ବାତ୍ୟା ‘ୟାସ୍‌’ ଚାଲିଯିବା ପରେ ବନ୍ୟା ଏବେ ସଂକ୍ରମଣ ଆଶଙ୍କା

664 0

ଭୁବନେଶ୍ବର /ଭଦ୍ରକ /ଯାଜପୁର :ବାତ୍ୟା ୟାସ୍‌ର ପ୍ରକୋପ ଛାଡି ନଥିବା ବେଳେ ପୁଣି ଅନ୍ୟପଟେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି  । ଆଖୁଆପଦା ଆନିକଟ ଠାରେ ବୈତରଣୀ ନଦୀ ବିପଦ ସଂକେତ ଟପିଛି ।  ବିପଦ ସଙ୍କେତ ୧୭.୮୩ ମିଟର  ଥିବା ବେଳେ ବିପଦ ସଙ୍କେତ ଉର୍ଦ୍ଧ୍ବରେ ଚାଲିଛି ବନ୍ୟା ଜଳ । କେନ୍ଦୁଝର , ସୋମପାଟଣା ଓ ଆନନ୍ଦପୁର ଠାରେ ବର୍ଷାର ପରିମାଣ ଅଧିକ ହୋଇଥିବାରୁ ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ଭଣ୍ଡାରୀପୋଖରୀ ବ୍ଲକ ପ୍ରଶାସନ ଓ ଧାମନଗର ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନ୍ୟା ସ୍ଥିତିକୁ ନେଇ ଘୋଷଣା କରୁଛନ୍ତି ।ବନ୍ୟା ପାଣିରେ ଭଦ୍ରକ ଓ ଯାଜପୁରର ମୁଖ୍ୟ ରାସ୍ତାରେ ୨ ଟି ପୋଲ ମାଳଦାର ସରତା ପୋଲ ଓ ମଣିନାଥପୁର୍ର ଜୋର ପୋଲ ନିର୍ମାଣ କାର୍ଯ୍ୟ ଚାଲୁଥିବା ଅବସ୍ଥାରେ ଡାଇବର୍ସନ୍ ରୋଡ ବନ୍ୟାରେ ଭାସି ଭଦ୍ରକ ଓ ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା ମିଳିଛି ।

ଭଣ୍ଡାରିପୋଖରୀ ବ୍ଲକର ୭ ପଞ୍ଚାୟତର ୪୦ ଗ୍ରାମର ପ୍ରାୟ ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହେବେ । ଡାଲୁଅ ଧାନ ଓ ପନିପରିବା ଚାଷ ପ୍ରଭାବିତ ହେବ । ମଣିନାଥପୁର , ବିରୁଳି , ସଠଗାଁ , ଷୋଳମପୁର , ଚତୁର୍ଭୁଜପୁର , ଜଳହରି , ନପଙ୍ଗ , ମାଲଦା , ରହଣିଆ , ରାଢୋ ଭଳି ବହୁ ଗାଁ ପ୍ରଭାବିତ ହେବା ସହ ଏହି ସବୁ  ଅଞ୍ଚଳର ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି ।ଏବେ ବାତ୍ୟା ଆଶ୍ରୟସ୍ଥଳୀରୁ ଫେରୁଥିବା ଲୋକଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ଦେଖାଦେଇଛି। ଏ ନେଇ ଚିନ୍ତାରେ ସରକାର। ଏଥିପାଇଁ ଆଶ୍ରୟସ୍ଥଳୀରେ ଘରକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଗୁରୁବାର ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ ଓ ଖୋର୍ଦ୍ଧା। ବାତ୍ୟା ଯୋଗୁ ପ୍ରଭାବିତ ଜିଲ୍ଲାର ବହୁ ଲୋକ ବାତ୍ୟା ଆଶ୍ରୟସ୍ଥଳୀରେ ଏକାଠି ହୋଇଥିଲେ। ଫଳରେ ସେମାନଙ୍କ ଭିତରେ ଉତ୍ତମ ଦୂରତା ରକ୍ଷା ସମ୍ଭବ ହୋଇନଥିବ। ସେହିପରି ଯେଉଁ ବ୍ୟକ୍ତିମାନେ ବାତ୍ୟା ପୁନରୁଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନେ ପ୍ରପୀଡ଼ିତ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଓ ସେମାନଙ୍କ ନିଜ ଘରକୁ ନେବା ଆଣିବା କରିବାବେଳେ କୋଭିଡ ନିୟମାନୁଯାୟୀ ଦୂରତା ରକ୍ଷା ହୋଇପାରିନଥିବ। ଏହା ଫଳରେ ସେମାନଙ୍କ ଭିତରେ କୋଭିଡ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି।

Related Post

ଗଞ୍ଜାମ ରେ ଜଣେ ଆକ୍ରାନ୍ତ ,ମୋଟ ୧୭୦,ପୁରା ଅପଡେଟ ରେ ନଜର ପକାନ୍ତୁ (୫ ମଇ ସକାଳ ୮)

Posted by - May 5, 2020 139
ଭୁବନେଶ୍ବର:ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ରୂପେଶ ବିଜେଡ଼ି ନା ବିଜେପି? ?

Posted by - October 20, 2019 0
ଭୁବନେଶ୍ୱର:୧୯-୧୦ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ବେଶ ହଟଚମଟ ଚାଲିଛି । ଏହି ଘଟଣାରେ ପୋଲିସ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ…

ପ୍ରଥମ ଥର ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ

Posted by - August 31, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଆଜି ଭାରତ ସରକାରଙ୍କ ତରଫରୁ ରଘୁନାଥ ପୁର ଗ୍ରାମପଞ୍ଚାୟତରେ ସେରଲୋଜିକଲ ଟେଷ୍ଟ କରାଯାଇଛି।ହେଉଥିବା ସେରଲୋଜିକାଲ ଟେଷ୍ଟ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ରଘୁନାଥ ପୁର ଠାରେ ଆରମ୍ଭ…

ନିର୍ବାଚନ ଆଚରଣ ଵିଧି ଉଲ୍ଲଙ୍ଘନ ଅଭିଯୋଗ

Posted by - February 5, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ବାତାବରଣ ଉଷ୍ମତା ସେତିକି ଜୋର ଧରୁଛି l କେଉଁଠି…

ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା,ଆକଳନ ରୁ କମ ଥିଲା ପ୍ରଭାବ

Posted by - May 26, 2021 0
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।…

Comments are closed.