ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ସାରା ଦେଶ ଦୁଃଖ କରୁଥିବା ବେଳେ ଟୁଇଟ୍ରେ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍ କରିବା ସହ ଅଭିନନ୍ଦନ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଭାରତୀୟ ବୀରତ୍ବ ଏବଂ ସାହାସକୁ ସାଲ୍ୟୁଟ୍ କରିଛନ୍ତି । ସାହାସୀ ପାଇଲଟ୍ ଅଭିନନ୍ଦନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଇଲଟ୍ଙ୍କ ସୁସ୍ଥତା ନେଇ ମଧ୍ୟ ପ୍ରାର୍ଥନା ମଧ୍ୟ କରିଛନ୍ତି ।ଗତକାଲି ପାକିସ୍ତାନ ସେନା ବିବାନ ଏଫ୍-୧୬ ଭାରତରେ ଆକ୍ରମଣ ଉଦ୍ୟମ କରିବା ବେଳେ ଭାରତୀୟ ସେନା ଗୁଳି ମାରି ବିମାନଟିକୁ ଖସାଇ ଦେଇଥିଲେ। ସେହିପରି ପାକିସ୍ତାନୀ ସେନା ମଧ୍ୟ ଭାରତର ଏକ ଯୁଦ୍ଧ ବିମାନକୁ ଖସାଇବା ସହ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବନ୍ଦୀ କରି ନେଇ ଯାଇଥିବା ସୂଚନା ରହିଛି।
Saluting the courage and valour of our forces, I hope and pray for the wellbeing and safe return of our brave pilot. #OurForceOurHero
— Naveen Patnaik (@Naveen_Odisha) February 28, 2019
ଅନ୍ୟପଟେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ସ୍ବୀକାର କରାଯାଇଛି ଯେ, ଭାରତୀୟ ବାୟୁସେନାର ଜଣେ ପାଇଲଟ୍ ନିଖୋଜ ଅଛନ୍ତି । ମାତ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା କୁହାଯାଇନାହିଁ ଯେ ନିଖୋଜ ପାଇଲଟ ଜଣଙ୍କ ପାକିସ୍ତାନ କବଜାରେ ରହିଛନ୍ତି । ସେପଟେ ପାକିସ୍ତାନ ପକ୍ଷରୁ ସୋସିଆଲ ମିଡିଆରେ ଭିଡିଓ ଏବଂ ଫଟୋ ସେୟାର କରାଯାଇ ଏହାକୁ ସ୍ପଷ୍ଟ ପ୍ରମାଣିତ କରାଯାଉଛି ଯେ, ପାଇଲଟ୍ ଅଭିନନ୍ଦନ ପାକିସ୍ତାନ କବଜାରେ ଅଛନ୍ତି । ପାଇଲଟ୍ଙ୍କ ସୁସ୍ଥତା ନେଇ ସାରା ଦେଶ ପ୍ରାର୍ଥନା କରୁଛି।