Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଯାଜପୁରରେ ଟୀକା ଚୋରି ଅଭିଯୋଗ,ପଂଜୀକରଣ କଲା ବେଳକୁ ଦୁଇ ଡୋଜ୍ ଟୀକା ନେଇଥିବା କହୁଛି ସାଟିଫିକେଟ୍

907 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କରୋନା ମହାମାରୀ ସମୟରେ ସମସ୍ତେ ଟୀକା ନେବାକୁ ଚାହିଁ ବସିଥିବା ବେଳେ ଯାଜପୁରରୁ ଆସିଛି ଟୀକା ଚୋରି ଅଭିଯୋଗ । ଯୁବକ ଜଣକ ଟୀକା ନେବାକୁ ପଂଜୀକରଣ କଲା ବେଳକୁ ସେ ଦୁଇ ଡୋଜ୍ ଟୀକା ନେଇ ସାରିଥିବା ସାଟିଫିକେଟରେ ଦର୍ଶାଯାଉଛି । ଯାଜପୁର ସହରର ସୁଭେନ୍ଦୁ କୁମାର ପତି ନାମକ ଯୁବକ ଗତବର୍ଷ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ କରୋନା କାର୍ଯ୍ୟ ପାଇଁ ଡାଟା ଏଂଟ୍ରି ଅପରେଟର ଭାବେ ଚୁକ୍ତିଭିତିକ ଚାକିରି କରିଥିଲେ ।

ସେହି ସମୟରେ ତାଙ୍କ ଠାରୁ ସମସ୍ତ ପରିଚୟ ପତ୍ର ଟୀକା ପାଇଁ ମଗାଯାଇଥିଲା । କିନ୍ତୁ ଡିସେମ୍ବର ମାସରେ ତାଙ୍କ ଚୁକ୍ତି ସରିଯିବାରୁ ସେବେ ଠାରୁ ସେ ଆଉ ଡାକ୍ତରଖାନା ଯାଇନାହାନ୍ତି । କିନ୍ତୁ ତାଙ୍କୁ ପରିଚୟ ପତ୍ର ଜରିଆରେ ଆଉ କାହାକୁ ଟୀକା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ତେରୁ ବର୍ତମାନ ସେ ଟୀକା ପଂଜୀକରଣ କଲା ବେଳକୁ ତାଙ୍କୁ ଗତ ମାର୍ଚ୍ଚ ମାସରୁ ଟୀକା ନେଇ ସାରିଥିବା କୋଇନ୍ ୱେବସାଇଟରେ ଦର୍ଶାଯାଉଛି ।

ଯାହାକି ଏପରି ଅନ୍ୟ ଲୋକମାନଙ୍କ ମଧ୍ୟ କରାଯାଇ ସେହି ଟୀକାକୁ ବିକ୍ରି କରାଯାଉଥିବା ସେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏହି ଘଟଣାରେ ପୁରା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗକୁ ସେ ଦାୟୀ କରି କରିବା ସହ ଏହାର ଏକ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏପରିକି ସେ କିପରି ଟୀକା ପାଇବେ ସେ ବ୍ୟବସ୍ଥା କରିବାକୁ ମଧ୍ୟ ଦାବି କରିଛନ୍ତି ।

Related Post