ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ,ପ୍ରଣବ ପ୍ରକାଶ ଦାସ ଙ୍କ ଶୋକ

281 0

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡ଼ି ନେତା ବିଜୟଶ୍ରୀ ରାଉତରାୟଙ୍କ ୬୭ ବର୍ଷ ବୟସରେ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।କରୋନାରୁ ସୁସ୍ଥ ହେବା ପରେ କରୋନା ପରବର୍ତି ଜଟିଳତା ନେଇ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।ଚିକିତ୍ସାଧୀନ ଅବସ୍ଥାରେ ସେ ବୁଧବାର ସାଢେ ୫ଟାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ପରଲୋକ ନେଇ ତାଙ୍କ ସଂପର୍କୀୟ ଏବଂ ହସ୍ପିଟାଲ୍ କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନିଳମଣୀ ରାଉତରାୟଙ୍କ ପୁତ୍ର ହେଉଛନ୍ତି ବିଜୟଶ୍ରୀ ରାଉତରାୟ। କୋଭିଡ୍‌ ପରେ ନିମୋନିଆରେ ଆକ୍ରାନ୍ତ ଥିଲେ। ଏହା ପରେ ଶରୀରର ଅନେକ ଅଙ୍ଗ ଅଚଳ ହୋଇ ପଡିଥିଲା।ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ୬ ଥର ନିର୍ବାଚିତ ହୋଇଥିଲେ। ସେ ୨ ଥର ଜନତା ଦଳରୁ ଓ ୪ ଥର ବିଜେଡି ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ। ବିଜୟଶ୍ରୀ ରାଉତରାୟ ଏକାଧିକବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟ, ରାଜସ୍ୱ ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।

ପୂର୍ଵତନ ମନ୍ତ୍ରୀ ତଥା ବାସୁଦେବପୁରର ପୂର୍ଵତନ ବିଧାୟକ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମନ୍ତ୍ରୀ ଶ୍ରୀ ଦାସ  ତାଙ୍କ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।  ସ୍ବର୍ଗତ ରାଉତରାୟଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ପ୍ରଣବ  ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Related Post

ଲଇଡାରେ ଚାଷି ଆନ୍ଦୋଲନ କୃଷି ରୁଣଛାଡ,ମରୁଡି ଅଂଚଲ ଘୋଷଣା ଆଦି ଦାବୀରେ ବିଶାଲ ଶୋଭାଯାତ୍ରା

Posted by - October 5, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ରେଙ୍ଗଲୋଇ ଏବଂ କିନାଲୋଇ ଗ୍ରାମ ପଂଚାୟତ ଅଂଚଲରେ ଚଲିତବର୍ଷ ଖରିଫ୍ ରୁତୁରେ ବର୍ଷାର ଘୋର ଅଭାବ ଯେଗୁଁ ଉତ୍କଟ…

ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାଏକଙ୍କୁ ସିବିଆଇ ପକ୍ଷରୁ ହାଜର ହେବା ପାଇଁ ନୋଟିସ

Posted by - January 30, 2019 0
ବିଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ…

ଭବାନୀପାଟଣା ‘ରେ ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଆୟୋଜିତ

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସ୍ବାଗତ ଆଇଟିସି ସମ୍ମିଳନୀ କକ୍ଷରେ ‘ଓଡ଼ିଆ ବାର୍ତ୍ତା’ର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ଏବଂ ରାଜ୍ୟ…

ପଶ୍ଚିମ ଓଡ଼ିଶାର ନନ୍ଦନକାନନର ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

Posted by - November 1, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ )ଆଜି ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ…