ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ଅପେକ୍ଷା କରିଥିଲେ ମହାଦୀପ ଦର୍ଶନକୁ। ମହାଦୀପ ଉଠିବା ପରେ ହଜାର ହଜାର ଭକ୍ତ ଏହାର ଦର୍ଶନ କରିଥିଲେ।
Facebook Notice for EU!
You need to login to view and post FB Comments!