Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି,ଆଦିବାସୀଙ୍କୁ ନେଇ ରାଜ୍ୟ ବିଜେପିକୁ ବିଜେଡିର ଟାର୍ଗେଟ

2725 26

ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନ କରିଥିଲେ ନବୀନ।ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯ଟି ଜିଲ୍ଲାର ୩ ହଜାର ପବିତ୍ର ପୂଜାସ୍ଥଳୀ, ୪ଶହ ଜନଜାତି ସଂସ୍କୃତି କ୍ଲବ୍‌ ଓ ସାପ୍ତାହିକ ହାଟ ଉଦ୍‌ଘାଟନ କରିଥିଲେ। ଏଥିସହିତ ୨୫ ହଜାର ଜନଜାତି କଳାକାରଙ୍କୁ ଆର୍ଟିସାନ୍ କାର୍ଡ ଦିଆଯାଇଛି।

ସେପଟେ ନବୀନଙ୍କ ଏହି କାର୍ଯ୍ୟକ୍ରମକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଓ ବିଜେପି। ଭୋଟ ହାତେଇବା ପାଇଁ ୧୯ ବର୍ଷ ପରେ ଆଦିବାସୀଙ୍କ କଥା ମନେପଡିଲା ବୋଲି କଂଗ୍ରେସ କହିଥିବାବେଳେ ବିଜେପି କହିଛି ନିର୍ବାଚନ ଥିବାରୁ ଏଭଳି କାର୍ଯ୍ୟକ୍ରମ। ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ବେଆଇନ ବୋଲି ଅଭିଯୋଗ କରି ରାଜ୍ୟପାଳଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି।ଅପର ପକ୍ଷରେ ବିଜେପି ନେତାଙ୍କ ଉପରେ ବର୍ଷିଲେ ବିଜେଡି ନେତା । ଭାରତୀୟ ଜନତା ପାର୍ଟିର ନେତାମାନେ ବିଶେଷ କରି ପିତାମ୍ବର ଆଚାର୍ଯ୍ୟ ରାଜନୀତିରେ ପ୍ରବେଶ କରିବା ଦିନ ଠାରୁ ଆଇନ୍ ପାଠ ଭୁଲିଯାଇଥିବା ବିଜେଡି କହିଛି । ସେ ଅଭ୍ୟାସଗତ ଭାବେ ଅଶାଳୀନ ଓ ଅଶୋଭନୀୟ ବକ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଉନ୍ନୟନ ପରିଷଦ ବିଷୟରେ ଯେଉଁ ବକ୍ତବ୍ୟ ରଖାଯାଇଛି, ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର, କପୋଳକଳ୍ପିତ ଓ ଅମୁଳକ । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାର ବିଜେପି ଦ୍ୱାରା ଇଏ ଆଉ ଏକ ଉଦ୍ୟମ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଏକ ସାମ୍ବାଧାନିକ ବିଧି ବ୍ୟବସ୍ଥା ନୁହେଁ ।

Related Post

ବଲାଙ୍ଗିର ପାଇଁ ସୁବ୍ରତ ବାଗଚି ଦେଲେ ଅଢେଇକୋଟି

Posted by - June 5, 2020 0
ଭୁବନେଶ୍ବର :ରାଜ୍ୟ ସରକାରଙ୍କ ତରଫରୁ ବଲାଙ୍ଗିର ଜିଲାରେ କରାଯାଉଥିବା ବ୍ୟାପକ କୋଭିଡ୍‍ ନିରାକରଣ ଓ ସହାୟତା କାର୍ୟ୍ୟକ୍ରମରେ ସହଯୋଗ ସ୍ୱରୂପ ସୁବ୍ରତୋ ଓ ତାଙ୍କ ପତ୍ନୀ ତଥା…

ଜିଲ୍ଲାରେ ପୌର ନିର୍ବାଚନ ଆଦର୍ଶ ଆଚାର ସଂହିତାର କାର୍ଯ୍ୟକାରୀ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

Posted by - March 10, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଚଳିତ ପୌର ସଂସ୍ଥାର ସାଧାରଣ ନିର୍ବାଚନ ୨୦୨୨ଘୋଷଣା କାର୍ଯ୍ୟସୂଚୀ ଅନୁଯାୟୀ ମତଦାନ ୨୪ ମାର୍ଚ ରେ ଅନୁଷ୍ଠିତ ହେବ l ନିର୍ବାଚନକୁ ଅବାଧ, ନିରପେକ୍ଷ,…

ଖପ୍ରାଖୋଲ ରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦ ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

Posted by - August 18, 2022 0
ଖପ୍ରାଖୋଲ: ୧୮/୮(ତାପସ ରଞ୍ଜନ ବେହେରା) ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମ ପାଇବାରେ ବିଳମ୍ବ ହେଇଥିବାରୁ ତାର ପ୍ରତିବାଦ ରେ ଏକ ସଭା ତାପସ ରଞ୍ଜନ…

କଳାହାଣ୍ଡି ଜିଲ୍ଲାରେ ବନ୍ୟା ପରିସ୍ଥିତି, ବ୍ୟାପକ କ୍ଷୟକ୍ଷତି

Posted by - August 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ରେ ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସଡକ ଧୋଇଯିବା ଯୋଗୁଁ ଅନେକ ଗ୍ରାମ…

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଉଦଯାପିତ

Posted by - November 26, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଯାଜପୁର ଜିଲା ଜେନାପୁରରୁ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆରମ୍ଭ କରାଯାଇଥିବା ପଦଯାତ୍ରା ଆଜି…

There are 26 comments

Leave a comment

Your email address will not be published.