୍ମାଣ ହେବ ଶ୍ରୀସେତୁ, ୩୧୭ କୋଟିରେ ନେଲା ଆରକେଡି

Posted by - February 13, 2020 0
ଭୁବନେଶ୍ୱର : ମାଳତିପାଟପୁରରୁ ସିଧାସଳଖ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବା ପାଇଁ ବହୁପ୍ରତୀକ୍ଷିତ ଶ୍ରୀ ସେତୁ ନିର୍ମାଣ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଶେଷ ହୋଇଛି।…

ଜାଣନ୍ତୁ କ’ଣ ଏହି ଧାରା ୩୭୦

Posted by - August 5, 2019 367
ନୂଆଦିଲ୍ଲୀ: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅନୁଛେଦ ୩୭୦…

୫ଟି ସଚିବ ଏବଂ ରାଜ୍ୟ ମୂଖ୍ୟଶାସନ ସଚିବଙ୍କ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା କୋଭିଡ୍ ହସପିଟାଲ ପରିଦର୍ଶନ।

Posted by - April 16, 2020 0
କେନ୍ଦୁଝର:( ସୀତାରାମ ଦିକ୍ଷୀତ)କରୋନା ସଂକ୍ରମଣ ରୋକିବା ସହିତ ଆକ୍ରାନ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟସରକାର। ଯୋଉଥିପାଇଁ ସାରା…