ଥାନା ଭିତରେ ନାଗିନ ନାଚ, ଭିଡ଼ିଓ ହେଲା ଭାଇ ରାଲ

448 0

ଯାଜପୁର,୦୬/୦୪: ଥାନା ଭିତରେ ନାଗିନ୍ ଡ୍ୟାନ୍ସ । ଗୀତରେ ଝୁମିଲେ ପୋଲିସ କର୍ମଚାରୀ । ନିକଟରେ ଜିଲ୍ଲାର ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ଝୁମ୍ପୁରି ବିଟ୍‌ ହାଉସ୍‌ର ଜଣେ ପୋଲିସ୍‌ ଅଧିକାରୀ ମହିଳାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଥିଲା । ଏହା ପୋଲିସ୍‌ ପ୍ରଶାସନର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିଲା । ଏବେ କିନ୍ତୁ ଏକ ଭିଡିଓ ଭାଇରାଲ ହୋଇଛି । ଯାହା ପୋଲିସକୁ ବିବାଦ ମଧ୍ୟରୁ ଠେଲିଦେଇଛି ।

ସୂଚନାନୁସାରେ, ଏସ୍‌ପି ଅଫିସ୍‌ ସମ୍ମୁଖରେ ଅବସ୍ଥିତ ପାଣିକୋଇଲି ଥାନା ପରିସରରେ ହୋଲିଦିନ ନାଗିନ ଡ୍ୟାନ୍ସରେ କର୍ମଚାରୀମାନେ ନାଚ କରୁଥିବା ଦେଖିବାକୁ ମିଳିଛି ।  ଆଇଆଇସିଙ୍କ ଠାରୁ ହୋମଗାର୍ଡ ପର୍ଯ୍ୟନ୍ତ ମସଗୁଲ ହୋଇ ଗୀତରେ ନାଚିଥିଲେ । ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି ।

ପୋଲିସ୍‌ ପୋଷାକରେ ଥାନା ଭିତରେ ନାଗିନ୍‌ ଡ୍ୟାନ୍ସରେ ବାବୁମାନେ ଯେଭଳି ନୃତ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଏକ ଶୃଂଖଳିତ ବିଭାଗର ଭାବମୂର୍ତ୍ତିର ଅବକ୍ଷୟ ବୋଲି କୁହାଯାଉଛି । ଏ ସମ୍ପର୍କରେ ଜିଲ୍ଲା ପୋଲିସ୍‌ ମୁଖିଆ ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି। ପୋଲିସ୍‌ ବାବୁଙ୍କ ଏଭଳି ଅକୁହା କଥାକୁ ଦେଖିବା ପରେ ଜନଗଣ କହି ପାରୁ ନାହାନ୍ତି କି ସହି ମଧ୍ୟ ପାରୁ ନାହାନ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।ଅନ୍ୟ ପକ୍ଷରେ ପୁଲିସ ହେଉ କିମ୍ବା ସେନା ହେଉ ଦିନ ରାତି ଜନତା ଙ୍କ ସେବା କରୁଛନ୍ତି ,ସେମାନେ ବେଳେ ବେଳେ ମାନସିକ ବିକାର ଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ପଦକ୍ଷ୍ଯେପ ନେଉଛନ୍ତି । ତେଣୁ ସେମାନ ଙ୍କ ଖୁସି ପାଇଁ ଯଦି କିଛି ସମୟ ନିଜ କାର୍ଯ୍ୟ ଭାର କୁ ହାଲୁକା କରିବା ପାଇଁ ମଉଜ ମଜଲିସ କରନ୍ତି ତେବେ କିଛି ଅସୁବିଧା ନାହି ବୋଲି ବହୁ ଲୋକ ମତବ୍ୟକ୍ତ କରିଛନ୍ତି ।

Related Post

ବୌଦ୍ଧ :ପରକୀୟା ପ୍ରୀତି ଯୋଗୁ ଭାଙ୍ଗିଲା ଆଉ ଏକ ଘର , ବୌଦ୍ଧ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣ। ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ସ୍ତ୍ରୀ

Posted by - September 21, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ବୌଦ୍ଧ ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ ଶାଖା ସାମ୍ନାରେ ଧାରଣ ଦେଲେ ବ୍ୟାଙ୍କ୍ ଋଣ ବିଭାଗ ଅଧିକାରୀଙ୍କ ଓକିଲ ସ୍ତ୍ରୀ । ବାହାହେବାର…

ଜଙ୍ଗଲରେ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ

Posted by - June 21, 2020 0
ଅନୁଗୁଳ:(ମହେଶ ଭୋମରାଜ )ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର ଛେଣ୍ଡିପଦା ଗୋଡିମରା ଜଙ୍ଗଲରେ ଏକ ମଖନା ହାତୀର ସଦେହ ଜନକ ଭାବେ ମୃତ୍ୟୁ ହୋଈଛି ।ଗତ ରାତିରେ ଏହି…

ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ : ମୁଖ୍ୟମନ୍ତ୍ରୀ

Posted by - April 29, 2020 37
ଭୁବନେଶ୍ବର:(ନିଉଜ ଡେସ୍କ)ଆଜିକାଲି ପଶ୍ଚିମବଙ୍ଗ ଫେରନ୍ତାମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତା ରେ କହିଛନ୍ତି…

ଓଡିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ,ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା

Posted by - April 1, 2020 425
ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଆଲୋଚନା । ଭିଡିଓ କନ୍‌ଫରେନ୍ସି ଜରିଆରେ ସମୀକ୍ଷା ବୈଠକ । ଏହି ସମୀକ୍ଷା ବୈଠକରେ…

ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

Posted by - July 18, 2019 7
କେନ୍ଦ୍ରାପଡ଼ା : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ…