ଆର ପାରିରେ ପ୍ରସିଦ୍ଧ ନାଟ୍ୟକାର ତଥା ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା

478 0

ସୋନପୁର:(ପ୍ରକାଶ ଚନ୍ଦ୍ର ବେବର୍ତା)ସମ୍ବଲପୁରୀ ପ୍ରସିଦ୍ଧ ନାଟ୍ୟକାର ତଥା ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି l ସମ୍ବଲପୁରୀ ଚଳଚ୍ଚିତ୍ର ଶଳାବୁଢ଼ା ରେ ମୁଖ୍ୟ ଚରିତ୍ର ରେ ସେ ଅଭିନୟ କରି ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇ ସୁନାମ ଅର୍ଜନ କରିପାରି ଥିଲେ l ଗତକାଲି ବିଳମ୍ବିତ ରାତିରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା l ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହେଉଥିବାବେଳେ ସେ ବ୍ଳଡ଼ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ତଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ l ଗତ ମାସ ୧୬ ତାରିଖ ରେ ତାଙ୍କର ସ୍ତ୍ରୀଙ୍କ ଦେହାନ୍ତ ହେବା ପରେ ମାନସିକ ସ୍ତରରେ ସେ ଭାଙ୍ଗି ପଡିଥିଲେ l

ତେବେ ଗତକାଲି ତାଙ୍କର ଏକାଧିକ ଅଙ୍ଗ ଅଚଳାବସ୍ଥା ହେବା ଫଳରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି l ଶ୍ରୀ ପଣ୍ଡା ଶହେ ରୁ ଅଧିକ ନାଟକରେ ଅଭିନୟ କରିବା ସହିତ ଏକାଧିକ ନାଟକ ମଧ୍ଯ ରଚନା କରିଥିଲେ l ଦୀର୍ଘ ବର୍ଷଧରି ନାଟକରେ ଅଭିନୟ କରିବା ପରେ ୮୩ ବର୍ଷ ବୟସରେ ପ୍ରଥମ ସିନେମା ଶଳା ବୁଢ଼ା ଚଳଚ୍ଚିତ୍ର ରେ ଅଭିନୟ କରି ଦେଶ ବିଦେଶରେ ଚର୍ଚିତ ହୋଇ ପାରିଥିଲେ l ପଶ୍ଚିମ ଓଡିଶା ନାଟ୍ଯ ଜଗତ ପାଇଁ ଏକ ବଡ଼ କ୍ଷତି ଘଟିବା ସହିତ ସବୁଆଡ଼େ ଶୋକ ର ଛାୟା ଖେଳିଯାଇଛି l

 

Related Post

ଡଙ୍ଗାରେ ଥିବା ୭ଜଣଙ୍କୁ ଉଦ୍ଧାର କଲା ୧୦୮ବୋଟ ଆମ୍ବୁଲାନ୍ସ

Posted by - February 10, 2022 0
ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ:(ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ର ମଝିରେ ଫସିଲା ଦେଶୀ ଡଙ୍ଗା l ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ଜଣଙ୍କୁ ଉଦ୍ଧାର…

ମୃତ୍ୟୁ ବି ଏମିତି ଆସେ , ଧରାଧରି ହୋଇ ବୁଡ଼ି ଗଲେ ତିନି ସାଙ୍ଗ

Posted by - November 17, 2020 0
ରେମୁଣା:(ସୌମ୍ୟା ସାଇ ବାରିକ୍)ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତ ର, ତିନି ନଦୀ ର ସଙ୍ଗମ ସ୍ଥଳ କାଠ ସଂଗଡ଼ା ଘାଟ ରେ ଗାଧୋଇବାକୁ ଯାଇ,…

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ ସାଇକେଲ ରାଲି

Posted by - July 9, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ରାଜ୍ୟରେ ବଢ଼ି ଚାଲିଥିବା ଡିଜେଲ,ପେଟ୍ରୋଲ,ଇନ୍ଧନ ଗ୍ୟାସ, ଖାଇବା ତେଲ,ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର ବୃଦ୍ଧି ପ୍ରତିବାଦରେ,ପିସିସି ସଭାପତି…