Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ମରଣ ଜନ୍ତା ପାଲଟିଛି ତ୍ରିଶୂଳିଆ ଭୁବନେଶ୍ବର ମୁଖ୍ୟ ରାସ୍ତା

233 0

ଭୁବନେଶ୍ବର/ବାରଙ୍ଗ :(ସନ୍ତୋଷ ରାଉତ)ତ୍ରିଶୁଳିଆ ବାଙ୍କୀ ବାରଙ୍ଗ ମୁଖ୍ୟ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ଶହ ଶହ ହାଇୱା, ଟ୍ରକ୍ ଯୋଗେ ବାଲି,ମୋରମ୍ ଯାତାୟାତ କରୁଛି।ଯାହା ଫଳରେ ବାଲି ମୋରମ୍ ଉଡି ମୁଖ୍ୟ ରାସ୍ତା ସଙ୍କୁଚିତ ହେଲାଣି । ରାସ୍ତାରେ ସାଧାରଣ ଲୋକେ ଯିବ। କଷ୍ଟ କର୍ ହେଲାଣି।ପ୍ରତିଦିନ ଛୋଟ ବଡ଼ ଦ୍ରୁ ଘଟଣା ମାନ ଘଟୁଛି । ସରକାରଙ୍କ ନିୟମ ଅନୁଯାୟୀ ବାଲି ,ମୋରମ୍ ନେବାବେଳେ ପାଣି ସିଞ୍ଚନ କରି ପାଲ ଘୋଡାଇ ନେବା ନିୟମ ଥିଲେ ମଧ୍ୟ ତାହା ଏଠାରେ ବ୍ୟତିକ୍ରମ ଦେଖା ଦେଇଛି । ଟ୍ରକ୍ ଚାଳକ ମାନେ ନିୟମ ଉଲଂଘନ କରି ଖୋଲା କରି ଏହି ବାଲି ,ମୋରମ୍ ନେଉଛନ୍ତି ସ୍ଥାନୀୟ ପ୍ରଶାସନ ସବୁ ଦେଖି ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । କୁଆ ଖାଇ ନଦୀରୁ ଦିନକୁ ଶହ ଶହ ବାଲି ବୋଝେଇ ଟ୍ରକ୍, ହାଇୱା ରେ କଟକ,ଭୁବନେଶ୍ୱର ବାଙ୍କୀ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରା ଯାଉଛି । ତା ସହିତ ମୋରମ୍ ମଧ୍ୟ । ଟ୍ରକ୍ ଚାଳକ ମାନେ ବିନା ପାଣି ସିଂଚନ ଓ ପାଲ ନ ଘୋଡାଇ କିଭଳି ନେଉଛନ୍ତି ଏସବୁ।

ଏ ଦୃଶ୍ୟକୁ ଦେଖନ୍ତୁ !

ସ୍ଥାନୀୟ ପ୍ରଶାସନ ସବୁ ଦେଖି ମଧ୍ୟ କାର୍ଯ୍ୟାନୁଷ୍ଠ।ନ ଶୁନ । ଏଥି ପାଇଁ ଜନ ଅସନ୍ତୋଷ ଦେଖାଦେଇଛି ।ମୁଖ୍ୟ ରାସ୍ତା ରେ ଟ୍ରକ , ହାଇୱା ରେ ଖୋଲାରେ ବାଲି ,ମୋରମ୍ ନିଆଯାଉଥିବା ରୁ ରାସ୍ତା କଡ଼ରେ ଏସବୁ ପଡି ରାସ୍ତାର ଓସାର ସଙ୍କୁଚିତ ହୋଇ ଗଲାଣି । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।  ବାରଙ୍ଗ ତ୍ରିଶୁଳିଆ ସୁବାଷ ବୋସ୍ ସେତୁ କଟକ ଭୁବନେଶ୍ୱର କୁ ଯାତାୟାତ ର ସଂଯୋଗ ଥିବା ବେଳେ ସେଠାରେ ମଧ୍ୟ ବାଲି ପଡି ଲୋକମାନେ ବାଇକ୍ ,ସାଇକେଲ ଆରୋହୀ ଓ ପାଦରେ ଚାଲି ଯିବା ଅସମ୍ଭବ ହୋଇ ପଡ଼ୁଛି ।କଟକ ,ଭୁବନେଶ୍ୱର ମଧ୍ୟସ୍ଥଳରେ ଥିବା ବାରଙ୍ଗ ଅଞ୍ଚଳର ଏହି ମୁଖ୍ୟରାସ୍ତା ସବୁଆଡେ ସଂଯୋଗ ରହିଥିବା ବେଳେ କେତେକ ଅମାନିଆ ଚାଳକ ,ଗାଡ଼ି ମାଲିକ ଏପରି କାର୍ଯ୍ୟ କରୁଛନ୍ତି ।ସେପଟେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଇଛି । ସେପଟେ ବାରଙ୍ଗ ତହସିଲ ଦାରଙ୍କୁ ଏବିଷୟରେ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ । କେବେ ପ୍ରଶାସନର ଏହି ରାସ୍ତା ଉପରେ ଦୃଷ୍ଟି ପଡ଼ିବ ତାକୁହିଁ ସମସ୍ତଙ୍କର ଅପେକ୍ଷା ।

