ବୈତରଣୀ ନଦୀର ଜଳସ୍ତର ବୃଦ୍ଧି,ତୁରୁମୁଙ୍ଗା ପୋଲ ଉପରେ ୬ ଫୁଟର ବନ୍ୟା ଜଳ

702 0

ଭଦ୍ରକ/କେଉଁଝର/ଯାଜପୁର:ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। ଦିନ ୧୧ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀର ଜଳସ୍ତର ୧୬.୯୫ ଥିଲା ଏବେ ଏହା ୧୭.୯୨ ମିଟରକୁ ବୃଦ୍ଧି ପାଇଥିବା କୁହାଯାଉଛି। ଏଠାରେ ବିପଦ ସଂକେତ ୧୭.୮୩ ।ବୁଧବାର ବିଳମ୍ବିତ ରାତି ୩ଟାରୁ ବୈତରଣୀ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ମାତ୍ର ୧୨ ଘଣ୍ଟା ଅବିଶ୍ରାନ୍ତ ବର୍ଷାରେ ପାଟଣା ବ୍ଲକର ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ଗୁରୁବାର ସକାଳୁ ୬ ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଅନ୍ୟୁନ ୩ ଦିନ ବର୍ଷା ହେଲେ ତୁରୁମୁଙ୍ଗା ବୈତରଣୀ ଉପରେ ପାଣି ଚାଲୁଥିବା ବେଳେ ଗୋଟିଏ ଦିନରେ ଏପରି ପରିସ୍ଥିତି ଉପୁଜିଛି। ଯାହାଫଳରେ ୪୯ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ହଜାରେରୁ ଅଧିକ ଯାନବାହାନ ଅଟକି ରହିଛି। ଏଠାରେ ନୂଆ ସେତୁ ନିର୍ମାଣ କାମ ଚାଲିଥିବା ବେଳେ ପୁରୁଣା ସେତୁ ଉପରେ ପାଣି ଚାଲିଛି। ଫଳରେ କେନ୍ଦୁଝରଠାରୁ ଯଶୀପୁର, ବାରିପଦା, କଲିକତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଗାଡି ମଟର ଅଟକି ରହିଛି ।

ଉପରମୁଣ୍ଡରୁ ଅଧିକ ଜଳ ପ୍ରବାହିତ ହୁଏ ତେବେ ଭଦ୍ରକ ଜିଲ୍ଲାର ଚାରିଟି ବ୍ଲକରେ ବନ୍ୟାର ଆଶଙ୍କା ଦେଖା ଦେଇଛି। ଏହି ବ୍ଲକଗୁଡ଼ିକ ହେଲା  ଭଣ୍ଡାରୀପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ି। ଏହି ବ୍ଲକଗୁଡ଼ିକର ୧୪ଟି ପଞ୍ଚାୟତ ଏହାଦ୍ବାରା କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖା ଦେଇଛି।ସେପଟେ ବିଶେଷକରି ବୈତରଣୀ ନଦୀରେ ଆସିଥିବା ଲୁଣା ଜୁଆର ପାଣି ଆରଡି ପୀଠର  ବାବା ଆଖଣ୍ଡଳମଣିଙ୍କ ପୁଷ୍କରିଣୀରେ ପ୍ରବେଶ କରିବାରୁ ମନ୍ଦିର ଦକ୍ଷିଣ ଦ୍ବାର ବାସୁଆବଳଦ ନିକଟରେ ଲହଡି ଭାଙ୍ଗିଥିଲା ଲୁଣା ଜୁଆର ପାଣି । ଏହାସହ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଲୁଣା ଜୁଆର ପାଣି ଲହଡି ମାରୁଛି ।

Related Post

ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର

Posted by - March 10, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତିଲେ ଡ୍ରାଇଭର। ମାର୍ଚ୍ଚ ଦଶ ତାରିଖ ଅପରାହ୍ନରେ କଳାହାଣ୍ଡି ଜିଲ୍ଲା…

ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ସଫେଇ ଓ ରକ୍ତଦାନ ଶିବିର

Posted by - October 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସରେ ତଥା ଏକ ମାସ ଧରି ସେବା ସପ୍ତାହ ପାଳନ ଅବସରରେ ସମ୍ବଲପୁର…