୨ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର

346 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଅପରାହ୍ନରେ ଯାଜପୁର ସଦର ଥାନା ଅଞ୍ଚଳରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୨ ଗୁରୁତର ଓ ଜଣେ ଆହତ ହୋଇଛନ୍ତି।ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ସନ୍ତୋଷ ବେହେରା(୨୮) ଓ ସଂର୍ପକୀୟ ଭାଇ ପବନା ବେହେରା(୨୭) ବାଇକ ଯୋଗ‌େ ବରୁହାଁରୁ ଘରକୁ ଫେରୁଥିବା ବେଳେ ଶଙ୍କମଠ-ଝାଲପଡା ମଧ୍ୟବର୍ତୀ ସ୍ଥାନରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ।

ଫଳରେ ଘଟଣା ସ୍ଥଳେ ଗାଡି ଚଲାଉଥିବା ସନ୍ତୋଷଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇଁ ୧୦୮ ଆମ୍ବୁଲାନସ ପହଞ୍ଚି ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ପବନା ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ ହୋଇଛନ୍ତି।ସେହିପରି ଯାଜପୁର ସଦର ଥାନା ମଟନ ଛକ ନିକଟରେ ଅନ୍ୟ ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। କୋରେଇ ବ୍ଲକ ଆଲଡା ଗ୍ରାମର କ‌ହ୍ନେଇ ମଲିକ ଓ ପୁଅ ପତ୍ନୀଙ୍କ ସହ ବରୀ ବ୍ଲକ୍ ସାଉଡିଆରେ ଥିବା ନିଜ ଝିଅକୁ ବୁଲି ବାକୁ ଆସିଥିଲେ।

ତେବେ ଫେରିବା ବାଟରେ ସଦର ଥାନା ମଟନ ଛକ ଠାରେ ପଛ ପଟୁ ଏକ ହାଇୱା ଧକ୍କା ଦେଇଥିଲେ। ତେବେ ଗାଡିରେ ବସିଥିବା ବାପ,ପୁଅ ଓ ମା ତଳେ ପଡି ଯାଇଥିଲେ। କିନ୍ତୁ ଗାଡିଟି ପତ୍ନୀ ଯଶୋଦା ମଲିକଙ୍କ ‌ଉପରେ ଚଢ଼ି ଯାଇଥିବାରୁ ଘଟଣା ସ୍ଥ‌ଳେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାରେ କହ୍ନେଇ ଗୁରୁତର ଥିବାରୁ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ତାଙ୍କ ପୁଅ ନଟବର ମଲିକ ଆହତ ହୋଇଛନ୍ତି। ଉଭୟ ଦୁର୍ଘଟଣା ସ୍ଥଳରେ ସହର ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଜବତ କରି ତଦନ୍ତ ଜାରି ରଖିଛି।

Related Post

ଉତ୍କଳ ଦିବସ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ

Posted by - March 13, 2022 0
ବାଲେଶ୍ଵର:ଉତ୍କଳ ସମ୍ମିଳନୀ ବାଲିଆପାଳ ଶାଖା ପକ୍ଷରୁ ଆସନ୍ତା ଏପ୍ରିଲ ୧ ଉତ୍କଳ ଦିବସ ସମାରୋହ ପାଳନ ପାଇଁ ବାଲିଆପାଳ ଶାରିରୀକ ଶିକ୍ଷା ମହାବିଦ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପରିଦର୍ଶନ କଲେ ରାଜ୍ୟସଭା ସାଂସଦଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିଷ ମହାନନ୍ଦ

Posted by - November 6, 2022 0
ସମ୍ବଲପୁର: ୦୬/୧୦ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଜି ପରିଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସମ୍ବଲପୁର ଜିଲ୍ଲା ପ୍ରତିନିଧି ଆଶିସ…

ନେହେରୁ ଯୁବା କେନ୍ଦ୍ର ସମ୍ବଲପୁର ପକ୍ଷରୁ କିନାଲୋଇ ଗ୍ରାମରେ କ୍ବାମି ଏକତା ତଥା ଇନ୍ଦିରା ଜୟନ୍ତୀ ପାଳିତ

Posted by - November 19, 2022 0
ସମ୍ବଲପୁର ୧୯/୧୧ (ରମାକାନ୍ତ ବିଶ୍ବାଳ) ସମ୍ବଳପୁର ନେହେରୁ ଜୁବକେନ୍ଦ୍ର ପକ୍ଷରୁ କିନାଲୋଇ ଗ୍ରାମର ବିଭିନ୍ନ ମହିଳା ସୟଂସହାୟକ ଗୋଷ୍ଠି ଓ ଜଗନ୍ନାଥ ୟୁଥ୍ କ୍ଳବ୍ ର ମିଳିତ…

ଦ୍ୱିତୀୟ ସଂଧ୍ୟାରେ ଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ

Posted by - January 7, 2020 0
ଯାଜପୁର : (ଆନନ୍ଦ ଚନ୍ଦ୍ର ସାହୁଯାଜପୁର ଦଶରଥପୁର ବ୍ଲକ ରାମବାଗ ଉଚ୍ଚ ବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତି ଉତ୍ସବ ମହାସମାରୋହରେ ଜାରି ରହିଛି । ମହୋତ୍ସବର…

ପାଣି ସମାସ୍ୟାକୁ ନେଇ ରାଜରାସ୍ତାକୁ ଅହ୍ଲାଇଲେ ୧୩ ନମ୍ବର ବସିନ୍ଦା ।

Posted by - February 17, 2020 0
ମୟୁରଭଞ: ୧୭/୦୨(ସୀତାରାମ ଦୀକ୍ଷିତ)ପିଇବା ପାଣି ଯୋଗାଣ ଦାବିରେ ରାଜରାସ୍ତା ଅବରୋଧ କଲେ ମହିଳା। ତେବେ ଲଗାତାର ଭାବେ ପ୍ରାୟ ୩ମାସରୁ ଉର୍ଦ୍ଧ୍ବ ହେବ ପିଇବା ଜଳଯୋଗାଣ ଦିଗରେ…