ନୂଆଦିଲ୍ଲୀ : ପାକିସ୍ତାନ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ପ୍ରତି ହିଂସାତ୍ମକ ଆଚରଣ ଓ ଗଣମାଧ୍ୟମରେ ତାଙ୍କର ପ୍ରଦର୍ଶନକୁ ଭାରତ ତୀବ୍ର ବିରୋଧ କରିଛି । ଏହା ଜେନିଭା କନଭେନସନ ଓ ଅନ୍ତର୍ଜାତୀୟ ଆଇନର ଉଲ୍ଲଙ୍ଘନ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ପାଇଲଟଙ୍କ ତୁରନ୍ତି ମୁକ୍ତି ପାଇଁ ସେ ଦାବି କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପଉପରେ ଭାରତର ଆକ୍ରମଣକୁ ସେ ଉଚିତ ବୋଲି ଦର୍ଶାଇଛନ୍ତି । ଏସବୁ ଆକ୍ରମଣ କରିବାର ଅଧିକାର ଭାରତର ଅଛି ବୋଲି ସେ କହିଛନ୍ତି ।ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁଥିରେ ଅଭିନନ୍ଦନ ରହିଥିବା ପାକ୍ ସେନା ଦାବି କରିଛି।ପାକିସ୍ତାନ ଦ୍ୱାରା ଗିରଫ ପାଇଲଟଙ୍କର ଯେପରି କିଛି କ୍ଷତି ନହୁଏ ତାହା ସୁନିଶ୍ଚିତ କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ଡେପୁଟି ହାଇକମିସନରଙ୍କୁ ଡାକି ଜଣାଇଛି ଭାରତ। ସେହିପରି ତାଙ୍କୁ ତୁରନ୍ତ ଓ ନିରାପଦ ଭାବେ ଛାଡ଼ି ଦେବାକୁ ଭାରତ ପକ୍ଷରୁ ଦାବି କରାଯାଇଛି।
ଭାରତୀୟ ବାୟୁସେନା ପାଇଲଟଙ୍କ ସୁରକ୍ଷା ଦାବି କଲା ଭାରତ,ଦେଖନ୍ତୁ ପାକିସ୍ତାନ ଜାରି କରିଥିବା ଭିଡିଓ
Facebook Notice for EU!
You need to login to view and post FB Comments!