ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା,ଆକଳନ ରୁ କମ ଥିଲା ପ୍ରଭାବ

599 0

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ୟାସ୍’ ।ଏହା ପ୍ରାୟ ତିନିଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମଟର ଏବଂ ସ୍ଥଳ ବିଶେଷରେ ୧୫୦ କିଲୋମିଟର ପହଞ୍ଚିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା।

ସଂପ୍ରତି ଭଦ୍ରକ ଓ ବାଲେଶ୍ୱର ଜିଲାରେ ସର୍ବାଧିକ ପବନର ବେଗ ଅନୁଭୂତ ହେଉଥିଲା। ଏଥିସହିତ କେନ୍ଦ୍ରାପଡା ଜିଲାରେ ମଧ୍ୟ ଏହାର ପ୍ରଭାବ ପଡିଥିଲା। ମଧ୍ୟାହ୍ନ ସୁଦ୍ଧା ଏହା ଉପକୂଳ ଅଂଚଳ ଅତିକ୍ରମ କରିବା ପରେ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତିକରିଥିଲା। ଏହାଦ୍ୱାରା ମୟରୁଭଞ୍ଜ ଜିଲାରେ ଘଣ୍ଟାକୁ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ପବନ ଓ ବର୍ଷା ଲାଗିରହିଥିଲା। ଏହାଦ୍ୱାରା ଭଦ୍ରକ ଓ ବାଲେଶ୍ୱରର ଉତ୍ତର ଓ ଉତ୍ତର ପୂର୍ବକୁ ଥିବା ଆଭ୍ୟନ୍ତରୀଣ ଜିଲାଗୁଡିକ ମଧ୍ୟ ପ୍ରଭାବିତ କରିଥିଲା ଲ୍ୟାଣ୍ଡଫଲ ସମୟରେ ବାତ୍ୟା ୟାସର ପବନ ବେଗ ୧୫୦ରୁ ୧୬୫ କିଲୋମିଟର ଆକଳନ କରାଯାଉଥିଲେ ବି ୧୩୦ରୁ ୧୫୦ କିଲୋମିଟର ମଧ୍ୟରେ ୟାସ ଆଜି ଲ୍ୟାଣ୍ଡଫଲ କରିଥିଲା।

ଆଜି ଦିନ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ବାତ୍ୟା ଉପକୂଳକୁ ଅତିକ୍ରମ କରିଥିବାବେଳେ ବର୍ତ୍ତମାନ ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଲ୍ୟାଣ୍ଡଫଲ ଶେଷ ହେବା ନେଇ ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଆଗାମୀ ୩ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇଯିବ।  ପବନ ବେଗ ହ୍ରାସ ପାଇ ୯୦ରୁ ୧୦୦ କିଲୋମିଟରକୁ ଖସିବ । ଆଉ ପରବର୍ତ୍ତୀ ୬ ଘଣ୍ଟାରେ ପବନ ବେଗ ୬୦ କିଲୋମିଟରକୁ ଖସିବ। ଆସନ୍ତାକାଲି ଡିପ ଡିପ୍ରେସନରେ ପରିଣତ ହୋଇ ଝାଡ଼ଖଣ୍ଡକୁ ପଳାଇବ। ତେବେ ୧୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ଲାଗିରହିବ।

 

Related Post

ମମିତା ପରିବାର କୁ ସମବେଦନା ଜଣାଇବା ପାଇଁ ଝରଣୀ ଗାଁ ରେ ଭାରତୀୟ ମହିଳା କଂଗ୍ରେସ ସଭାପତି

Posted by - October 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମମିତା ହତ୍ୟାକାଣ୍ଡ ଘଟଣା ପାଇ ଅଶାନ୍ତ ହୋଇ ପଡିଛି ଓଡିଶା। ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି…

ନାମାଙ୍କନ ପତ୍ର ଦାଖଲ ଶେଷ,ଯାଜପୁର ପୌରପରିଷଦରେ କ୍ଲିନ୍ ସୁଇପ ଲକ୍ଷ୍ୟରେ ବିଜେଡି

Posted by - March 8, 2022 0
ଯାଜପୁର ଅଫିସ :ପୌର ନିର୍ବାଚନ ପାଇଁ ବିଭିନ୍ନ ସହରରେ ରାଜନୀତି ଉଷ୍ଣତା ବାତାବରଣରେ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଛି ।ଏହି ଅବସରରେ ଯାଜପୁର ପୌରପରିଷଦ ରେ…

କ୍ରସର୍ ଚାଲୁ କରିବା ସପକ୍ଷରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

Posted by - September 3, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ୍ ଖରଭୁଇଁ ଗ୍ରାମରେ ଥିବା କ୍ରସର୍ ଗୁଡିକ ବନ୍ଦ କରିବା ଓ ପଥର କୁଆଁରୀ ଗୁଡିକ ନିଲାମ ବାତିଲ କରିବା ଦାବୀରେ ଆନ୍ଦୋଳନ ଚାଲିଥିବା ବେଳେ…