Related Post

ବିଜେଡି କାର୍ଯ୍ୟାଳୟରେ ପାଟକୁରା ଚିନ୍ତା

Posted by - August 19, 2019 0
ଭୁବନେଶ୍ବର୧୮|୮: ବିଜେଡିର ପୁଣି ପାଟକୁରା ଚିନ୍ତା । ଉପନିର୍ବାଚନ ବିପୁଳ ବ୍ୟବଧାନରେ ଜିତିବା ପରେ ଏବେ ପ୍ରତିଶ୍ରୁତି ପାଳନ ବେଳ । ମାତ୍ର, କର୍ମୀଙ୍କ ମଧ୍ୟରେ ତାଳମେଳ…

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ପୁରୀରେ ମୋଟର ସାଇକେଲ ପଣି ବୁହା,ମିଛ ବିଲ ରେ କୋଟି କୋଟି ଆତ୍ମସାତ

Posted by - January 28, 2019 225
ପୁରୀ:ପୁରୀ ଜିଲ୍ଲା ଆଳସାହି ପଞ୍ଚାୟତରେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲୋକଙ୍କୁ ପାଣି ବାଣ୍ଟିବାକୁ ନିର୍ଦ୍ଦେଶ ଆସିଥିଲା। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଡିଭିଜନ୍‌ ପକ୍ଷରୁ ପଞ୍ଚାୟତ…

ନନ୍ଦନକାନନରେ ଆଜିଠାରୁ ଆରମ୍ଭ ହେଲା ଟୟ ଟ୍ରେନ ସେବା

Posted by - November 16, 2021 0
ବାରଙ୍ଗ:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ଟୟ ଟ୍ରେନ ସେବା ଆରମ୍ଭ କରାଯାଇଛି । ନୂତନ କାରିଗରୀ କୌଶଳରେ ନିର୍ମିତ କରାଯାଇଥିବା ଟୟ…

ନନ୍ଦନ ବନ ର ୧୨୪.୮୬ ଏକର ରେ ବେଆଇନ ଗଞ୍ଜେଇ ଚାଷ କୁ ମିଳିତ ଉଦ୍ୟମ ରେ ନଷ୍ଟ କଲା ପୋଲିସ ବିଭାଗ..

Posted by - December 12, 2021 0
ହରଭଙ୍ଗା :(ଚିତ୍ତରଂଜନସିଂ)ହରାଭଙ୍ଗା ବ୍ଲକ ବୌଦ୍ଧ ଥାନା ଅନ୍ତର୍ଗତ ଆଗକୁ ହେବାକୁ ଥିବା ବୌଦ୍ଧ ଜିଲ୍ଲା ର ନନ୍ଦନ ବନ ର ୧୨୪.୮୬ ଏକର ରେ ହୋଇଥିବା ବେଆଇନ…