ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

720 0

ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ, ଜଳସେଚନ ଓ ବିଦ୍ୟୁତ ବିଭାଗର ପ୍ରସ୍ତୁତି ଅପାତତଃ ଶେଷ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି। ଇତି ମଧ୍ୟରେ ବିଭିନ୍ନ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ଏନଡିଆରଏଫର ୫୨ଟି ଟିମ, ଓଡ୍ରାଫର ୬୦ଟି ଟିମ, ଅଗ୍ନିସମାର ୨୦୬ଟି ଟିମ ଏବଂ ବନ ଉନ୍ନୟନ ବିଭାଗର ୮୬ଟି ସ୍ୱତନ୍ତ୍ର ଗଛ କଟାଳି ଟିମ ଅର୍ଥାତ ୪୦୪ଟି ସ୍ୱତନ୍ତ୍ର ଅଭିଜ୍ଞ ଟିମକୁ ପଠାଯାଇ ସାରିଛି।

ଏହାଛଡା ପୂର୍ତ୍ତ, ଜଳସେଚନ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ୬ ଶହରୁ ଅଧିକ ଦଳ ପ୍ରସ୍ତୁତ ଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।ବାତ୍ୟାକୁ ଆଖି ଆଗରେ ରଖି ୧୬ ନଂ ଜାତୀୟ ରାଜପଥ ଉପରେ ଗାଡ଼ି ଚଳାଚଳକୁ ବାରଣ କରାଯାଇଛି। ବାରଣ ବର୍ଷା ପବନ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛ। ଏହାକୁ ଦୃଷ୍ଟିରେ ରଖି ଆଜି ରାତି ୧୨ ଟା ଠାରୁ ଆସନ୍ତାକାଲି ଦିନ ୧୨ ଟା ପର୍ପ୍ୟନ୍ତ ଜାତୀୟ ରାଜପଥ ଦେଇ କୌଣସି ଗାଡ଼ି ଯାତାୟତ କରି ପାରିବ ନାହିଁ।

କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଗାଡ଼ି ଯାତାୟତ କରିପାରିବ। ତେବେ ଏହି ସମୟ ମଧ୍ୟରେ କୌଣସି ଗାଡି ଚଣ୍ଡିଖୋଲ ଠାରୁ ୧୬ ନଂ ଜାତୀୟ ରାଜପଥ ଦେଇ ଵାଲେଶ୍ବର ଆଡ଼କୁ ଯାଇପାରିବ ନାହିଁ ବୋଲି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ନିର୍ଦେଶ ଦେଇଛନ୍ତି।ପବନ ସମ୍ପୂର୍ଣ୍ଣ କମିବା ଯାଏଁ ସମସ୍ତେ କୋଠା ଘରେ କିମ୍ବା ଆଶ୍ରୟସ୍ଥଳୀରେ ରହିବା ସହ କେହି ଘରୁ ବାହାରକୁ ନ ବାହାରିବା ପାଇଁ ଅନୁରୋଧ କରିଛନ୍ତି।

Related Post

ଆୟ ବହିଭୁତ ଠୁଳ ଅଭିଯୋଗରେ କେଗାଁ ରେଞ୍ଜର କେଶବ ମାଝୀଙ୍କୁ ଭିଜିଲାନ୍ସ ଚଢ଼ାଉ

Posted by - December 21, 2022 0
ଧର୍ମଗଡ଼:୨୧/୧୨(ହେମନ୍ତ କୁମାର ମାଝୀ)ଆୟ ବହିଭୁତ ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେଗାଁ ରେଞ୍ଜ ର ରେଞ୍ଜର କେଶବ ମାଝୀ ଙ୍କ ବାସ ଭଵନ ଓ…

ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

Posted by - February 23, 2023 0
ରାୟପୁର : ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼…