ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଉଦଘାଟିତ

528 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଦଶରଥପୁର ବ୍ଳକ ଅନ୍ତର୍ଗତ ଝୁମ୍ପୁରି ଖେଳପଡ଼ିଆରେ ଶରତ ସାର ମେମୋରିଆଲ ଡିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଂଟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଯାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧି ତଥା ସମାଜସେବୀ କାର୍ଣ୍ଣାଟ କେଶରୀ ଦାସ ଫିତା କାଟି ଏହି କ୍ରିକେଟ ଟୁର୍ଣ୍ଣାମେଂଟର ଶୁଭ ଉଦଘାଟନ କରିଥିଲେ।

ଉଦଘାଟନୀ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଦଶରଥପୁର ବ୍ଳକ ଅଧ୍ୟକ୍ଷ ସୁଜାତା ସାହୁ ଏବଂ ପୂର୍ଵତନ ବ୍ଳକ ଅଧ୍ୟକ୍ଷ ରମେଶ ସାମଲ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ନେହୁରୁ ଯୁବକ ସଂଘ ଏବଂ ସାହୁ ଏଣ୍ଡ ସାହୁ କ୍ରିକେଟ ଟିମ ପକ୍ଷରୁ ଆୟୋଜିତ ଏହି କ୍ରିକେଟ ଟୁର୍ଣ୍ଣାମେଂଟ ଟି ଦୁଇ ଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ଜିଲାର ବିଭିନ୍ନ ଅଞ୍ଚଳରୁ ୧୬ଟି ଦଳ ଭାଗ ନେଇଛନ୍ତି।

ଏହି ଟୁର୍ଣ୍ଣାମେଂଟର ବିଜେତାଙ୍କୁ ଚମ୍ପିୟାନ ଟ୍ରଫି ସହ ନଗଦ ୧୫ହଜାର ଟଙ୍କା ଅର୍ଥରାଶି ଏବଂ ଉପ ବିଜେତାକୁ ରନର୍ସଅପ ଟ୍ରଫି ସହ ନଗଦ ୫୦୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି। ଖେଳ ଦେଖିବାକୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ପରିଲକ୍ଷିତ ହେଉଛି।

Related Post

ରେଙ୍ଗାଲି ଗାଁ ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - January 11, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ହାଇସ୍କୁଲ ଖେଳ ପଡିଆରେ ରେଙ୍ଗାଲି କ୍ରିକେଟ କ୍ଲବ ଆନୁକୂଲ୍ୟରେ ମିଥୁନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇ…

ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟ 

Posted by - March 15, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସହୁ )ଯାଜପୁର ବିିରିପଟାରେ ଚାଲିଥିବା ଦିନିକିଆ ମନ୍ମଥ ଧଳ ସ୍ମାରକୀ ରାଜ୍ୟ ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଂଟ ଉଦଯାପିତହୋଇଯାଇଛି। ପାଂଇନାଲ ମ୍ୟାଚ ରେ ଇଷ୍ଟକୋଷ୍ଟ…

ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା

Posted by - December 13, 2019 0
ଭୂବନେଶ୍ୱର: ତା,(୧୧.୧୨.୧୯) ଭୂବନେଶ୍ୱରର ରଘୁନାଥପୁର ଠାରେ ଥିବା ଦଧିବାବନ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ଏକ ବିଜ୍ଞାନ,ଗଣିତ ଏବଂ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି ।…

ଜାତୀୟ ମହିଳା ସିନିୟର୍ ହକି କ୍ୟାମ୍ପ ରେ ସ୍ଥାନ ପାଇଲେ ଓଡ଼ିଶାର ଆଠ ଜଣ ଖେଳାଳି

Posted by - December 29, 2021 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସର୍ବଭାରତୀୟ ମହିଳା ହକି ଦଳ ନିମନ୍ତେ ଖେଳାଳି ଚୟନ ପାଇଁ ବିଧିବଦ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଜାତୀୟ…

ଆଦିବାସୀ କ୍ଲବ୍ ଗଡମୁଣ୍ଡା ପକ୍ଷରୁ ଅନ୍ତଃଜିଲ୍ଲା ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

Posted by - November 21, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ସମ୍ବଲପୁର ମହାନଗର ୱାର୍ଡ ନଂ.୧୨ ଡେଙ୍ଗିମଚା ସ୍କୁଲ ସ୍ଥିତ ଖେଳପଡିଆରେ ଗଡମୁଣ୍ଡା ଆଦିବାସୀ କ୍ଲବ୍ ପକ୍ଷରୁ ଆଜି ଅନ୍ତଃଜିଲ୍ଲା ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…